ପାଟଣାଗଡ଼ ଗଣହତ୍ୟାର ପର୍ଦ୍ଦାଫାଶ: ୧୦ ବର୍ଷର ବିବାଦ, ପ୍ରେମ ଓ ପତିଆର ପାଇଁ ଗଡିଲା ୬ ମୁଣ୍ଡ

Published By : Prameya-News7 Bureau | November 18, 2020 IST

ପାଟଣାଗଡ଼୧୮/୧୧: ପାଟଣାଗଡ଼ ଗଣହତ୍ୟା ମାମଲାର ପର୍ଦ୍ଦାଫାଶ। ଗୋଟିଏ ପରିବାରର ୬ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ମିଳିଥିବା ସୂଚନା ମୁତାବକ, ଏହି ହତ୍ୟା ଘଟଣାରେ ୩ଟି ପରିବାରର ଲୋକ ସଂପୃକ୍ତ ଅଛନ୍ତି। ୧୦ ପୂର୍ବରୁ ଏମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ମିଳିଥିବା ସୂଚନା ମୁତାବକ, ପ୍ରେମ ଓ ପତିଆରା ଲାଗି ଏହି ହତ୍ୟାକାଣ୍ଡ ଘଟିଛି। ପୂର୍ବରୁ ଏହି ପରିବାର ସହ ଏମାନଙ୍କର ବିବାଦ ଥିଲା। ତେଣୁ ରାଗରେ ସେମାନଙ୍କୁ ହତ୍ୟା କରାଯାଇଥିଲା।

ଗତ ୧୧ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଏହି ହତ୍ୟା ଘଟଣାରେ ୭ ଗିରଫ ହୋଇଥିବା ବେଳେ ୨ ଜଣ ଫେରାର ଅଛନ୍ତି। ହତ୍ୟାରେ ବ୍ୟବହୃତ ଟାଙ୍ଗିଆ, ତବଳି, ଗଇନ୍ତି ଓ ତଳ ୱାର ସହ ୬ ଟି ମୋବାଇଲ ଜବତ। ଗିରଫ ଅଭିଯୁକ୍ତ ହେଲେ ବାବୁଲାଇ ଜାନି, ଛାୟା ଗଣ୍ଡ, ବଳଦେବ ଗଣ୍ଡ, ମନିଷା ଗଣ୍ଡ, ଭୋଳା ଜାନି, ଶିବ ଜାନି ଏବଂ ବିକଲ କାଇରି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.