ଫାଶୀ ଖୁଣ୍ଟକୁ ଯିବା ପୂର୍ବରୁ କୌଣସି ପଶ୍ଚାତାପ କରିନଥିଲେ ନିର୍ଭୟା ଦୋଷୀ : ପଓ୍ବନ ଜଲ୍ଲାଦ

Published By : Prameya-News7 Bureau | March 21, 2020 IST

ନୂଆଦିଲ୍ଲୀ ୨୧/୩: ନିର୍ଭୟା ମାମଲାର ୪ଦୋଷୀଙ୍କୁ ଶୁକ୍ରବାର ସକାଳେ ୫:୩୦ରେ ଫାଶୀ ଦିଆଯାଇଛି। ଫାଶୀ ଘରେ କାହାକୁ କିଛି କହିବାର ଅନୁମତି ନଥାଏ ସେଥିପାଇଁ କେବଳ ଇଶାରାରେ କାମ ହୋଇଥାଏ। ଦୋଷୀଙ୍କୁ ଫାଶୀ ଦେଇଥିବା ପବନ ଜଲ୍ଲାଦ ଏକ ସାକ୍ଷାତକାରରେ କହିଥିଲେ ଯେ ,‘ ସେ ତାଙ୍କ ଧର୍ମ ଲିଭାଇଛନ୍ତି। ଏହା ତାଙ୍କ ପେଶାଗତ କାମ। ମୃତ୍ୟୁବରଣ କରିବା ପୂର୍ବରୁ ଦୋଷୀମାନେ କୌଣସି ପଶ୍ଚାତାପ କରିନଥିଲେ।’

ସେ ଆହୁରି ମଧ୍ୟ କହିଥିଲେ ଯେ ,‘ ସେ ମାର୍ଚ୍ଚ ୧୭ତାରିଖରେ ତିହାର ଆସିଥିଲେ ଏବଂ ଫାଶୀ ଦଉଡ଼ିକୁ ଦହି ଏବଂ ମାଖନ ଲଗାଇ ମୁଲାୟମ କରି ଡମି ଟ୍ରାୟଲ କରିଥିଲେ। ଗୁରୁବାର ସକାଳ ୪ଟାବେଳେ ଫାଶୀ ଖୁଣ୍ଟକୁ ପ୍ରସ୍ତୁତ କରିଥିଲେ। ଦୋଷୀଙ୍କ ହାତ ବାନ୍ଧି ଫାଶୀଖୁଣ୍ଟ ଯାଏଁ ଅଣାଯାଇଥିଲା। ପ୍ରଥମେ ଅକ୍ଷୟ ଏବଂ ମୁକେଶକୁ ,ତା’ପରେ ପଓ୍ବନ ଏବଂ ବିନୟକୁ ସେଠାକୁ ନିଆଯାଇଥିଲା। ପ୍ରତ୍ୟେକ ଦୋଷୀ ସହ ୫ଜଣ ବନ୍ଦୀରକ୍ଷକ ଥିଲେ,ସେମାନେ ତାଙ୍କୁ ଫାଶୀ ଦିଆଯିବା ସ୍ଥାନରେ ଛିଡ଼ା କରିଥିଲେ। ୪ଜଣଙ୍କ ଦଉଡ଼ିକୁ ଦୁଇଟି ଳିଭର ସହ ଯୋଡ଼ା ଯାଇଥିଲା। ଦଉଡ଼ିକୁ ବେକରେ ଟାଇଟ୍ କରି ଜେଲ୍‌ ଅଫିସରଙ୍କ ଇଶାରାରେ ଲିଭର ଟଣାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.