Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ
  • ||
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||

ବଙ୍ଗଳାରେ ବିଜି ଅଛନ୍ତି ପାତ୍ରାଳୀ

31/07/2020 at 2:51 PM

କଟକ ୩୧/୭: ଅଭିନେତ୍ରୀ ଏବଂ ମଡେଲ୍‌ ପତ୍ରାଳୀ ଚଟ୍ଟୋପାଧ୍ୟାୟ ଓଡ଼ିଆ ଏବଂ ବେଙ୍ଗଲୀ ସିନେମାରେ ଏକ ପରିଚିତ ନାଁ । କୋଲକାତାରେ ଜନ୍ମିତ ପତ୍ରାଳୀ ୨୦୧୪ରେ ‘ବାବୁ ଇଂଲିସ ମେମ୍‌’ରେ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ରଟି ବେଶ ସଫଳତା ହାସଲ କରିଥିଲା । ୨୦୧୬ରେ ସେ ଓଡ଼ିଆ ଚଳଚ୍ଚିତ୍ର ‘ଚିନି’ରେ ଅଭିନୟ କରିଥିଲେ । ଏଥିରେ ସେ ଅମ୍ଲାନଙ୍କ ସହିତ ଚମତ୍କାର ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ । ଏହା ଶ୍ରେଷ୍ଠ ରାଜ୍ୟ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଥିଲା। ଏହା ପରେ ପୁଣି ଥରେ ପତ୍ରାଳୀ ସେଇ ଅମ୍ଲାନଙ୍କ ସହିତ ଚଳଚ୍ଚିତ୍ର ‘ନୂଆ ନୂଆ ପ୍ରେମରେ’ରେ ଅଭିନୟ କରିଥିଲେ ।

ଏହି ଚଳଚ୍ଚିତ୍ରର କାହାଣୀ, ସଂଳାପ ଏବଂ ଦୃଶ୍ୟାୟନ ବେଶ୍‌ ମନଛୁଆଁ ହୋଇଥିଲା । ଏଥିରେ ବହୁ ବରିଷ୍ଠ କଳାକାରମାନେ ଅଭିନୟ କରିବା ସହିତ ଫିଲ୍ମଟି ଦର୍ଶକୀୟଆଦୃତି ଲାଭ କରିଥିଲା । ଏବେ ତାଙ୍କ ହାତରେ କୌଣସି ଓଡ଼ିଆ ଫିଲ୍ମ ନଥିବାବେଳେ ସେ ବେଙ୍ଗଲୀ ମୁଭିକୁ ନେଇ ଭାରି ବ୍ୟସ୍ତ । ଏପଟେ ଓଡ଼ିଆ ଦର୍ଶକ ତାଙ୍କୁ ମିସ୍‌ କରୁଛନ୍ତି ।

   Related Posts