Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||

ଜେଇଙ୍କୁ ଉଠବସ ଘଟଣାରେ ଗିରଫ ପାଟଣାଗଡ ବିଧାୟକ ସରୋଜ ମେହେର ୧ ତାରିଖ ପର୍ଯ୍ୟନ୍ତ ରହିବେ ବିଚାର ବିଭାଗୀୟ ହେପାଜତରେ

25/06/2019 at 3:46 PM

ବଲାଙ୍ଗିର ୨୫|୬: ଜେଇଙ୍କୁ ଉଠବସ ଘଟଣା ମହଙ୍ଗା ପଡିଛି ପାଟଣାଗଡର ନବନିର୍ବାଚିତ ବିଧାୟକ ସରୋଜ ମେହେରଙ୍କ ପାଇଁ। ବିଧାନସଭାର ପ୍ରଥମ ଅଧିବେଶନ ବସିଥିବା ବେଳେ ଫାଷ୍ଟ ଟାଇମ ବିଧାୟକ ହୋଇ ମଧ୍ୟ ଗଣତନ୍ତ୍ରର ମନ୍ଦିର କୁହା ଯାଉଥିବା ବିଧାନସଭା ଗୃହରେ ପ୍ରଥମ ଦିନ ପାଦ ଥାପି ପାରିଲେନି ନିବନିର୍ବାଚିତ  ବିଧାୟକ ସରୋଜ ମେହେର । ବିଧାୟକଙ୍କୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ପାଟଣାଗଡ ଉପ-କାରଗାରରେ ବିଚାର ବିଭାଗୀୟ ହାଜତରେ ରଖା ଯାଇଥିବା ବେଳେ ଏବେ ସମସ୍ତଙ୍କ ନଜର ପାଟଣାଗଡ ଏଡିଜେ କୋର୍ଟ ଉପରେ। ବିଧାୟକଙ୍କୁ ଜାମିନ ମିଳିବ ନା ନାହିଁ….କେବେ ମାଡିବେ ବିଧାନସଭା ଦୁଆର ବିଧାୟକ ସରୋଜ ମେହେର !

ପାଟଣାଗଡ ବିଧାୟକ ଗିରଫ ହୋଇ ଜେଲ ଯିବା ପରେ ଏବେ ସମସ୍ତଙ୍କ ନଜର ପାଟଣାଗଡ ଏଡିଜେଙ୍କ କୋର୍ଟ ଉପରେ। ବିଧାୟକ ସରୋଜ ମେହେରଙ୍କୁ ଜାମିନ ମିଳିବ ନା ନାହିଁ ?   ପାଟଣାଗଡ ଏଡିଜେ କୋର୍ଟ ବିଧାୟକଙ୍କ ଜାମିନ ଆବେଦନକୁ ଖାରଜ କରିଥିବା ବେଳେ ଆସନ୍ତ ୧ ତାରିଖ ଦିନ ଜାମିନ ଆବେଦନ ଉପରେ ଶୁଣାଣି ଲାଗି ଧାର୍ଯ୍ୟ ହୋଇଛି।

ବଲାଂଗୀରରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବୀ ନେଇ ଚାଲିଥିବା ଓକିଲଙ୍କ ଆନ୍ଦୋଳନ ଯୋଗୁଁ ପାଟଣାଗଡ ବିଧାୟକ ନିଜେ ନିଜର ଜାମିନ ଆବେଦନ କରିବାକୁ ପଡିଥିଲା। ସେହିପରି ଆସନ୍ତା ୧ ତାରିଖ ବେଳକୁ ବଲାଂଗୀର ଓକିଲ ସଂଘ ଦେଇ ଥିବା ଆନ୍ଦୋଳନ ଯଦି ପ୍ରତ୍ୟାହାର ହୋଇନଥାଏ ତେବେ ବିଧାୟକଙ୍କ କେସ କୌଣସି ଓକିଲ ଲଢ଼ିବେ ନାହିଁ ।ତେଣୁ ବିଧାୟକଙ୍କୁ ନିଜେ ନିଜର ଜାମିନ ପାଇଁ ପୁଣି ଥରେ ଏଡିଜେ କୋର୍ଟରେ ଆବେଦନ କରିବାକୁ ପଡିବ ।

ସୂଚନାଯୋଗ୍ୟ ଯେ,  ଏହି ଦିନ ପାଟଣାଗଡ ଏଡିଜେ କୋର୍ଟରେ ଜେଇ ଜୟକାନ୍ତ ଶବର ଓ ତାଙ୍କ ପତ୍ନୀ ପ୍ରବୀଣା ରାଜ ହଂସ ହେବାକୁ କୋର୍ଟ ନୋଟିସ ଦେଇଚନ୍ତି । ତେବେ ଗୋଟିଏ କଥା ସ୍ପଷ୍ଟ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ପାଟଣାଗଡ ବିଧାୟକଙ୍କ ଠିକଣା ରହିବ ପାଟଣାଗଡ ଉପ-କାରଗାର।

ସେପଟେ ଆଜି ବିଧାନସଭାର ପ୍ରଥମ ଅଧିବେଶନ ବସିଥିବା ବେଳେ କିନ୍ତୁ ବିଧାନସଭାର ପ୍ରଥମ ଦିନ ଗୃହରେ ପାଦ ଥାପି ପାରିନାହାନ୍ତି ପାଟଣାଗଡ ବିଧାୟକ ସରୋଜ ମେହେର। ନବ ନିର୍ବାଚିତ ବିଧାୟକ ହୋଇ ମଧ୍ୟ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନ ଅନୁପସ୍ଥିତ ରହିଲେ ପାଟଣାଗଡ ବିଧାୟକ। ସେପଟେ ବିଧାନସଭା ଗୃହ ବଦଳରେ ଜେଲର ମୂହଁ ଦେଖିବାକୁ ପଡିଥିବା  ବିଧାୟକଙ୍କ ଜେଲରେ ପ୍ରଥମ ଦିନ ଅନ୍ୟ କଏଦୀଙ୍କ ପରି ସାଧାରଣ ଜୀବନ କଟିଥିଲା।

ବିଧାୟକଙ୍କୁ ପାଟଣାଗଡ ଜେଲର ସେଗ୍ରିଗେସନ ଓ୍ବାର୍ଡରେ ରଖିଥିବା ବେଳେ ଓ୍ବାର୍ଡରେ କେବଳ ରହିଛି ଫେନ ଓ ଲାଇଟ। ସେହିପରି ଗତ କାଲି ବିଧାୟକ ଡିନର ମେନୁରେ ରୁଟି, ଆଳୁ ତରକାରୀ ଓ ପୋଟଳ ତରକାରୀ ଖାଇଥିବା ବେଳେ କାହାରି ସହ କଥାବାର୍ତ୍ତା ନ କରି ପୂରାପୂରି ଚୁପଚାପ ରହିଥିଲେ। ସେହିପରି ବିଧାୟକଙ୍କ ଡାକ୍ତରୀ ଚେକଅପରେ ସେ ପୂରା ପୂରି ସୁସ୍ଥ ଥିବା ଜଣାପଡିଛି।

   Related Posts