ଭାରତୀୟଙ୍କୁ କୃତଜ୍ଞତା ଜଣାଇଲେ #Pawri ଗାର୍ଲ, କହିଲେ 'ଏବେ ଭାରତ-ପାକ୍ ଆଲୋଚନାକୁ ମିଳିବ ପ୍ରୋତ୍ସାହନ'

Published By : Prameya-News7 Bureau | March 03, 2021 IST

ପେଶାୱର :  ସୋସିଆଲ ମିଡିଆରେ ‘ପାୱରୀ’ ଶବ୍ଦ ଏବେ ବେଶ୍ ଟ୍ରେଣ୍ଡ କରୁଛି। ଭାରତ ହେଉ କି ପାକିସ୍ତାନ ଲୋକେ ମଜାଦାର ମିମସ୍‌ କରି ସୋସିଆଲ ମିଡିଆରେ ଅପଲୋଡ କରୁଥିବା ବେଳେ ଏହି ଶବ୍ଦ ଏବେ ବହୁଳ ବ୍ୟବହୃତ ଶବ୍ଦରେ ପରିଣତ ହୋଇଛି। ପାକିସ୍ତାନ ପେସାୱରର ଯୁବତୀ ଦନାନୀର ମୁବିନ୍ ସୋସିଆଲ ମିଡିଆରେ ଏହି ଶବ୍ଦକୁ ପ୍ରଥମେ ପ୍ରଚଳିତ କରିଥିଲେ। ଯାହା ଏବେ ଭାରତୀୟଙ୍କ ଏକ ପ୍ରୀୟ ଶବ୍ଦରେ ପରିଣତ ହୋଇଛି। ଏଥିଲାଗି ଦନାନୀର ଭାରତୀୟଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

wp:embed {"url":"https://twitter.com/DananeerM/status/1359077893104631820","type":"rich","providerNameSlug":"twitter","responsive":true,"className":""}
https://twitter.com/DananeerM/status/1359077893104631820
/wp:embed

ଦନାନୀର  ସାଙ୍ଗମାନଙ୍କ ସହ ଏକ ପାର୍ଟି କରୁଥିବାର ଫଟୋ ତାଙ୍କ ସୋସିଆଲ ମିଡିଆ  ହ୍ୟାଣ୍ଡଲରେ ସେୟାର କରିଥିଲେ। ଯେଉଁଥିରେ ‘ଏଇଟି ଆମର କାର, ଇଏ ମୁଁ ଓ ଏଠାରେ ଆମର ପାୱରୀ ହେଉଛି’ ବୋଲି ଉଲ୍ଲେଖ କରିଥିଲେ। ଇଂରାଜୀରେ ‘ପାର୍ଟି’ ଶବ୍ଦର ଏହା ଦେଶୀୟ ଭାଷା ହୋଇଥିବା ବେଳେ ଏହାର ଉତ୍ପତି ଭାରତୀୟ ବରେଲି ବୋଲିରୁ ଉଦ୍ଧୃତ ହୋଇଥିବା କୁହାଯାଉଛି। ତେବେ ପାକିସ୍ତାନ ସମେତ ତାଙ୍କ ପାୱରୀ ଶବ୍ଦକୁ ଭାରତୀୟ ମାନେ ମଧ୍ୟ ବେଶ୍‌ ଉପଯୋଗ କରୁଛନ୍ତି।

wp:embed {"url":"https://twitter.com/DananeerM/status/1360801195632263169","type":"rich","providerNameSlug":"twitter","responsive":true,"className":""}
https://twitter.com/DananeerM/status/1360801195632263169
/wp:embed

ଭାରତ ଓ ପାକିସ୍ତାନ ଗୋଟିଏ ଦେଶରୁ ପୃଥକ ହୋଇଥିବା ଦୁଇଟି ଅଲଗା ଅଲଗା ଦେଶ। ହେଲେ ଉଭୟ ଦେଶର ଲୋକ ସଂସ୍କୃତି, ପରମ୍ପରା ଓ ବୋଲି ଏକ। ତେବେ ବିଭିନ୍ନ କାରଣ ଯୋଗୁ ଭାରତ ଓ ପାକିସ୍ତାନ ମଧ୍ୟରେ ସଦଭାବ ହ୍ରାସ ହୋଇଛି ଓ କ୍ରମେ ଦୁଇ ଦେଶ ପରସ୍ପରଠାରୁ ଦୂରେଇବା ସହ ଏବେ ଏତେ ଦୂରେଇ ଯାଇଛନ୍ତି ଯେ ସେମାନଙ୍କୁ ପୁଣି ମେଳ କରିବା ଏବେ ଅସମ୍ଭବ ମନେ ହେଲାଣି।

wp:embed {"url":"https://twitter.com/DananeerM/status/1361091855010643969","type":"rich","providerNameSlug":"twitter","responsive":true,"className":""}
https://twitter.com/DananeerM/status/1361091855010643969
/wp:embed

ତେବେ ଭାରତୀୟଙ୍କ ସ୍ନେହ ଓ ସଦଭାବ ପୁଣି ପାକିସ୍ତାନ ସମ୍ପର୍କକୁ ଉଜ୍ଜିବିତ କରିବ ବୋଲି ପାୱରୀ ଗାର୍ଲ କୁହାଯାଉଥିବ ଦନାନୀର ମୁବିନ ଆଶା ବ୍ୟକ୍ତ କରିଛନ୍ତି। ପୁଣି ଥରେ ଭାରତ-ପାକ ଆଲୋଚନା ହେବ ଓ ଏଥର ସଫଳ ଆଲୋଚନା ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଯାହା ଦୁଇ ଦେଶଙ୍କ ମଧ୍ୟରେ ତିକ୍ତ ସମ୍ପର୍କକୁ ପୁଣି ମଧୁର କରିବ ବୋଲି ଦିନାନୀର  ସେ କହିଛନ୍ତି।

wp:embed {"url":"https://twitter.com/DananeerM/status/1241294788160360448","type":"rich","providerNameSlug":"twitter","responsive":true,"className":""}
https://twitter.com/DananeerM/status/1241294788160360448
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.