ପୱନ କଲ୍ୟାଣଙ୍କ ଖୁଲାସା, କହିଲେ- ଦୁର୍ଘଟଣା ପରଠାରୁ କୋମାରେ ଅଛନ୍ତି ସାଇ ତେଜ

Published By : Prameya-News7 Bureau | September 27, 2021 IST

ନୂଆଦିଲ୍ଲୀ ୨୭/୦୯: ସେପ୍ଟେମ୍ବର ମାସରେ ଅଭିନେତା ସାଇ ଧରମ ତେଜ୍ ବାଇକ୍ ଦୁର୍ଘଟଣାର ଶିକାର ହୋଇଥିଲେ। ସାଇ ଏକ ସ୍ପୋର୍ଟସ୍ ବାଇକ୍ ଚଲାଉଥିଲେ ଏବଂ କାଦୁଅ ଯୋଗୁଁ ସେ ଖସିପଡିଥିଲେ ଯାହା ଫଳରେ ସେ ଦୁର୍ଘଟଣାରେ ଆହତ ହୋଇଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଅଭିନେତା ପୱନ କଲ୍ୟାଣ ଏକ ଇଭେଣ୍ଟରେ କହିଛନ୍ତି ଯେ ଡାକ୍ତରଖାନା ଯିବା ପରଠାରୁ ସାଇ କୋମାରେ ଅଛନ୍ତି ଏବଂ ଏପର୍ଯ୍ୟନ୍ତ ଆଖି ଖୋଲି ନାହାଁନ୍ତି। ପୱନ କଲ୍ୟାଣଙ୍କ ଏହି କଥା ଶୁଣି ତାଙ୍କ ପ୍ରଶଂସକ ପୁଣି ଥରେ ଚିନ୍ତିତ ହୋଇଯାଇଛନ୍ତି।

{"width":657,"height":443}
साई धरम तेज

ସୂଚନା ଇନୁଯାୟୀ, ମାଧପୁର ପୋଲିସ ସାଇ ଧରମ ତେଜଙ୍କ ବିରୋଧରେ ଦ୍ରୁତ ଗତିରେ ବାଇକ ଚଳାଇଥିବାର ଏକ ମାମଲା ରୁଜୁ କରିଛି। ସେ ହେଲମେଟ ପିନ୍ଧିଥିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗି ନଥିଲା। ସାଇଙ୍କ ଆଖି, ଛାତି ଏବଂ ଅଣ୍ଟାରେ ଅନେକ ଆଘାତ ଲାଗିଛି। ତାଙ୍କ ଦୁର୍ଘଟଣାର ଖବର ଶୁଣିବା ପରେ ପରିବାର ସଦସ୍ୟ, ଭାଇ ବୈଷ୍ଣବ ତେଜ, ମାମୁଁ ପୱନ କଲ୍ୟାଣ ଏବଂ ସମ୍ପର୍କୀୟ ଭାଇ ବରୁଣ ତେଜ ଡାକ୍ତରଖାନାରେ ପହଞ୍ଚିଥିଲେ।

ସାଇ ଧରାମ ତେଜ ଫିଲ୍ମ ପରିବାରର ଅଟନ୍ତି। ତାଙ୍କ ମା ବିଜୟ ଦୁର୍ଗା ତେଲୁଗୁ ଫିଲ୍ମ ସୁପରଷ୍ଟାର ତଥା ରାଜନେତା ଚିରଞ୍ଜୀବୀଙ୍କ ଭଉଣୀ। ସୁପରଷ୍ଟାର ଅଲୁ ଅର୍ଜୁନ, ରାମ ଚରଣ, ଅଲୁ ସିରିଶ, ବରୁଣ ତେଜ ଏବଂ ନିହାରିକା କୋନିଡେଲା ତାଙ୍କର ସମ୍ପର୍କୀୟ। ସାଇ ଧରାମ ତେଜଙ୍କ ସାନ ଭାଇ ବୈଷ୍ଣବ ତେଜ ମଧ୍ୟ ତେଲୁଗୁ ସିନେମାର ଜଣେ ଅଭିନେତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.