ପାଟଣାଗଡ ମର୍ଡର୍ : ୬ ଜଣଙ୍କୁ ହତ୍ୟା ମାମଲାରେ ୬ ଗିରଫ, ଅଜ୍ଞାତ ସ୍ଥାନରେ ଚାଲିଛି ଜେରା, ପତିଆରା ଜାହିରରୁ ଜଘନ୍ୟ ହତ୍ୟାକାଣ୍ଡ ସନ୍ଦେହ

Published By : Prameya-News7 Bureau | November 17, 2020 IST

ପାଟଣାଗଡ,୧୭|୧୧:  ବଲାଙ୍ଗୀର ପାଟଣାଗଡ ଗୋଟିଏ ପରିବାରର ୬ ଜଣଙ୍କୁ ନିର୍ମମ ହତ୍ୟା ଘଟଣାରେ ଠୋସ୍ ସୁରାକ ଲାଗିଛି ପୋଲିସ ହାତରେ। ଘଟଣାରେ ଏ ଯାଏଁ  ୬ ଜଣଙ୍କୁ ଉଠାଇ ଅଜ୍ଞାତ ସ୍ଥାନରେ ପୋଲିସ ଜେରା  କରୁଥିବା ଜଣା ପଡିଛି। ସେପଟେ ପତିଆରା ଜାହିର ପାଇଁ ଏ ନିର୍ମମ ହତ୍ୟାକାଣ୍ଡ ଘଟିଥିବା ଜେରା ବେଳେ ଜାଣିବାକୁ ପାଇଛି ପୋଲିସ। ସେପଟେ ଘଟଣାକୁ ନେଇ ପୋଲିସ ମୁହଁ ଖୋଲୁନଥିବା ବେଳେ ଏବେ ବି ଘଟଣାରେ ସସପେନ୍ସ ଜାରି ରହିଛି ।

ପୋଲିସ ହାତରେ ଲାଗିଛି ବହୁ ଚର୍ଚ୍ଚିତ ପାଟଣାଗଡ ଗୋଟିଏ ପରିବାରର ୬ ଜଣଙ୍କୁ ନିର୍ମମ ହତ୍ୟା ଘଟଣାର ସୁରାକ। କେମିତି ହୋଇଥିଲା ଏ ହତ୍ୟା କାଣ୍ଡ। କିଏ କିଏ ସାମିଲ ଅଛନ୍ତି  ଏଇ ନିର୍ମମ ହତ୍ୟା କାଣ୍ଡରେ? କଣ ରହିଛି ହତ୍ୟା କାଣ୍ଡର କାରଣ ? କେଉଁ କାରଣ ପାଇଁ ୪ ନିଷ୍ପାପ ଶିଶୁ ସହ ସ୍ବାମୀ ସ୍ତ୍ରୀଙ୍କୁ ରାସ୍ତାରୁ ସବୁ ଦିନ ପାର୍ଇ ସଫା କରିଦେଲେ ଅଭିଯୁକ୍ତ ? ଅଜ୍ଞାତ ସ୍ଥାନରେ ପୋଲିସ ଘନ ଘନ ଜେରା ବେଳେ ଗୋଟି ଗୋଟି ସତ ଓଗାଳୁଛନ୍ତି ଅଭିଯୁକ୍ତ। ତେବେ ତଦନ୍ତ ବ୍ୟାହତ ହେବା କାରଣରୁ ପୋଲିସ ଏ ନେଇ କିଛି କହୁ ନଥିବା ବେଳେ ଅଭିଯୁକ୍ତଙ୍କ ଅତି ନିକଟତର ହୋଇଥିବା ଜଣା ପଡିଛି। 

ପତିଆରା ପାଇଁ ପ୍ରତିଶୋଧ ! ପତିଆରା ପାଇଁ ଗଲା ଗୋଟିଏ ପରିବାରର ୬ ଜୀବନ। ପାଟଣାଗଡରେ ଘଟିଯାଇଥିବା ବୀଭତ୍ସ ହତ୍ୟା କାଣ୍ଡର ପଛର କାରଣ ଦେଖିଲେ, ମୃତ ବୁଲୁ ଜାନୀ ନିଜ ସଂପ୍ରଦାୟର  ଅନ୍ୟ ପାଖାପାଖି ୧୦ ଟି ପରିବାର ସହ ରହୁଥିଲେ ପାଟଣାଗଡର ସ୍ଥାନୀୟ ସଅଁରାପଡାରେ। ମୃତ ବୁଲୁ ଜାନୀ ନିଜର ପତିଆରା ସବୁବେଳେ ଜାହିର କରୁଥିଲା ନିଜ ସଂପ୍ରଦାୟର ଲୋକଙ୍କ ଉପରେ। ଏପରିକି ନିଜ ଦବଦବା ଦେଖାଇବା ପାଇଁ ଧମକଚମକ ସହ ମାଡଗୋଳ ବି ଲାଗୁଥିଲା ମୃତ ବୁଲୁ ଜାନୀ। ସେପେଟ ବୁଲୁ ଜାନୀର ପତିଆରାରେ ଅତିଷ୍ଠ ହୋଇ ଦୁଇ ତିନୋଟି ପରିବାର ଘର ଛାଡି ଅଲଗା ରହିଲେ। କାହାର ଖାତିର ଦେଶୀ ? କାହାର ରହିଛି ବେଶୀ ଦବଦବା ? ନିଜ ପତିଆରା ପାଇଁ ବୁଲୁ ଜାନୀ ଓ ସଂପର୍କୀୟ ବାବୁଲା ପରିବାର ଭିତରେ ଅସନ୍ତୋଷର ନିଆଁ କହୁଳୁଥିଲା ଦୀର୍ଘ ଦିନରୁ।

ଏହି ନିର୍ମମ ହତ୍ୟା ପଛରେ ବାବୁଲା ସହ ତାଙ୍କ ଦୁଇ ପୁଅଙ୍କ ହାତ ଥିବା ସିଧା ସିଧା ଅଭିଯୋଗ କରିଛନ୍ତି ମୃତ ବୁଲୁ ଜାନୀର ପୁଅ। ମୃତ ବୁଲୁ ଜାନୀର ପୁଅଙ୍କ ଅଭିଯୋଗ ଆଧାରରେ ବାବଲୁ ଜାନୀର  ଦୁଇ ପୁଅ ଭୋଲା ଓ ଶିବା  ସହ ଭିଣୋଇ ସୁରେଶ ମାଝୀକୁ ଅଜ୍ଞାତ ସ୍ଥାନରେ ସାମ୍ନାସାମ୍ନି ଜେରା ପରେ ହତ୍ୟାକାଣ୍ଡକୁ ନେଇ ଅନେକ ସୁରାକ ଲାଗିଛି ପୋଲିସ ହାତରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.