ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣ ମାମଲା:ଅଭିଯୁକ୍ତ ପୁଞ୍ଜିଲାଲ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ

Published By : Prameya-News7 Bureau | June 09, 2018 IST

ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣ ମାମଲା । ଅଭିଯୁକ୍ତ ପୁଞ୍ଜିଲାଲ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ । ଗତ ସପ୍ତାହରେ ତାଙ୍କ ଜାମିନ ବଲାଙ୍ଗୀର ଅତିରିକ୍ତ ଜିଲ୍ଲା ଦୌରା ଜଜ ଅଗ୍ରାହ୍ୟ କରିଦେଇଥିଲେ । ଏହା ପରେ ସେ ହାଇକୋର୍ଟରେ ନିୟମିତ ଜାମିନ ଆବେଦନ ଦାୟର କରିଛନ୍ତି । ଗତ ଫେବୃଆରୀ ୨୩ରେ ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରିମା ପାର୍ସଲ ଖୋଲୁଥିବାବେଳେ ବିସ୍ଫୋରଣ ଘଟିଥିଲା । ଘଟଣାସ୍ଥଳରେ ସୌମ୍ୟଶେଖରଙ୍କ ଜେଜେମାଆଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତର ସୋମ୍ୟଶେଖର ଓ ରିମାଙ୍କୁ ବଲାଙ୍ଗୀର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସୌମ୍ୟଶେଖରଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତର ରୀମା ଏସସିବିରେ ଭର୍ତ୍ତି ହୋଇଥିଲେ । ଘଟଣାର ମାଷ୍ଟରମାଇଣ୍ଡ ଭଇଷା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଏପ୍ରିଲ ୨୫ରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲେ । ତାଙ୍କୁ ତଦନ୍ତକାରୀ ସଂସ୍ଥା ରିମାଣ୍ଡରେ ନେଇ ପଚରାଉଚରା କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.