Friday, July 19, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଧାନସଭା ଅଧିବେଶନରେ ଯୋଗ ଦେଇପାରିବେନି ପାଟଣାଗଡ ବିଧାୟକ ସରୋଜ ମେହେର

ଭୁବନେଶ୍ବର ୨୫|୬: ଆଜିଠୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଏହି ବଜେଟ ଅଧିବେଶନ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ପର୍ଯ୍ୟାୟ ଜୁନ୍ ୨୫ରୁ ଜୁଲାଇ ୨ ତାରିଖ ଏବଂ ଦ୍ବିତୀୟ ପ୍ରର୍ଯ୍ୟାୟ ଜୁଲାଇ ୧୨ ତାରିଖରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ।

ତେବେ ପ୍ରଥମ ଦିନରେ ଆଜି ରାଜ୍ୟପାଳଙ୍କ ଉଦବୋଧନରୁ ଆରମ୍ଭ ହେବ ଗୃହକାର୍ଯ୍ୟ । ୨୬ରେ ଉପବାଚସ୍ପତି ନିର୍ବାଚନ ନେଇ ଘୋଷଣା ହେବାକୁ ଥିବା ବେଳେ ୨୭ରେ ହେବ ନିର୍ବାଚନ । ୨୮ ତାରିଖରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ଜୁଲାଇ ୩୧ ତାରିଖରେ ବ୍ୟୟମଞ୍ଜୁରୀ ବିଲା ଗୃହରେ ପାରିତ ହେବ ।

ସେପଟେ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟମାନେ ଏଥିପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ଏମିତିରେ ନବ ନିର୍ବାଚିତ ପାଟଣାଗଡ ବିଧାୟକ ସରୋଜ ମେହେର ବିଧାନସଭା ଅଧିବେଶନରେ ଯୋଗଦେଇପାରିବେନାହିଁ ।

ପୂର୍ତ୍ତବିଭାଗର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠ୍‌ବସ୍‌ କରିବା ଘଟଣାରେ ପାଟଣାଗଡ଼ ପୁଲିସ୍ ବିଧାୟକଙ୍କୁ ଗତକାଲି ଗିରଫ କରିଛି। ବିଧାୟକଙ୍କୁ ଏଡିଜେଙ୍କ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ପାଟଣାଗଡ଼ ଜେଲ୍‌କୁ ପଠାଇ ଦିଆଯାଇଛି । ଜେଲରେ ଥିବା କାରଣରୁ ସେ ବିଧାନସଭା ଅଧିବେଶନରେ ଯୋଗଦେଇପାରିବେନାହିଁ ।

ସୂଚନାଯୋଗ୍ୟ ଯେ, ବେଲପଡ଼ା ଗମ୍ଭାରୀ ଗାଁରେ ରାସ୍ତାକାମ ଚାଲିଥିବା ବେଳେ ଏହା ଅତ୍ୟନ୍ତ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଥିଲା। ଜୁନ୍ ୫ ତାରିଖରେ ବିଧାୟକ ସରୋଜ ମେହେର ଉକ୍ତ ନିର୍ମାଣାଧୀନ ପିଚୁ ରାସ୍ତାର କାର୍ଯ୍ୟ ତଦାରଖ କରିବାକୁ ଯାଇଥିଲେ। ରାସ୍ତାକାମ ତଦାରଖ କରିବା ପରେ ବିଧାୟକ ସଙ୍ଗେ ସଙ୍ଗେ ଆକ୍ସନ୍ ମୋଡ୍‌କୁ ଚାଲି ଯାଇଥିଲେ। ସର୍ବସମ୍ମୁଖରେ ସେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ୫ ମିନିଟ୍‌ ମଧ୍ୟରେ ଶହେ ଥର ଉଠ୍‌ବସ୍‌ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଉଠ୍‌ବସ୍‌ ନ ହେଲେ ଲୋକେ ମାଡ଼ମାରିବେ ବୋଲି ସେ କହୁଥିବା ଭିଡିଓରେ ଶୁଣିବାକୁ ମିଳିଥିଲା ।

48 Views

   ସମ୍ବନ୍ଧିତ ଖବର