ପାଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | June 24, 2019 IST

ପାଟଣାଗଡ ୨୪|୬: ପାଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ଗିରଫ କଲା ପୋଲିସ । ପାଟଣାଗଡ ଥାନାରୁ ପାଟଣାଗଡ ଏଡିଜେ କୋର୍ଟକୁ ଗଲେ ବିଧାୟକ ସରୋଜ ମେହେର । ଜେଇଙ୍କୁ ବସଉଠ କରିବା ଘଟଣାରେ ପାଟଣାଗଡ ବିଧାୟକଙ୍କୁ ଗିରଫ କରିଛି ପୋଲିସ ।

ଆଜି ସକାଳୁ ବିଧାୟକଙ୍କୁ ନୂଆପଡା ଖଡିଆଳରୁ ଆଣି ବଲାଙ୍ଗିରରେ ଜେରା କରୁଥିଲା ପୋଲିସ । ବଲାଙ୍ଗିରର ଏକ ଅଜଣା ସ୍ଥାନରେ ପାଟଣାଗଡ ବିଧାୟକଙ୍କୁ ଜେରା ଚାଲିଥିବା ସୂଚନା ମିଳିଥିଲା । ତେବେ ପରେ ତାଙ୍କୁ ପାଟଣାଗଡ ଥାନାକୁ ଆଣିଥିଲା ପୋଲିସ । ସେଠାରେ ତାଙ୍କୁ ଗିରଫ କରାଯାଇଛି ।

{"id":126463}

ପାଟଣାଗଡ ପୂର୍ତ୍ତ ବିଭାଗର ଜେଇ ଜୟକାନ୍ତ ଶବରଙ୍କୁ ବସ୍ଉଠ୍ କରାଇବା ନେଇ ବିଧାୟକଙ୍କ ନାଁରେ ମାମଲା ହୋଇଥିଲା । ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆସନ୍ତା ୨୬ରେ ବିଧାନସଭା ଘେରାଉ କରିବାକୁ ଜିଲ୍ଲା ଆଦିବାସୀ ସଂଘ ଧମକ ଦେଇଥିଲା ।

{"id":126464}

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ୍ ଗମ୍ଭାରୀ ଗାଁରେ ଏକ ରାସ୍ତାକାମ ଚାଲିଥିବା ବେଳେ ଏହା ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ହୋଇଥିଲା । ଏ ଅଭିଯୋଗ ପାଇବା ପରେ ଜୁନ୍ ୫ ତାରିଖରେ ବିଧାୟକ ସରୋଜ ମେହେର ଉକ୍ତ ନିର୍ମାଣାଧୀନ ପିଚୁ ରାସ୍ତାର କାର୍ଯ୍ୟ ତଦାରଖ କରିବାକୁ ଯାଇଥିଲେ। ରାସ୍ତାକାମ ତଦାରଖ କରିବା ପରେ ବିଧାୟକ ସଙ୍ଗେ ସଙ୍ଗେ ଆକ୍ସନ୍ ମୋଡକୁ ଚାଲି ଯାଇଥିଲେ। ସର୍ବସମ୍ମୁଖରେ ସେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ୫ ମିନିଟ୍ ମଧ୍ୟରେ ଶହେ ଥର ଉଠ୍ ବସ୍ ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଉଠ୍ ବସ୍ ନ ହେଲେ ଲୋକେ ମାଡ଼ମାରିବେ ବୋଲି ସେ କହୁଥିବା ଭିଡିଓରେ ଶୁଣିବାକୁ ମିଳିଥିଲା ।

{"id":126369}

ଏ ଘଟଣା ନେଇ ଜେଇ ଜୟକାନ୍ତ ଶବରଙ୍କ ପତ୍ନୀ ପାଟଣାଗଡ଼ ଥାନାରେ ଏତଲା ଦେଇଥିଲେ । ପୋଲିସ ଆଇପିସି ଓ ଏସସି ଏବଂ ଏସଟି ଆକ୍ଟରେ ବିଧାୟକଙ୍କ ନାଁରେ ମାମଲା ରୁଜୁ କରିଥିଲା । ସେହିଭଳି ଘଟଣା ସଂପର୍କରେ ତଦନ୍ତ କରି ଉପଜିଲ୍ଲାପାଳ ତାଙ୍କ ରିପୋର୍ଟ ଜିଲ୍ଲାପାଳଙ୍କୁ ଦେଇଥିଲେ। ବିଧାୟକ ବି ନିଜ ଭୁଲ୍ ସ୍ୱୀକାର କରିଥିଲେ। ତଥାପି ପୋଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା।

ଗତ ୨୦ ତାରିଖରେ ବିଧାୟକଙ୍କ ଆଗୁଆ ଜାମିନ ଉପରେ ହାଇକୋର୍ଟରେ ଶୁଣାଣି ହୋଇଥିଲା । କେସ୍ ଡାଏରୀ ଦାଖଲ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.