କୋଟିଆରେ ଆନ୍ଧ୍ର ଅଧିକାରୀଙ୍କ ଉପସ୍ଥିତିରେ ଚାଲିଥିଲା ଭୋଜି ଭାତ, ପହଞ୍ଚିଗଲେ ପଟାଙ୍ଗି ବିଧାୟକ, ତାପରେ…

Published By : Prameya-News7 Bureau | October 13, 2021 IST

କୋରାପୁଟ, ୧୩।୧୦: କୋଟିଆ ସୀମା ମଧ୍ୟରେ ପଶି ଓଡିଶା ବିରୋଧରେ ମିଟିଂ କରୁଥୁବା ବେଳେ ଫଗୁଣସେନେରି ଠାରେ ପଟାଙ୍ଗି ବିଧାୟକ ଓ ଆନ୍ଧ୍ର ଅଧିକାରୀ ମୁହାଁ ମୁହିଁ ହୋଇଥିବା ଜଣାପଡ଼ିଛି ।ବିଧାୟକଙ୍କ ତାଗିଦ ପରେ ପାର୍ବତୀପୁର ପିଏ ଆଇଟିଡିଏ  ଫେରିଗଲେ ଆନ୍ଧ୍ର ଅଧିକାରୀ।ଆନ୍ଧ୍ର ଦ୍ବାରା ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ଜୟଯୁକ୍ତ ହୋଇଥିବା ପ୍ରାର୍ଥୀଙ୍କ ସହ ପାର୍ବତୀପୁର ପିଏଆଇଟି ଡିଏ_କୁର୍ମାନାଥ ଫଗୁଣସେନେରୀ ଠାରେ ନିକଟ ବର୍ତ୍ତି ୬ଖଣ୍ଡ ଗ୍ରାମବାସୀଙ୍କୁ ନେଇ ବୈଠକ କରୁଥିଲେ ।ଓଡ଼ିଶା ପକ୍ଷରୁ ହେବାକୁ ଥିବା  ତ୍ରିସ୍ତରୀୟ ପଂଚାୟତ  ନିର୍ବାଚନକୁ ଭଣ୍ଡୁର କରିବାକୁ ସୀମାନ୍ତ ଲୋକଙ୍କୁ ମତାଉଥୁଲେ ।ଖବର ପାଇ ପଟାଙ୍ଗି ବିଧାୟକ ପ୍ରିତମ ପାଢୀ ଫାଟୁସେନେରୀରେ ପହଞ୍ଚି କଡା ବିରୋଧ କରିଥିଲେ।ବିଧାୟକଙ୍କ ବିରୋଧ ପରେ ସଭା ଭଙ୍ଗ କରି ଆନ୍ଧ୍ର ଅଧିକାରୀ  ଫେରିଯାଇଥିଲେ।

ଆନ୍ଧ୍ରପ୍ରଦେଶର ସାଲୁର ବ୍ଲକରେ କୋଟିଆ ଅଞ୍ଚଳର ଫାଟୁନିନେରୀ ପଞ୍ଚାୟତ ସମିତିସଭ୍ୟ(ଏମ୍ପିଟିସି) ବିଶୁ ପାଙ୍ଗିଙ୍କ ସମେତ ଦୁଇଗୋଟି ସମିତିସଭ୍ୟ ମଙ୍ଗଳବାର ସାଲୁର ବ୍ଲକରେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ବାହାନାରେ ଆନ୍ଧ୍ର ଫଗୁଣସିନେରୀ ଗ୍ରାମଠାରେ କୋଟିଆର ଉତ୍ତରଦିଗର ରହିଥିବା ବିବାଦୀୟ ଛଅ ଗୋଟି ଗ୍ରାମ ତଥା ହରମାଁଡଙ୍ଗୀ, ସଲପଗୁଡା, କୋଣାଦୋରା, ଫଗୁଣସିନେରୀ, ଫାଟୁସିନେରୀ, ମାଡକାର, ଆନ୍ଧ୍ର ପ୍ରଦେଶର ସୋରା ଏବଂ କୋଡମା ପଞ୍ଚାୟତବାସୀଙ୍କୁ ନେଇ ଫଗୁଣସିନେରୀ ଗ୍ରାମଠାରେ ଏକ ଭୋଜି ଭାତର ଆୟୋଜନ କରିଥିଲେ ।

ଲୋକଙ୍କୁ ଓଡ଼ିଶାର ତ୍ରିସ୍ତରୀୟ ନିର୍ବାଚନରେ ଯୋଗ ନଦେଇ ଭଣ୍ଡୁର କରିବା ନିମନ୍ତେ ପ୍ରବର୍ତ୍ତାଇଥିବା ନେଇ ଜଣାପଡିଛି ।ଏନେଇ ସୂଚନା ପାଇ ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ ଘଟଣା ସ୍ଥଳରେ ପହଞ୍ଚି ଘଟଣା ବିଷୟରେ ଲୋକଙ୍କୁ ପଚାରି ବୁଝୁଥିବା ବେଳେ ସେଠାରେ ପହଞ୍ଚିଥିବା ଆନ୍ଧ୍ର ପାର୍ବତିପୁରମ ଆଇଟିଡିଏ ପିଏ କୂର୍ମନାଥଙ୍କ ସହ ବଚସା ହୋଇଥିବା ନେଇ ଜଣାପଡିଅଛି ।ଉକ୍ତ ଭୋଜିଭାତର ଆୟୋଜନ ନେଇ ସୂଚନା ପାଇ ପଟାଙ୍ଗି ବ୍ଲକ ଅଧକ୍ଷ ଜଗତଜ୍ୟୋତି ପାଙ୍ଗି ମଧ୍ୟ ଘଟଣାର ଯାଞ୍ଚ ନିମନ୍ତେ ସେଠାରେ ପହଞ୍ଚିଥିଲେ ବୋଲି ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.