୩୭୦ଧାରା ଉଚ୍ଛେଦ ହେବା ପରେ ଆସିଲା ପ୍ରଥମ ପସନ୍ଦ’’ ଲେଖି ଅଶ୍ଳୀଳ ଭିଡିଓ ସେୟାର କରି ଫସିଲେ କଂଗ୍ରେସ୍ ନେତା : ମହିଳା ନେତ୍ରୀଙ୍କ ଅଭିଯୋଗ ପରେ ଗିରଫ

Published By : Prameya-News7 Bureau | August 10, 2019 IST

ବିଳାସପୁର ୧୦/୮: ଛତିଶଗଡ଼ର ଜଣେ କଂଗ୍ରେସ୍ ନେତା ଗିରଫ ହୋଇଛନ୍ତି। ସାମ୍ବାଦିକ ଗଣମାଧ୍ୟମରେ କଂଗ୍ରେସ ନେତା ପବନ ଦୁବେଙ୍କ ବିରୋଧରେ ଅଶ୍ଳୀଳ ଭିଡିଓ ସେୟାର କରିବାର ଅଭିଯୋଗ ହୋଇଥିଲା। କଂଗ୍ରେସ ପାର୍ଟିର ସ୍ଥାନୀୟ ମହିଳା ନେତ୍ରୀ ପବନଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ।  ଅଭିଯୋଗ ଅନୁସାରେ ଯେ ପବନ ହ୍ବାଟସଆପ୍ ଗ୍ରୃପରେ ଅଶ୍ଳୀଳ ଭିଡିଓ ସେୟାର କରିବା ସହ ଧାରା ୩୭୦ ଉଚ୍ଛେଦ ପ୍ରସଂଗକୁ ଏହା ସହ ଯୋଡି ଉପହାସ କରିଛନ୍ତି।

ସୂଚନା ଅନୁଯାୟୀ ଭିନ୍ନ ଭିନ୍ନ ବ୍ଲକରେ କଂଗ୍ରେସ୍ ନେତାମାନେ ଏକ ହ୍ବାଟସଆପ୍ ଗ୍ରୃପ୍ କରିଛନ୍ତି। ଏଥିରେ ମହିଳା ନେତାଙ୍କ ସହ ବଡ଼ ବଡ଼ କଂଗ୍ରେସ୍ ନେତାମାନେ ମଧ୍ୟ ସାମିଲ ଅଛନ୍ତି। କେନ୍ଦ୍ରସରକାର ୩୭୦ ଧାର ଉଚ୍ଛେଦ କରିବା ପରେ ପବନ ଦୁବେ ଜଣେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ହ୍ବାଟସଆପ୍ ଗ୍ରୁପରେ ସେୟାର କରିଥିଲେ । ଏହାର କ୍ୟାପସନ ଲେଖିଥିଲେ ଯେ ‘‘୩୭୦ଧାରା ଉ​‌ଚ୍ଛେଦ ହେବା ପରେ ଆସିଲା ପ୍ରଥମ ପସନ୍ଦ’’।

​‌ଭିଡିଓ ଦେଖୁ ଦେଖୁ ଗ୍ରୁପରେ ଥିବା ମହିଳା ନେତ୍ରୀ ଏବଂ ଅନ୍ୟ ନେତାମାନେ ପ୍ରତିବାଦ କରିବା ସହ ଗ୍ରୁପରୁ ଏହି ଅଶ୍ଳୀଳ ଭିଡିଓ ହଟାଇ କ୍ଷମା ମାଗିବାକୁ  ପୱନ ଦୁବେଙ୍କୁ କହିଥିଲେ। ତେବେ ଦୁବେ ଭିଡିଓ ହଟାଇ ନଥିଲେ କି କ୍ଷମା ମଧ୍ୟ ମାଗିନଥିଲେ । ଫଳରେ କଂଗ୍ରେସର ବ୍ଲକ୍ ଅଧ୍ୟକ୍ଷଙ୍କ ସହ ମହିଳା ନେତ୍ରୀମାନେ ଗୌରେଲା ଥାନାରେ ଏନେଇ ମାମଲା ରୁଜୁ କରିଥିଲେ।

ଗୌରେଲା ପୋଲିସ୍ ପବନ ଦୁବେ ବିରୋଧରେ ଭାରତୀୟ ଦଣ୍ଡ ବିଧି ଆଇନର ୨୯୨ ଧାରା  ଏବଂ ଆଇଟି ଆକ୍ଟ ଅନୁସାରେ ମାମଲା ରୁଜୁ କରିଥିଲା। ଗତ ଗୁରୁବାର ପୋଲିସ୍ ଅଭିଯୁକ୍ତ ପବନ ଦୁବେଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା ଏବଂ ସେଠାରେ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.