Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଫ୍ଟ ମାଗି ଯାଉଥିଲେ ଘରକୁ, ଦୁର୍ଘଟଣାରେ ମା’ପୁଅ ସମେତ ୪ ଜଣଙ୍କ ମୃତ୍ୟୁ
  • ||
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||
  • ସ୍କୁଲ ଫି’ ଛାଡ଼ ମାମଲା: ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ଦୁର୍ବଳ ହେଉଛି ଭାରତୀୟ ଆଖି
  • ||
  • ପୁରୀ : ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ଅନ୍ୟ ଜିଲ୍ଲାର ଶବ ହେବ ସତ୍କାର
  • ||
  • ଲଦାଖ: ଡେମଚୋକ୍‌ରେ ଭାରତୀୟ ସେନା ହାତରେ ଧରାପଡିଲେ ଚୀନ ସୈନିକ, ମିଳିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ
  • ||
  • ଘରୋଇ କର୍ମଚାରୀଙ୍କ ପାଇଁ ବଡ ଖବର : ଦୀପାବଳି ପୂର୍ବରୁ ନୂଆ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର
  • ||
  • ଲୋକ ଭବନ ସମ୍ମୁଖରେ ଦୁଇ ଶିଶୁ ସହ ପତି-ପତ୍ନୀଙ୍କ ଆତ୍ମଦାହ ଉଦ୍ୟମ, ଉଦ୍ଧାର କଲା ପୋଲିସ
  • ||
  • ପୁଅ ଆସି ପଡୋଶୀଙ୍କୁ କହିଲା-ବାପା ଉଠୁନାହାନ୍ତି, ଦେଖିଲା ବେଳକୁ ଘରେ ପଡିଥିଲା ଦୁଇଟି ମୃତଦେହ
  • ||
  • ଗେହଲଟ୍ ସରକାରଙ୍କ ନିଷ୍ପତ୍ତି: ୧୩ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ୨୫-୨୫ ଏକର ଜମି ଆବଣ୍ଟନ କରିବାକୁ ଘୋଷଣା
  • ||

ଆଇଏଏସ ଅଧିକାରୀଙ୍କୁ ବାହାହେବାର ଗୋଟିଏ ଦିନ ପୂର୍ବରୁ କାହିଁକି ଓ କେମିତି ଆତ୍ମହତ୍ୟା କଲେ ଆଇଜିଙ୍କ ଝିଅ ସ୍ନିଗ୍ଧା- ଜାଣନ୍ତୁ

11/12/2018 at 5:26 PM

ପାଟଣା ୧୧/୧୨ : ଗତ ରବିବାର ଦିନ ସକାଳେ ପାଟଣାର ଅବସରପ୍ରାପ୍ତ ଆଇଜି ସୁଧାଂଶୁ କୁମାରଙ୍କ ଝିଅ ସ୍ନିଗ୍ଧା କୁମାରୀ ୧୪ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ | ସୋମବାର ଦିନ ତାଙ୍କର ବାହାଘର ଥିଲା | ବିବାହର ଦିନେ ପୂର୍ବରୁ ସେ ଆତ୍ମହତ୍ୟା କରିଥିଲେ | ପ୍ରେମ ସମ୍ପର୍କକୁ ନେଇ ସେ ଆତ୍ମହତ୍ୟା କରିଥିବା ଆଶଙ୍କା କରାଯାଉଛି | ପାଟଣା କୋଟୱାଲ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଥିଲା ପୋଲିସ | ପୋଲିସ ଘଟଣାର ତଦନ୍ତ ଜାରି ରଖିଛି | ପୋଲିସ ସ୍ନିଗ୍ଧାଙ୍କ ଡ୍ରାଇଭର କୃଷ୍ଣ ଯାଦବଙ୍କ ଲିଖିତ ବୟାନ ରଖିଛି | ସ୍ନିଗ୍ଧାଙ୍କ ମୋବାଇଲରେ ହ୍ୱାଟ୍ସ ଆପ, ମେସେଞ୍ଜର ମଧ୍ୟ ଚେକ କରିଛି ପୋଲିସ | 

