ପାଟଣାଗଡ଼ ଟେଣାପଥର ଗାଁରେ ଜଣେ ଯୁବତୀଙ୍କୁ ଭୁଜାଲିରେ ଆକ୍ରମଣ, ତାଙ୍କ ଶରୀରରେ ୨୦ ରୁ ୨୫ ଭୁଜାଲି ଚୋଟ ବାଜିଛି

Published By : Prameya-News7 Bureau | September 23, 2018 IST

ଯୁବତୀଙ୍କୁ ଭୁଜାଲିରେ ଆକ୍ରମଣ । ଯୁବତୀଙ୍କ ଶରୀରରେ ୨୦ ରୁ ୨୫ ଭୁଜାଲି ଚୋଟ ବାଜିଛି । ଗୁରୁତର ଯୁବତୀଙ୍କୁ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ଘଟିଛି ପାଟଣାଗଡ଼ ଟେଣାପଥର ଗାଁରେ । ଯୁବତୀଙ୍କ ନାଁ ଲକ୍ଷ୍ମୀ ମହାଲିଙ୍ଗ । ଲକ୍ଷ୍ମୀ ଧାନ ବିଲରୁ ଘରକୁ ଫେରୁଥବା ବେଳେ, ଏହି ଆକ୍ରମଣ ହୋଇଛି । ସ୍ଥାନୀୟ ଲୋକେ ଯୁବତୀଙ୍କୁ ଉଦ୍ଧାର କରି , ପ୍ରଥମେ ପାଟଣାଗଡ଼ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ବଲାଙ୍ଗିର ସ୍ଥାନାନ୍ତର କରାଯାଇଛି । ଏକତରଫା ପ୍ରେମରୁ ଏହି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି । ଭୁଜାଲି ମାରିଥିବା ଯୁବକ ଫେରାର୍ ଅଛି । ଅଭିଯୁକ୍ତ ଯୁବକ ଖପ୍ରାଖୋଲ ବାଗମୁଡ଼ା ଗାଁର । ପୋଲିସ୍ ଘଟଁଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.