କନିଷ୍ଠଯନ୍ତ୍ରୀଙ୍କୁ ପାଟଣାଗଡ ବିଧାୟକ ଉଠବସ କରାଇବା ଘଟଣା: ସରୋଜ ମେହେର କ୍ଷମା ମାଗିବାପରେ ବି ମହଙ୍ଗା ସାବ୍ୟସ୍ତ ହୋଇପାରେ

Published By : Prameya-News7 Bureau | June 06, 2019 IST

ଭୁବନେଶ୍ବର ୬|୬: ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ‘ଫୈସଲା ଅନସ୍ପଟ’ ତାଙ୍କ ପାଇଁ ମହଙ୍ଗା ପଡ଼ିଛି । ରାସ୍ତା କାମରେ ଦୁର୍ନୀତି ହୋଇଥିବାରୁ ପିଡବ୍ଲୁଡି ଜେଇଙ୍କୁ କ​‌ଲେ ବସଉଠ । ଥରେ ନୁହେଁ ୧୦୦ ଥର ବସ ଉଠ ହେବାକୁ ନିର୍ଦେଶ ବି ଦେଇଥିଲେ । ଏବେ ଏହି ଭିଡିଓ ଭାଇରାଲ ହେବା ପରେ ଘଟଣାକୁ ନିନ୍ଦା କରିଛନ୍ତି ସମସ୍ତେ । ଆଉ ବିରୋଧୀ ବିଜେଡିକୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ବଲାଙ୍ଗିର ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ।

{"id":120392}

ନିର୍ବାଚନ ବିଜୟ ପରେ ଉତ୍ସାହିତ ବିଧାୟକ । ନିଜକୁ ନାୟକ ଫିଲ୍ମର ହିରୋ ଭାବିନେଇଥିଲେ । ଅରବିନ୍ଦ କେଜରିଲୱାଲଙ୍କ ଫର୍ମୁଲାରେ ଓହ୍ଲାଇଥିଲେ ରାସ୍ତାକୁ। ରାସ୍ତା ଖୋଳିଥିଲେ, ପିଚୁତଳର ଦୁର୍ନୀତି ବାହାର କରିଥିଲେ । ଆଉ ଫୈସଲା ଅନ ସ୍ପଟ କରିଥିଲେ।   ପବ୍ଲିକରେ ଜେଇଙ୍କୁ କଲେ ବସଉଠ । ପାଟଣାଗଡ ନବନିର୍ବାଚିତ ବିଧାୟକ ସରୋଜ ମେହେର ପବ୍ଲିକରେ ଜେଇଙ୍କୁ ବସ ଉଠ କରାଉଛନ୍ତି ।

{"id":120393}

ବେଲପଡା ଓ ଖପ୍ରାଖୋଲ ରାସ୍ତାରେ ଦୁର୍ନିତି ହୋଇଥିବା ବିଧାୟକଙ୍କୁ ଅଭିଯୋଗ କରିଥିଲେ ସ୍ଥାନୀୟ ବାସିନ୍ଦା । ତେଣୁ ବିଧାୟକ ରାସ୍ତାର ଯାଞ୍ଚ କରିଥିଲେ । କେଉଁଠି ପିଚୁ ଉପଡିଯାଇଥିଲା ଆଉ କେଉଁ କେଉଁଠି ରାସ୍ତାର ଚିହ୍ନବଣ୍ଣ ନ୍‌ଥିଲା । ​‌​‌ଶେଷରେ ବିଧାୟକ ସିଧା ପିଡବ୍ଲୁଡି ଜେଇଙ୍କୁ ଲୋକଙ୍କ ସାମ୍ନାରେ ଦଣ୍ଡ ବିଧାନ କରିଥିଲେ।  ୫ମିନିଟରେ ୧୦୦ ଥର ବସଉଠ ହୁଅ ନହେଲେ ପବ୍ଲିକ ନିସ୍ତୁକ ପିଟିବେ ବୋଲି ବିଧାୟକ କହିଥିଲେ। ବିଚରା ଜେଇ କାନଧରି ବସଉଠ ହେବା ସହ ବିଧାୟକଙ୍କୁ ହାତଯୋଡି କ୍ଷମା ମାଗିଥିଲେ ।

{"id":120394}

ରାଜନୈତିକ ମହଲରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିରୋଧୀ ଦଳମାନେ ବିଧାୟକଙ୍କ ଏଭଳି ଅରବିନ୍ଦଗିରିକୁ ଦେଖି ତୋବା ତୋବା କରିଛନ୍ତି । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଛନ୍ତି  ସରକାରୀ ଅଧିକାରୀ ହୁଅନ୍ତୁ କି ନେତା କେହି ଆଇନକୁ ହାତକୁ ନେବା ଉଚିତ ନୁହେଁ । ପାଟଣାଗଡ଼ର ପୂର୍ବତନ ବିଧାୟକ ତଥା  ବିଜେପି ନେତା କନକ ବର୍ଦ୍ଧନ ସିଂହ ଦେଓ ସରୋଜଙ୍କୁ ସମାଲୋଚନା କରିବା ସହ ବିଜେଡିକୁ ବି ଟାର୍ଗେଟ କରିଛନ୍ତି । ଆଉ ବିରୋଧୀ ବିଜେଡିକୁ ଘେରୁଥିବାରୁ ବିଜେଡି ବି ଆତ୍ମରକ୍ଷା କରିଛି ।

{"id":120395}

ଦିନସାରା ଘଟଣାକୁ ନେଇ ତମ୍ବିତୁଫାନ ଚାଲିଥିଲା । ଶେଷରେ ମୁହଁ ଖୋଲିଥିଲେ ବିଧାୟକ। ଘଟଣା ପାଇଁ ଦୁଃଖ ପ୍ରକାଶ କରିଥିଲେ। ସେପଟେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ।

{"id":120396}

ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ସିନା ଦେଇଛନ୍ତି, ତେବେ ତଦନ୍ତ କେବଳ ବିଧାୟକଙ୍କ କାର୍ଯ୍ୟର ନାଁ ରାସ୍ତାର ମାନର ବି ତଦନ୍ତ ହେବ ତାହା ସ୍ପଷ୍ଟ ହୋଇନି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.