Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରଧାନମନ୍ତ୍ରୀଙ୍କୁ ପବନ ଖେଡେଙ୍କ ପ୍ରଶ୍ନ, କିପରି ଚୀନ୍ ନିବେଶର କେନ୍ଦ୍ର ପାଲଟିଲା ଗୁଜରାଟ୍ ?

6/07/2020 at 9:19 PM

ଅହମ୍ମଦାବାଦ  ୬।୭:  ଭାରତ ଓ ଚୀନ୍‌ ସୀମା ବିବାଦକୁ ନେଇ ଦେଶରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଛି। ଦେଶରେ ଲୋକେ ଚୀନ୍‌ ବହିଷ୍କାର କରୁଛନ୍ତି। ଏଥିରେ ଗୁଜୁରାଟ କଂଗ୍ରେସ ମୁଖପାତ୍ର ପବନ ଖେଡାଙ୍କ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।  ଏକ ଭିଡିଓ କନଫରେନସିଂରେ ପବନ ଖେଡା ଗୁଜରାଟ କିପରି ଚୀନ୍‌ ନିବେଶର କେନ୍ଦ୍ର ପାଲଟିଲା ସେ ନେଇ ପ୍ରଧାନମନ୍ତ୍ରୀଙ୍କୁ  ପ୍ରଶ୍ନ କରିଛନ୍ତି।  

ଏବେ ଚୀନ୍‌ ସୀମାରେ ଅଶାନ୍ତି କରୁଛି, ଦେଶରେ ଲୋକେ ଚୀନ୍‌ ବହିଷ୍କାର କରୁଛନ୍ତି। ଏଥିରେ ଧୋଲେରାର ଜମି ଓ ଇଣ୍ଡଷ୍ଟ୍ରିଆଲ ପାର୍କ ନେଇ ଚାଇନା ଆସୋସିଏସନ ଅଫ ସ୍ମଲ ଏଣ୍ଡ ମିଡିୟମ ଏଣ୍ଟରପ୍ରାଜେସ ସହ ଗୁଜୁରାଟ ସରକାର କରିଥିବା ରାଜିନାମାର ଭବିଷ୍ୟତ କଣ ତାହା ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ଖେଡା ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲେ। ନିଜେ ଗୁଜରାଚର ନାଗରିକ ମଧ୍ୟ ଏହା ସତ୍ତ୍ୱେ ଗୁଜରାଟ କିପରି ଚୀନ୍‌ ସାମଗ୍ରୀ ବ୍ୟବସାୟର ଗଡ ପାଲଟିଲା ଓ ସେ ଜାଣି ପାରିଲେନି ବୋଲି ଖେଡେ ପଚାରିଛନ୍ତି।

ଏବେ ଦେଶରେ ଜନତା ଯାହା ଇଛା ତା କରୁଛନ୍ତି, ଚୀନ୍ ସାମଗ୍ରୀ ବିରୋଧରେ ଜନତାଙ୍କ ଆନ୍ଦୋଳନ ମଧ୍ୟ ଜାରି ରହିଛି। ଟ୍ରେଡରଙ୍କ ଦୋକାନ ପରେ ଦୋକାନ ବନ୍ଦ ହେଉଛି ଏଥିରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାର କଣ କରୁଛନ୍ତି ବୋଲି ଖେଡା ପ୍ରଶ୍ନ କରିଛନ୍ତି। ବାସ୍ତବରେ ସରକାର ତାଙ୍କ ନୀତିରେ କୌଣସି ପରିବର୍ତ୍ତନ କରିଛନ୍ତି କି? ଯଦି କରିଛନ୍ତି ଯେଉଁ ଚୀନ୍‌ କମ୍ପାନୀଙ୍କୁ ଏଠାରେ ସ୍ୱତନ୍ତ୍ର ମାନ୍ୟତା ମିଳିଛି ଏବେ ସେମାନଙ୍କୁ କଣ ବାହାରକୁ ରାସ୍ତା ଦେଖାଇବେ କି ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ଖେଡା।  

   Related Posts