Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା:ଆଜି ମାଷ୍ଟରମାଇଣ୍ଡ ପୁଞ୍ଜିଲାଲଙ୍କ ଜାମିନ ଆବେଦନ ଉପରେ ରାୟ ପ୍ରକାଶ ପାଇବ

1/06/2018 at 5:30 AM

ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା । ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନ ଉପରେ ଆଜି ରାୟ ପ୍ରକାଶ ପାଇବ । ଗତ ୧୪ ରେ ପାଟଣାଗଡ ଏସଡିଜେଏମ କୋର୍ଟରେ ତାଙ୍କ ଓକିଲ ଏନେଇ ଆବେଦନ କରିଥିଲେ । ଜାମିନ ଆବେଦନ ଉପରେ ବଲାଙ୍ଗୀର ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଗୁରୁବାର ଉଭୟ ପକ୍ଷରୁ ଶୁଣାଣି ହୋଇଥିଲା । ଶୁଣାଣି ସରିବା ପରେ ରାୟକୁ ସଂରକ୍ଷିତ ରଖିଥିଲେ କୋର୍ଟ । ଆଜି ଏହାର ସାନି ଶୁଣାଣି କରାଯିବ ବୋଲି ସୂଚନା ରହିଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ପୁଞ୍ଜିଲାଲଙ୍କ ବିରୋଧରେ ଠୋସ ପ୍ରମାଣ ଦିଆଯାଇଛି । କିଭଳି ଭାବେ ପୁଞ୍ଜିଲାଲ ବୋମା ତିଆରିଠାରୁ କୋରିଅର ଯୋଗେ ପାର୍ସଲ ପଠାଇଥିଲେ ତାର ସମସ୍ତ ପ୍ରମାଣ ଓ ତଥ୍ୟ କ୍ରାଇମବ୍ରାଞ୍ଚ ଦେଇଥିବାରୁ ଜାମିନ ମିଳିବ କି ନାହିଁ ତାହା ଅଦାଲତ ଉପରେ ନିର୍ଭର କରୁଛି । ପୁଞ୍ଜିଲାଲ ଦୋଷୀ ନୁହଁନ୍ତି । ଯଦି ତାଙ୍କ ଜାମିନ ନାମଞ୍ଜୁର ହେବ ତେବେ ଉପରିସ୍ଥ ଅଦାଲତରେ ଜାମିନ ଆବେଦନ କରାଯିବ ବୋଲି କହିଛନ୍ତି ପୁଞ୍ଜିଲାଲଙ୍କ ଓକିଲ । ସେପଟେ ସରକାରୀ ଓକିଲ କହିଛନ୍ତି ପୁଞ୍ଜିଲାଲଙ୍କୁ ଜାମିନ ମିଳିବ ନାହିଁ ।

Leave a Reply

   Related Posts