Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ମମିତା ମେହେର ହତ୍ୟା ମାମଲା: ପରିିବାରକୁ ପାଉଁଜି ଏବଂ ଚେନ୍‌ ହସ୍ତାନ୍ତର କଲା ପୋଲିସ୍‌

23/10/2021 at 4:55 PM

ବଲାଙ୍ଗୀର, , ୨୩/୧୦: ବହୁ ଚର୍ଚ୍ଚିତ ସନ୍‌ସାଇନ୍‌ ସ୍କୁଲ୍‌ ଅଧ୍ୟକ୍ଷା ମମିତା ମେହର ହତ୍ୟା ମାମଲାରେ ଘଟଣା ସ୍ଥଳରୁ ଉଦ୍ଧାର ହୋଇଥିବା ପାଉଁଜି ଓ ଚେନକୁ ପୋଲିସ୍‌ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି । ମମିତାଙ୍କ ପରିବାର ଲୋକ ପାଉଁଜି ଓ ଚେନକୁ ଚିହ୍ନଟ କରିବା ପରେ ହସ୍ତାନ୍ତର କରାଯାଇଛି । କୌଣସି ଏକ ସ୍ଥାନରେ ମମିତାଙ୍କ ପରିବାର ଲୋକଙ୍କୁ ପୋଲିସ ପଚରାଉଚୁରା କରିବା ସହ ସାମଗ୍ରୀ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।

ଅନ୍ୟପଟେ ଏହି ମାମଲାରେ ମହାଲିଙ୍ଗ୍ ମିନି ଷ୍ଟାଡିୟମରେ ପହଞ୍ଚିଛନ୍ତି ମହିଳା କମିଶନ  । କମିଶନର ଅଧ୍ୟକ୍ଷା ହତ୍ୟା କରାଯାଇଥିବା ସ୍ଥାନକୁ ଅନୁଧ୍ୟାନ କରିଛନ୍ତି । ଏହାପରେ କମିଶନ୍ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିଲା । ପୀଡ଼ିତ ପରିବାରକୁ ସୁରକ୍ଷା ସହ ଘଟଣାର ନିରପେକ୍ଷ ତଦନ୍ତ ଓ ମହାଲିଙ୍ଗ୍ କଲେଜର ସ୍ଥାୟୀତ୍ବ ଉପରେ ଗୁରୁତ୍ବାରୋପର ଆବଶ୍ୟକତା ରହିଛି ବୋଲି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପ୍ରକାଶ କରିଛନ୍ତି ।

   Related Posts