ହାଥରସ ଯିବେ ପବନ ଜଲ୍ଲାଦ ! କହିଲେ- ଦୋଷୀଙ୍କୁ ଶୀଘ୍ର ଫାଶି ହେଉ, ଆଉ ସେ ଫାଶି ମୋ ହାତରେ ହେଉ

Published By : Prameya-News7 Bureau | September 30, 2020 IST

ନୂଆଦିଲ୍ଲୀ ୩୦।୦୯: ପବନ ଜଲ୍ଲାଦ କେବେ ବି ହାଥରସ ଯାଇ ପାରନ୍ତି। ସେ ପୀଡିତ ପରିବାରଙ୍କୁ ଭେଟିବାକୁ ଚାହାନ୍ତି। ପବନଙ୍କ କହିବାନୁଯାୟୀ ପୀଡିତାଙ୍କ ମୃତ୍ୟୁ ଖବର ଶୁଣି ସେ ମର୍ମାହତ। ସେ ନିଜ ବେଦନା ବଖାଣି କହିଛନ୍ତି ଯେ, ସେ ନିର୍ଭୟା ମାଙ୍କୁ ଦେଖିଛନ୍ତି। ସେ ସେହି ଯନ୍ତ୍ରଣାକୁ ଦେଖିଛନ୍ତି ଯାହା ଫାଶି ପୂର୍ବ ପର୍ଯ୍ୟନ୍ତ ନିର୍ଭୟାଙ୍କ ମା ଚେହେରାରେ ଝସଲି ଉଠୁଥିଲା। ଯେଉଁ ଝିଅ ସହିତ ଏହି ପରି ଅମାନବୀୟ ଘଟଣା ଘଟିଛି ମୁଁ ସେହି ମାର ଯନ୍ତ୍ରଣା ଓ ବିବଶତାକୁ ବେଶ ଭଲ ଭାବେ ବୁଝି ପାରୁଛି। ମୁଁ ହାଥରସ ପୀଡିତାଙ୍କ ମାଙ୍କୁ ଭେଟି ଦୁଃଖ ବାଣ୍ଟିବାକୁ ଚାହୁଁଛି।

ନିର୍ଭୟାଙ୍କ ଦୋଷୀଙ୍କୁ ଫାଶିରେ ଝୁଲାଇଥିବା ପବନ ଜଲ୍ଲାଦ କହିଛନ୍ତି ହାଥରସ ପୀଡିତାଙ୍କ ମୃତ୍ୟୁ ପରେ ମୋ ମନ ଏତେ ବ୍ୟଥିତ ଯେ ମୁଁ ଏହାକୁ ପ୍ରକାଶ କରି ପାରିବି ନାହିଁ। ସତ କହିବାକୁ ଗଲେ ମୁଁ ମଧ୍ୟ ଆଜି ପୀଡିତାଙ୍କ ମା ଏବଂ ତାଙ୍କ ପରିବାର ଲୋକଙ୍କ ପରି ବିବଶ।

ଯେଉଁ ପରିସ୍ଥିତିରେ ପରିବାର ଲୋକ ନିଜ ଝିଅଙ୍କ ଚିତା ମଧ୍ୟ ସଜେଇ ପାରିଲେ ନାହିଁ ତାହା ସବୁଠୁ ଯନ୍ତ୍ରଣାଦାୟକ। ଏବେ କେବଳ ଭଗବାନଙ୍କ ଉପରେ ଭରସା ଯେ, ଯଥା ଶୀଘ୍ର ଦୋଷୀଙ୍କୁ ଫାଶି ଫନ୍ଦା ପର୍ଯ୍ୟନ୍ତ ନେଇ ଯାଆନ୍ତୁ। ଯେମିତି ମୁଁ ମୋ ନିଜ ହାତରେ ଅପରାଧୀଙ୍କୁ ଫାଶି ଦେଇ ପାରିବି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.