ଜାନୁଆରୀ ୨୬ରେ ସିନେମା ହଲ୍‌ରେ ପ୍ରଦର୍ଶିତ ହେବ ଦେଶଭକ୍ତି ଫିଲ୍ମ, ୧୦ ଟଙ୍କାରେ ମିଳିବ ଟିକେଟ୍

Published By : Prameya-News7 Bureau | January 25, 2021 IST

ଲକ୍ଷ୍ନୌ ୨୫।୦୧: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସାଧାରଣତନ୍ତ୍ର ଦିବସ ଅବସରରେ ଜାନୁଆରୀ ୨୬ରେ ସିନେମା ହଲ୍ ଗୁଡିକରେ ଦେଶଭକ୍ତି ଫିଲ୍ମ ପ୍ରଦର୍ଶିତ ହେବ। ଏହି ସମ୍ବନ୍ଧରେ ଜିଲ୍ଲାପାଳ ଆଦେଶ ଜାରି କରିଛନ୍ତି।

ଲକ୍ଷ୍ନୌରେ ସାଧାରଣତନ୍ତ୍ର ଦିବସ ଅବସରରେ ମଲ୍‌ଟିପ୍ଲେକ୍ସରେ ଦେଶଭକ୍ତି ଆଧାରିତ ଫିଲ୍ମର ପ୍ରଦର୍ଶନ କରାଯିବ। ଏଥିପାଇଁ ଡିଏମ ଅଭିଷେକ ପ୍ରକାଶ ଆଦେଶ ଜାରି କରିଛନ୍ତି। ଲକ୍ଷ୍ନୌର ପ୍ରତ୍ୟେକ ସିନେମା ଘରେ ଓ ମଲଟିପ୍ଲେକ୍ସରେ ଦେଶଭକ୍ତି ଫିଲ୍ମ ପ୍ରଦର୍ଶିତ ହେବ। ଦେଶଭକ୍ତି ଫିଲ୍ମ ଦେଖିବା ପାଇଁ ଦର୍ଶକଙ୍କୁ ୧୦ ଟଙ୍କାରେ ଟିକେଟ୍ ମିଳିବ।

{"id":398397,"sizeSlug":"large","linkDestination":"none"}

ଜିଲ୍ଲାପାଳଙ୍କ  ଅନୁଯାୟୀ, ସହରରେ ପ୍ରାୟ ୧୨ରୁ ଉର୍ଦ୍ଧ୍ଵ ସିନେମାଘର ଓ ମଲଟିପ୍ଲେକ୍ସରେ ଦେଶଭକ୍ତି ଫିଲ୍ମ ପ୍ରଦର୍ଶିତ କରାଯିବ। ଏଥିରେ ସର୍ଜିକାଲ ଷ୍ଟ୍ରାଇକ୍ ଓ ରାଜି ପରି ଫିଲ୍ମ ପ୍ରଦର୍ଶିତ ହେବ। ଜାରି ବିଜ୍ଞପ୍ତି ଅନୁଯାୟୀ, ଲକ୍ଷ୍ନୌର ବିଭିନ୍ନ ସିନେମାଘର ଓ ମଲଟିପ୍ଲେକ୍ସରେ ଜାନୁଆରୀ ୨୬ ଦିନ ଉରି ଦ ସର୍ଜିକାଲ ଷ୍ଟ୍ରାଇକ୍, ମିଶନ ମଙ୍ଗଲ ଓ ଫିଲ୍ମ ରାଜି ଦେଖାଇବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏହି ସବୁ ସିନେମାଘର ଓ ମଲଟିପ୍ଲେକ୍ସରେ କେବଳ ୧୦ ଟଙ୍କା ଟିକେଟ୍‌ରେ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ଫିଲ୍ମ ଦର୍ଶକ ଦେଖି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.