ପାଟନାରୁ ଅରରିଆ ଯାଉଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ଲାଗିଲା ନିଆଁ, ପ୍ରାଣ ବିକଳରେ ଝରକାରୁ ଡେଇଁଲେ ଶ୍ରମିକ

Published By : Prameya-News7 Bureau | May 24, 2020 IST

ପାଟନା ୨୪।୦୫: ପ୍ରବାସୀ ଶ୍ରମିକଙ୍କୁ ନେଇ ବିହାରର ଅରରିଆ ଯାଉଥିବା ଏକ ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ରବିବାର ଅଚାନକ ଆତଙ୍କ ଖେଳି ଯାଇଥିଲା। ଏହି ଟ୍ରେନ୍ ଯେବେ ବଖତିୟାରପୁର ରେଲଓ୍ଵେ ଷ୍ଟେସନରେ ପହଞ୍ଚିବା ମାତ୍ରେ ଟ୍ରେନରୁ ଧୂଆଁ  ବାହାରିବା ଆରମ୍ଭ ହୋଇଥିଲା। ଟ୍ରେନ୍ ଅଟକିବା ମାତ୍ରେ ଶ୍ରମିକ ନିଜ ନିଜର ବ୍ୟାଗ୍ ଧରି ପ୍ରାଣ ବିକଳରେ ଓହ୍ଲାଇବାରେ ଲାଗିଥିଲେ। ଦୀର୍ଘ ସମୟ ଧରି ଶ୍ରମିକ ଭୟଭୀତ  ହୋଇ ରହିଥିଲେ ଏବଂ ମାମଲା ସ୍ପଷ୍ଟ ନହେବା ଯାଏ ଟ୍ରେନ୍‌ ବାହାରେ ରହିଥିଲେ। କୁହାଯାଉଛି, ଟ୍ରେନ୍‌ର ବ୍ରେକ୍‌ ବାଇଡିଙ୍ଗରେ ନିଆଁ ଲାଗି ଯାଇଥିଲା। ଏହା ପରେ ଟ୍ରେନ୍‌ରୁ ଧୂଆଁ ବାହାରିଥିଲା।

ସୂଚନା ଅନୁଯାୟୀ ଟ୍ରେନ୍‌ଟି ପାଟନାରୁ ଅରରିଆ ଯାତ୍ରା କରୁଥିଲା।  ଟ୍ରେନ୍‌ରୁ ଧୂଆଁ ବାହାରିବା ମାତ୍ରେ ଶ୍ରମିକଙ୍କ ମଧ୍ୟରେ ଆତଙ୍କର ମାହୋଲ ଖେଳି ଯାଇଥିଲା। କିନ୍ତୁ ଡ୍ରାଇଭରଙ୍କ ଉତ୍ତମ ବୁଦ୍ଧିମତାରେ ଏକ ବଡ ଦୁର୍ଘଟଣା ଟଳି ଯାଇଛି। ଟ୍ରେନ୍‌କୁ ଶୀଘ୍ର ରୋକି ନିଆଁକୁ ଲିଭା ଯାଇଥିଲା। ଏହା ପରେ ଟ୍ରେନ୍ ଅରରିଆ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ସୂଚନା ଅନୁଯାୟୀ ଧୂଆଁ  ବାହାରିବା ମାତ୍ରେ ଅନେକ ଶ୍ରମିକ ପ୍ରାଣ ବିକଳରେ ଝରକାରୁ ଡେଇଁ ପଡିଥିଲେ।

ଉଲ୍ଲେଖଯୋଗ୍ୟ, ଟ୍ରେନ୍‌ ବିହାରର ରାଜଧାନୀ ପାଟନାରୁ ଅରରିଆ ଅଭିମୁଖେ ଯାଉଥିଲା, କିନ୍ତୁ ଅଧା ରାସ୍ତାରେ ନିଆଁ ଲାଗି ଯାଇଥିଲା। କିନ୍ତୁ ଆଶ୍ଵସ୍ତିକର କଥା ଏହି ଘଟଣାରେ କାହାରି କିଛି କ୍ଷତି  ହୋଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.