ପ୍ରବଳ ବର୍ଷାରେ ପଟ୍ଟାମୁଣ୍ଡେଇ ପୌର ପରିଷଦ ଓ ଥାନା ଉବୁଟୁବୁ

Published By : Prameya-News7 Bureau | September 07, 2018 IST

କେନ୍ଦ୍ରାପଡା ୭/୯ : ନାହିଁ ନାହିଁରେ ଚାଲିଛି ପଟ୍ଟାମୁଣ୍ଡାଇ ପୌରପରିଷଦ | ଟିକିଏବର୍ଷ। ହେଲେ ମେଡିକାଲ ହେଉ ବା ଥାନା ସବୁଠି ସମାନ ପରିସ୍ଥିତି ଦେଖିବାକୁ ମିଳୁଛି | ଏପରିକି ଥାନାରେ ରହୁଥିବା ଆଇଆଇସିଙ୍କ କ୍ଵାଟର ପାଖରୁ ଆରମ୍ଭ କରିକନେଷ୍ଟବଳଙ୍କ କ୍ବାଟର ପର୍ଯ୍ୟନ୍ତ ସବୁଠି କେବଳ ପାଣି ଆଉ ପାଣି | ସେହିପରି ଡାକ୍ତରଖାନାରେ ମଧ୍ୟ ପାଣି ଜମିରହିଥିବାରୁ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଥାନା ଓ ମେଡିକାଲ ଉପରେ ସମସ୍ତେ ନିର୍ଭର କରୁଥିବା ବେଳେ ଏଠି ଆଣ୍ଠୁଏ ପାଣି ଜମିରହିଛି | ଏଠି ଥାନାବାବୁମାନେ ତ ସୁରକ୍ଷିତ ନୁହନ୍ତି ଧାରଣଜନତାଙ୍କ କଥା ପଚାରେକିଏ । ପରିସ୍ଥିତି ନିୟନ୍ତ୍ରଣ ପାଇଁ ଯୋଜନା ଚାଲିଛି ଏବଂ ୧୦ ଟି ଜାଗାରେ ପମ୍ପ ପଡିବା ସହିତ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.