Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାଟଣାଗଡ ପାର୍ସଲବୋମା ଘଟଣାର ଚାର୍ଜସିଟ ଦାଖଲ: ତଥାପି ଜାରି ରହିବ ତଦନ୍ତ

21/08/2018 at 3:49 AM

ବଲଂଗୀର୨୧|୮: ବଲାଙ୍ଗୀର ପାର୍ସଲ ବୋମା ଘଟଣା ର ମୁଖ୍ୟ ତଥା ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ ମହେରେ ବିରୋଧରେ ଦାଖଲ ହେଲା ଚାର୍ଜସିଟ। କ୍ରାଇମବ୍ରାଞ୍ଚ ପାଟଣାଗଡ ପାର୍ସଲ ବୋମା ଘଟଣାକୁ ହାତକୁ ନେବା ପରେ ତନ୍ନ ତନ୍ନ କରି ଜାଞ୍ଚ କରି ଗିରଫ କରିଥିଲା ଭଏଁଷା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମହେରେକୁ। ଦିର୍ଘ ଏକ ମାସ ଧରି ରିମାଣ୍ଡରେ ନେଇ ଛାନଭିନ କରିବାସହ ଜେଲ ହାଜତକୁ ପୁଞ୍ଜିଲାଲକୁ ପଠାଇଥିଲା କ୍ରାଇମବ୍ରାଞ୍ଚ।
ଏବେ ଏହି ଘଟଣାରେ ପାଟଣାଗଡ ଏସଡିଜେଏମ କୋର୍ଟରେ ୩ ଶହ ପୃଷ୍ଠା ବିଶିଷ୍ଟ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ତଦନ୍ତ ହାତକୁ ନେବାର ୧୨୦ ଦିନ ପରେ ଦାଖଲ କରିଛି ଚାର୍ଜସିଟ। ଏତିପାଇଁ ୭୨ ଜଣ ସାକ୍ଷୀ ଓ ପ୍ରତ୍ୟକ୍ଷଦର୍ଶିଙ୍କ ବୟାନ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ତେବେ କଲେଜ ଅଧ୍ୟାପକ ପଦ ପାଇଁ ଚାଲିଥିବା ବିବାଦରେ ପ୍ରତିଶୋଧ ପରାୟଣ ହୋଇ ସେ ଏଭଳି କାଣ୍ଡ କରିଥିବା ଚାର୍ଜସିଟରେ ଉଲ୍ଲେଖ କରିଛି କ୍ରାଇମବ୍ରାଞ୍ଚ। ଏନେଇ ୩ ଜଣ ରାଜସାକ୍ଷୀ ଓ ଫରେନସିକ ସାଇନ୍ସ ଲେବ୍ରୋଟାରୀର ଦୁଇଟି ରିପୋର୍ଟ କ୍ରାଇମବ୍ରାଞ୍ଚର ହସ୍ତଗତ ହୋଇନାହିଁ ।ତେଣୁ ତଦନ୍ତକୁ ବନ୍ଦନକରି ଜାରି ରଖିବାକୁ କ୍ରାଇମବ୍ରାଂଚ ଆବେଦନ କରିଛି ପାଟଣାଗଡ ଏସଡିଜେଏମ କୋର୍ଟରେ। ଗତ ଫେବୃୟାରୀ ମାସ ୨୩ ତାରିଖରେ ସମଗ୍ର ରାଜ୍ୟକୁ ଦୋହଳାଇ ଦେଇଥିଲା ପାର୍ସଲ ବୋମା ଘଟଣା। ଏହି ବୋମା ବିସ୍ଫୋରଣରେ ସୋମ୍ୟଶେଖର ଓ ତାଙ୍କ ଜେଜେମାଁଙ୍କ ଜୀବନ ଚାଲିଯାଇଥିଲା। ଗୁରୁତର ଅବସ୍ଥାରେ ଦିର୍ଘ ଦିନ ଧରି ଚିକିତ୍ସାଧୀନ ଥିଲେ ସୋମ୍ୟଙ୍କ ସ୍ତ୍ରୀ। ସେ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ତାଙ୍କ ଆଁଖି ଓ କାନରେ ଲାଗିଥିଲା ଗୁରୁତର ଆଘାତ। ଏନେଇ ପ୍ରଥମେ ଗୋଟିଏ ମାସ ଧରି ପୋଲିସ ତଦନ୍ତ କରିଥିବା ବେଳେ କୌଣସି ଅଭିଯୁକ୍ତକୁ ଧରିନପାରିବାରୁ ପରେ କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା ଏହାର ତଦନ୍ତ ଭାର। ପରେ ଗୋଟିଏ ମାସ ଧରି କ୍ରାଇମବ୍ରାଞ୍ଚ ରାଜ୍ୟ ସହ ପଡୋଶି ଛତିଶଗଡ , ବେଙ୍ଗଲୋର, ହାଇଦ୍ରାବାଦ, କୋଲକାତା ସହ ବିଭିନ୍ନ ସ୍ଥାନରେ ତଦନ୍ତ କରିବାସହ ଏହାର ତଦନ୍ତ ପାଇଁ ବିଦେଶ ଫରେନସିକ ଲେବ କୁ ମଧ୍ୟ ବିଭିନ୍ନ ନମୁନା ପଠାଯାଇଛି।

   Related Posts