Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ପୂର୍ତ୍ତ ଯନ୍ତ୍ରୀଙ୍କୁ ଉଠବସ୍ ଘଟଣା : ପାଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ମିଳିଲା ଜାମିନ

6/07/2019 at 12:25 PM

ପାଟଣାଗଡ ୬|୭: ପାଟଣାଗଡ଼ ବିଧାୟକ ସରୋଜ ମେହରଙ୍କୁ ମିଳିଲା ଜାମିନ । ଭୁବନେଶ୍ୱର ସ୍ୱତନ୍ତ୍ର ଏଡିଜେ କୋର୍ଟରୁ ସରୋଜଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ଦୁଇ ଜଣ ଜାମିନଦାର ଏବଂ ୨୫ ହଜାର ଟଙ୍କା ବଦଳରେ ବିଧାୟକଙ୍କୁ ଜାମିନ ଦେଇଛନ୍ତି କୋର୍ଟ । ଏହାସହ ତଦନ୍ତରେ ସହଯୋଗ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଜେଇଙ୍କୁ ଉଠବସ୍ ମାମଲାରେ ସରୋଜ ଜେଲ ଯାଇଥିଲେ ।

ଗିରଫ ପରେ ପାଟଣାଗଡ ଜେଲରୁ ଚିକିତ୍ସା ପାଇଁ ଭୁବନେଶ୍ୱର ଆସିଥିଲେ । ଭୁବନେଶ୍ୱର ଏଡିଜେ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ ।  କିନ୍ତୁ କୋର୍ଟ ବିଧାୟକଙ୍କ ଜାମିନ ଶୁଣାଣିକୁ ୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇଥିଲେ ।  ତାପରେ ଝାରପଡା ଜେଲକୁ ସ୍ଥାନାନ୍ତର ହୋଇଥିଲେ ସରୋଜ । ଆଜି ଜାମିନ ମିଳିବା ପରେ ବିଧାୟକଙ୍କୁ ଆସ୍ବସ୍ତି ମିଳିଛି ।

   Related Posts