ନିର୍ଭୟା ଗଣ ଦୁଷ୍କର୍ମ ଘଟଣା - ଦୋଷୀ ପଓ୍ୱନ ଅପରାଧ ସମୟରେ ନାବାଳକ ଥିଲା କି ନାହିଁ, ୨୦ ଜାନୁଆରୀରେ ଶୁଣାଣୀ କରିବେ ସୁପ୍ରିମକୋର୍ଟ

Published By : Prameya-News7 Bureau | January 18, 2020 IST

ନୂଆଦିଲ୍ଲୀ ୧୮।୦୧- ନିର୍ଭୟ ଗଣ ଦୁଷ୍କର୍ମ ଘଟଣା ସମୟରେ ଦୋଷୀ ପଓ୍ୱନ ନାବାଳକ ଥିଲା କି ନାହିଁ ସେ ବିଷୟରେ ସୁପ୍ରିମକୋର୍ଟରେ ଦାୟର କରାଯାଇଥିବା ସ୍ପେଶିଆଲ୍‌ ଲିବ ପିଟିସନ୍‌ ଉପରେ ଶୁଣାଣୀ କରାଯିବ । ଜାନୁଆରୀ ୨୦ ତାରିଖରେ ଏହାର ଶୁଣାଣୀ ହେବ । ଦିଲ୍ଲୀ ହାଇକୋର୍ଟରେ ପଓ୍ୱନର ଓକିଲ ପକ୍ଷରୁ ଦାୟର ଲିବ୍‌ ପିଟିସନ୍‌କୁ ଅଦାଲତ ଖାରଜ କରି ଦେଇଥିଲେ । ଦୋଷୀଙ୍କ ଓକିଲ ଏପି ସିଂ ହାଇକୋର୍ଟଙ୍କ ଫୈସାଲା ବିରୋଧରେ ସୁପ୍ରିମକୋର୍ଟରେ ମାମଲା ରୁଜୁ କରିଛନ୍ତି । ତଳ କୋର୍ଟ ଦୋଷୀମାନଙ୍କୁ ଫାଶୀ ଦେବା ପାଇଁ ଡେଥ୍ ଓ୍ୱାରେଣ୍ଟ ଜାରି କରିଛନ୍ତି । ଫେବ୍ରୁଆରୀ ୧ ତାରିଖରେ ଦୋଷୀମାନଙ୍କୁ ଫାଶୀ ଦିଆଯିବ ।

{"id":209858,"sizeSlug":"large"}

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୋଷୀ ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରି ଦେଇଛନ୍ତି । ଶୁକ୍ରବାରରେ ଗୃହମନ୍ତ୍ରାଳୟ ମୁକେଶର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖକୁ ପଠାଇବା ସହ ଏହାକୁ ଖାରଜ କରିବା ପାଇଁ ସୁପାରିଶ କରିଥିଲେ ।

{"id":196763,"width":571,"height":770,"sizeSlug":"large"}

୨୦୧୨ ମସିହାରେ ଏହି ଦୋଷୀମାନେ ଏକ ଚଳନ୍ତା ବସ୍‌ରେ ନିର୍ଭୟା ଗଣ ବଳାତ୍କାର କରିବା ସହ ବିଭତ୍ସ ଭାବେ ହତ୍ୟା କରିଥିଲେ ।

ମୁକେଶ ସିଂ କିଛିଦିନ ତଳେ ରାଜକ୍ଷମା ପାଇଁ ଆବେଦନ କରିଥିଲା ।

ଜାନୁଆରୀ ୨୨ ତାରିଖରେ ଏମାନଙ୍କୁ ଫାଶୀ ଦେବା ପାଇଁ ଡେଥ୍‌ ଓ୍ୱାରେଣ୍ଟ ଜାରି କରାଯାଇଥିଲା । ମାତ୍ର ରାଜକ୍ଷମା ଆବେଦନ ଖାରଜ ହେବାପରେ ପୁଣିଥରେ ଡେଥ୍‌ ଓ୍ୱାରେଣ୍ଟ ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.