ପଟ୍ଟାମୁଣ୍ଡାଇ ବିଲିକଣା ସରପଞ୍ଚ ବିଜୟ ରାଉତଙ୍କୁ ମରଣାନ୍ତକ ଆକ୍ରମଣ
5/12/2018 at 1:55 PM

ପଟ୍ଟାମୁଣ୍ଡାଇ ୫/୧୨ : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବିଲିକଣା ସରପଞ୍ଚ ବିଜୟ ରାଉତଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି | ରାସ୍ତାରେ ଯାଉଥିବା ବେଳେ ତେରେହି ଗାଁ ନିକଟରେ ସରପଂଚଙ୍କୁ ହାଣି ଦେଇଥିଲେ ଦୁର୍ବୃତ୍ତ | ଗୁରୁତର ଅବସ୍ଥାରେ ବିଜୟ ରାଉତଙ୍କୁ କେନ୍ଦ୍ରାପଡା ସ୍ଥାନାନ୍ତର କରାଯାଇଛି | ରାଜନୈତିକ ଆକ୍ରୋଶରୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି | ପାଖ ଗାଁର ଗଣେଶ୍ବର ମିଶ୍ର ଓ ସିଦ୍ଧେଶ୍ବର ମିଶ୍ର ଆକ୍ରମଣ କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି |