କିଷାନ ରାଲିରେ କହିଲେ ଶରଦ ପାଓ୍ଵାର- କଙ୍ଗନାଙ୍କୁ ଭେଟିବାକୁ ରାଜ୍ୟପାଳଙ୍କ ପାଖରେ ସମୟ ଅଛି, କୃଷକଙ୍କ ପାଇଁ ନାହିଁ

Published By : Prameya-News7 Bureau | January 25, 2021 IST

ମୁମ୍ବାଇ ୨୫।୦୧: କୃଷି ଆଇନ୍ ବିରୋଧରେ ସୋମବାର ମୁମ୍ବାଇର ଆଜାଦ ମଇଦାନରେ ହଜାର ସଂଖ୍ୟାରେ କୃଷକ ଏକତ୍ରିତ ହୋଇଛନ୍ତି। ମହାରାଷ୍ଟ୍ରର ଭିନ୍ନ ଭିନ୍ନ ଜିଲ୍ଲାରୁ କୃଷକ ଏଠାରେ ପହଞ୍ଚୁଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏନସିପି ପ୍ରମୁଖ ଶରଦ ପାଓ୍ଵାର ସମେତ ଅନ୍ୟ ମହାରାଷ୍ଟ୍ରର ନେତା କୃଷକଙ୍କ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। କୃଷି ଆଇନ ମାମଲାରେ ଶରଦ ପାଓ୍ଵାର କେନ୍ଦ୍ରକୁ ସମାଲୋଚନା କରି କହିଛନ୍ତି, ବିନା ଆଲୋଚନାରେ ଏହି ଆଇନକୁ ସଂସଦରେ ପାରିତ କରାଇ ଦିଆଗଲା।

କୃଷକଙ୍କ ଏହି ସଭାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ପାଓ୍ଵାର କହିଛନ୍ତି  ଆଜି ସମଗ୍ର ଦେଶରେ ଶାନ୍ତିପୂର୍ଣ୍ଣ ପ୍ରକ୍ରିୟାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି। ପାଓ୍ଵାର କହିଛନ୍ତି, ରାଜ୍ୟପାଳଙ୍କ ପାଖରେ କଙ୍ଗନା ରଣାଓ୍ଵତଙ୍କୁ ସାକ୍ଷାତ କରିବାକୁ ସମୟ ଅଛି, ମାତ୍ର ଆନ୍ଦୋଳନ କରୁଥିବା କୃଷକଙ୍କୁ ଭେଟିବାକୁ ସମୟ ନାହିଁ।

wp:html /wp:html

ସେ କହିଛନ୍ତି ବିନା କୌଣସି ଆଲୋଚନାରେ କୃଷି ଆଇନ୍‌ ପାରିତ କରାଗଲା, ଯାହା ସମ୍ବିଧାନ ପ୍ରତି ଏକ ହେୟଜ୍ଞାନ। ଯଦି କେବଳ ସଂଖ୍ୟା ଗରିଷ୍ଠତା ଆଧାରରେ ଆଇନ୍ ପାରିତ କରାଇବେ ତେବେ କୃଷକ ଆପଣଙ୍କୁ ସମାପ୍ତ କରି ଦେବେ। ଏହା ତ କେବଳ ଏକ ଆରମ୍ଭ। ମହାରାଷ୍ଟ୍ରରେ କେବେ ଏମିତି ଘଟିନାହିଁ, ଯାହାଙ୍କ ପାଖରେ କୃଷକଙ୍କୁ ଭେଟିବାର ସମୟ ନାହିଁ।

ଆଜାଦ ମଇଦାନରେ ରାଲି ପରେ କୃଷକ ରାଜଭବନ ପର୍ଯ୍ୟନ୍ତ ଶୋଭାଯାତ୍ରା ବାହାର କରିଥିଲେ। ମାତ୍ର ସମସ୍ତ କୃଷକଙ୍କୁ ସେ ପର୍ଯ୍ୟନ୍ତ ଯିବାକୁ ଅନୁମତି ମିଳିନାହିଁ। ଏମିତିରେ ଏବେ ମୋଟ୍ ୨୩ କୃଷକ ପ୍ରତିନିଧିମଣ୍ଡଳ ହିଁ ରାଜଭବନ ଯାଇ ନିଜର ଦାବି ରାଜ୍ୟପାଳଙ୍କ ସମ୍ମୁଖରେ ରଖିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.