ତିନି ଦିନ ପରେ ବି ହୋଇନି ଘାଇ ମରାମତି

Published By : Prameya-News7 Bureau | August 06, 2018 IST

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କେନାଲ ଗୋପୀନାଥପୁର ନିକଟରେ ୩୦ଫୁଟର ଘାଇ ହେବାର ଇତି ମଧ୍ୟରେ ତିନିଦିନ ବିତି ସାରିଲାଣି । ହେଲେ ଏପର୍ଯ୍ୟନ୍ତ ମଧ୍ୟ ଘାଇର ମରାମତି ହୋଇପାରିନାହିଁ । ସେପଟେ କେନାଲ ବନ୍ଧରୁ ମଧ୍ୟ ମାଟି ଅତଡା ଖସିବାରେ ଲାଗିଲାଣି । ଯାହା ଏବେ କେନାଲ ବନ୍ଧ ପାଇଁ ବିପଦ ସୃଷ୍ଟି କରିଛି । ଘାଇ ମରାମତି ନହେବା ଯୋଗୁ କେନାଲ ବନ୍ଧ ନିକଟରେ ଥିବା ଚାଷ ଜମିରେ ମଧ୍ୟ ପାଣି ମାଡିବାକୁ ଲାଗିଲାଣି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଆବଶ୍ୟକୀୟ ପଦକ୍ଷେପ ନିଆଯାଇନାହିଁ । ଗତକାଲି ଘଟଣାସ୍ଥଳକୁ ବିଭାଗୀୟ ଅଧିକାରୀ ଆସିଥିଲେ ମଧ୍ୟ ବନ୍ଧର ମରାମତି କରାଯାଇନାହିଁ । ଅନ୍ୟପଟେ ସୁନାଖଳା ବିଦ୍ୟାଳୟ ନିକଟରେ କେନାଲ ବନ୍ଧରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି । ଏବେ ବନ୍ଧ ପ୍ରତି ଅନ୍ୟ ଏକ ସ୍ଥାନରେ ମଧ୍ୟ ବିପଦ ସୃଷ୍ଟି ହେଲାଣି । ତୁରନ୍ତ ଏହି କେନାଲ ବନ୍ଧର ମରାମତି କରାନଗଲେ ବଡ ଧରଣର ଘାଇ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.