‘ହାରୀ ପୋଟର’ରେ ଅଭିନୟ କରିଥିବା କଳାକାର ପଲ୍ ରିଟରଙ୍କ ପରଲୋକ, ବ୍ରେନ ଟ୍ୟୁମରରେ ଥିଲେ ପୀଡ଼ିତ
6/04/2021 at 8:57 PM

ନୂଆଦିଲ୍ଲୀ ୬/୪: ପରଲୋକରେ ବିଶିଷ୍ଟ କଳାକାର ପଲ୍ ରିଟର । ପଲ୍ ରିଟର ରବିବାର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ବ୍ରିଟିଶ କଳାକରଙ୍କ ମୃତ୍ୟୁରେ ହଲିଉଡ ଇଣ୍ଡଷ୍ଟ୍ରି ସ୍ତବ୍ଧ ହୋଇଯାଇଛି। ପଲ ଅନେକ ଲୋକପ୍ରିୟ ଟିଭି ସୋ ଏବଂ ଫିଲ୍ମରେ କାମ କରିଛନ୍ତି। ସେ ବହୁ ଲୋକପ୍ରିୟ ଫିଲ୍ମ ହାରୀ ପୋଟର, ହାଫ୍ ବ୍ଲଡ୍ ପ୍ରିନ୍ସ ଏବଂ କ୍ବାଣ୍ଟମ ଅଫ ସୋଲେସ୍ରେ ଅଭିନୟ କରିଥିଲେ।
ରିଟରଙ୍କ ଦେହାନ୍ତ ହୋଇଥିବା ନେଇ ତାଙ୍କ ଏଜେଣ୍ଟ ବିବିସିକୁ ସୂଚନା ଦେଇଥିବା ବେଳେ ତାଙ୍କ ମୃତ୍ୟୁ ବ୍ରେନ୍ ଟ୍ୟୁମର ଯୋଗୁ ହୋଇଛି ବୋଲି କହିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ପରିବାର ପାଖରେ ଥିଲେ। ରବିବାର ପଲଙ୍କ ପରଲୋକ ହୋଇଥିବା ବେଳେ ମୃତ୍ୟୁ ବେଳକୁ ସେ ନିଜ ଘରେ ହିଁ ଥିଲେ ବୋଲି ତାଙ୍କ ଏଜେଣ୍ଟ କହିଛନ୍ତି। ଫ୍ରାଇଡେ ନାଇଟ୍ ଡିନର ଲେଖକ ରବର୍ଟ ପୋପର ଟ୍ବିଟ୍ରରେ ପଲଙ୍କୁ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି।
ସେ ବହୁତ ଦୟାଳୁ ଏବଂ ଭଲ ସ୍ବଭାବର ମଣିଷ। ବହୁ ଯତ୍ନବାନ ଏବଂ ଜଣେ ମହାନ କଳାକାର ଥିଲେ ବୋଲି ରବର୍ଟ ଲେଖିଛନ୍ତି। ୧୯୯୨ରେ ବିଲ୍ ମାଧ୍ୟମରେ ପଲ ଅଭିନୟ ଦୁନିଆରେ ପାଦ ଥାପିଥିଲେ। ନିଜର ଅଭିନୟ ପାଇଁ ବହୁ ଲୋକପ୍ରିୟତା ହାସଲ କରିଛନ୍ତି ପଲ ରିଟର। ପଲ ବହୁ ଚର୍ଚ୍ଚିତ ଫିଲ୍ମ ହାରୀ ପୋଟର, ଜେମ୍ସ ବଣ୍ଡରେ ମଧ୍ୟ ଅଭିନୟ କରିଥିଲେ।