ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା : ଆଜି ଅନୁଷ୍ଠିତ ହେବ ପତରପେଣ୍ଡି

Published By : Prameya-News7 Bureau | May 23, 2020 IST

ସମ୍ବଲପୁର ୨୩।୫: ଆଜିଠୁ ଆରମ୍ଭ ହେବ ସମ୍ବଲପୁରର ଦେବ ଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ ଉତ୍ସବ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । ଆଜି ଶୀତଳଷଷ୍ଠୀ ପର୍ବର ଅନ୍ୟ ଏକ ପ୍ରମୁଖ କାର୍ଯ୍ୟକ୍ରମ ପତରପେଣ୍ଡି । ତେବେ ଗତ ଅକ୍ଷୟ ତୃତୀୟାରୁ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟପର୍ବ ଥାଳ ଉଠା କାର୍ଯ୍ୟକ୍ରମ ସରିଛି । ଏଥିରେ କନ୍ୟା ପିତାମାତା ଚୟନ ହୋଇସାରିଛନ୍ତି ।

{"id":274506,"sizeSlug":"large"}

ଦେବ ଦେବ ମହାଦେବଙ୍କ ପାଇଁ ବରପିତା, ସପ୍ତଋଷିମାନେ କନ୍ୟା ସନ୍ଧାନରେ ଯିବେ । କନ୍ୟା ଘରେ ପହଞ୍ଚିବା ପରେ ସପ୍ତଋଷି କନ୍ୟାର ଗୁଣ ସୁନ୍ଦରତା ବରପିତାଙ୍କ ନିକଟରେ ବଖାଣି ୨୧ଟି ସରଗି ପତ୍ର, ଫୁଲ ଦେଇ ଦେବୀ ସାବିତ୍ରୀଙ୍କୁ ବୋହୁ ହିସାବରେ ବାଛିବାର କାର୍ଯ୍ୟକ୍ରମକୁ ହିଁ ପତରପେଣ୍ଡି କୁହାଯାଏ ।

{"id":274507,"sizeSlug":"large"}

ପତରପେଣ୍ଡି କାର୍ଯ୍ୟକ୍ରମ ତଥା ବିବାହ ପାଇଁ କିଣାବିକା ସାରିଲେଣି କନ୍ୟାପକ୍ଷ । ମାତା ପାର୍ବତୀଙ୍କ ପାଇଁ ବାସନକୁସନ, ଲୁଗାପଟାଠୁ ଆରମ୍ଭ କରି ଝିଅ ବିଦାର ସବୁ ସାମଗ୍ରୀ ଘରକୁ କିଣା ହୋଇ ଆସିଲାଣି । ତେବେ ସରକାରୀ କଟକଣା ଯୋଗୁଁ ସୀମିତ ସଂଖ୍ୟକ ବନ୍ଧୁବାନ୍ଧବ ଏଥିରେ ଉପସ୍ଥିତ ରହିବେ ।

{"id":274509,"sizeSlug":"large"}

ସମ୍ବଲପୁରରେ ପ୍ରତିବର୍ଷ ଧୁମଧାମରେ ପାଳନ ହୁଏ ଶିବ ବିବାହର ପ୍ରତିଟି କାର୍ଯ୍ୟକ୍ରମ । କନ୍ୟା ଖୋଜାଠାରୁ ଦେବ ନିମନ୍ତ୍ରଣ ଓ ବିବାହଠାରୁ ଦେବ ଦମ୍ପତ୍ତିଙ୍କ ନଗର ପରିକ୍ରମା ପର୍ଯ୍ୟନ୍ତ, ସମସ୍ତ କାର୍ଯ୍ୟକ୍ରମ ଆକର୍ଷଣୀୟ ଭାବେ ପାଳନ ହୁଏ ।

{"id":274508,"sizeSlug":"large"}

କିନ୍ତୁ ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ ଏଥର ସମସ୍ତ କାର୍ଯ୍ୟକ୍ରମ କେବଳ ବିଧି ରକ୍ଷା ପାଇଁ କରାଯିବ । କୌଣସି ପ୍ରକାର ଧାର୍ମିକ ଶୋଭାଯାତ୍ରା ବାହାରିବା ଉପରେ ସରକାର ଅଙ୍କୁଶ ଲଗାଇ ଥିବାରୁ ଅତି କମ୍ ଲୋକରେ ପତରପେଣ୍ଡି ସହ ଶିବ ପାର୍ବତୀଙ୍କ ଶୁଭ ବିବାହ ଓ ନଗର ପରିକ୍ରମା କାର୍ଯ୍ୟକ୍ରମ ମଧ୍ୟ କରିବାକୁ ସ୍ଥିର କରିଛି ଆୟୋଜକ କମିଟି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.