ଜେଲ୍ରେ ପାଟଣାଗଡ ବିଧାୟକ ସରୋଜ ମେହେର ଅସୁସ୍ଥ, ଚିକିତ୍ସାଳୟରେ ଭର୍ତ୍ତି
26/06/2019 at 9:33 AM

ପାଟଣାଗଡ ୨୬|୬: ପାଟଣାଗଡ ଉପକାରାଗାରରେ ବିଧାୟକ ସରୋଜ ମେହେର ଅସୁସ୍ଥ ଅନୁଭବ କରୁବାରୁ ତାଙ୍କୁ ପାଟଣାଗଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ରୁଟିନ ଚେକଅପ୍ ବେଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏ ନେଇ ସହକାରୀ ଜେଲର ପ୍ରଦୀପ ମହାନ୍ତି ସୂଚନା ଦେଇଛନ୍ତି ।

ଗତ ୨୪ ତାରିଖରେ ପାଟଣାଗଡ଼ ବିଧାୟକ ସରୋଜ ମେହେର ଗିରଫ ହୋଇଥିଲେ । ତାଙ୍କୁ ପାଟଣାଗଡ଼ ଏ.ଡି.ଜେ.ଙ୍କ କୋର୍ଟରେ ହାଜର କରାଯିବା ପରେ ବିଧାୟକଙ୍କୁ ପାଟଣାଗଡ଼ ଉପ କାରାଗାରକୁ ପଠାଇ ଦିଆଯାଇଥିଲା । ସେହି ଦିନ ସରୋଜ ମେହେରଙ୍କୁ ନୂଆପଡ଼ାରୁ ବଲାଙ୍ଗିର ଆଣି ପ୍ରଥମେ ପୋଲିସ ପଚରାଉଚରା କରିଥିଲା । ପାଟଣାଗଡ଼ ପୂର୍ତ୍ତ ବିଭାଗର ଜେ.ଇ ଜୟକାନ୍ତ ଶବରଙ୍କୁ ବସ୍ଉଠ୍ କରାଇବା ନେଇ ବିଧାୟକଙ୍କ ନାଁରେ ମାମଲା ହୋଇଥିଲା ।
Related Posts
ଘଡଘଡି ସହ ବର୍ଷା, ୧୬ ଜିଲ୍ଲାକୁ ଆଲର୍ଟ କଲେ ପାଣିପାଗ ବିଭାଗ
18 April 2021