ସ୍ନିଗ୍ଧା ଉଦୟଗିରି ସ୍ଥିତ ଯେଉଁ ଆପାର୍ଟମେଣ୍ଟ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ ପୋଲିସ ଗତକାଲି ଯାଇ ସେହି ଛାତ ଉପରେ ଯାଞ୍ଚ କରିଥିଲା | ପୋଲିସ ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କୁ ପଚରାଉଚୁରା କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା | ଆପାର୍ଟମେଣ୍ଟର କେୟାର ଟେକର ସୁନୀଲ ଆପାର୍ଟମେଣ୍ଟ ଛାତ ଉପରେ ହିଁ ରହେ | ସୁନୀଲ ପୋଲିସକୁ କହିଥିଲା ଯେ, ସକାଳେ ସେ ଘରୁ ବାହାରିବା କ୍ଷଣି ଦେଖିଥିଲା ଯେ, ସ୍ନିଗ୍ଧା ଛାତର ରେଲିଂ ଉପରେ ବସିଥିଲେ | ସେ ସ୍ନିଗ୍ଧାଙ୍କୁ ପଚାରିଥିଲେ ଯେ, ସେ ରେଲିଂ ଉପରେ କାହିଁକି ବସିଛନ୍ତି | ସ୍ନିଗ୍ଧା କହିଥିଲେ ଯେ, ସେ ମହିଳା ଆଇଏଏସ ମ୍ୟାଡ଼ାମଙ୍କ ଅତିଥି | ଏହା ଶୁଣି ସୁନୀଲ ଏକ ଚେୟାର ଆଣି ସ୍ନିଗ୍ଧାଙ୍କୁ ଦେଇଥିଲା ଏବଂ ଚେୟାରରେ ବସିବା ପାଇଁ କହିଥିଲା | ଏହାପରେ ସେ ୧୨ ନମ୍ବର ଫ୍ଲୋରରେ ରହୁଥିବା ଆଇଏଏସ ମ୍ୟାଡ଼ାମଙ୍କ ପାଖକୁ ପଚାରିବାକୁ ଯାଇଥିଲା | କିଛି ସମୟ ପରେ ସୁନୀଲ ମହିଳା ଆଇଏଏସଙ୍କ ଘରୁ ଜଣେ ଯୁବତୀଙ୍କୁ ଡାକି ଛାତ ଉପରକୁ ଆଣିଥିଲା | ଯୁବତୀ କହିଥିଲେ ଯେ, ରେଲିଂ ଉପରେ ବସିଥିବା ଯୁବତୀ ତାଙ୍କ ଅତିଥି ନୁହନ୍ତି | ଏହାପରେ ସୁନୀଲ ଆପାର୍ଟମେଣ୍ଟରେ ରହୁଥିବା ଆଉ ଜଣେ ଆଇଏଏସ ଅଫିସରଙ୍କ ପାଖକୁ ଯାଇଥିଲା ବୁଝିବା ପାଇଁ | ସୁନୀଲ ଫେରିକି ଦେଖିଲା ଯେ, ସ୍ନିଗ୍ଧା ଛାତ ଉପରେ ନାହାନ୍ତି | ତାଙ୍କ ମୋବାଇଲ, ଚପଲ, ଚଷମା ଛାତ ଉପରେ ପଡିଥିଲା | ଆପାର୍ଟମେଣ୍ଟ ତଳେ ବହୁତ ଶବ୍ଦ ଶୁଣାଯାଉଥିବା ସୁନୀଲ ଲକ୍ଷ୍ୟ କରିଥିଲା | ସେତିକି ବେଳକୁ ସ୍ନିଗ୍ଧା ଛାତରୁ ଡେଇଁ ଆତ୍ମହତ୍ୟା କରି ସାରିଥିଲେ | 

ଡିଏସପି ରାକେଶ କୁମାର ଯାଞ୍ଚ ବେଳେ ସ୍ନିଗ୍ଧାଙ୍କ ଗାଡିରୁ ଔଷଧ ପାଇଥିବା କହିଛନ୍ତି | ଔଷଧରୁ ଜଣାପଡିଥିଲା ଯେ, ସ୍ନିଗ୍ଧା ମାନସିକ ଅବସାଦଗ୍ରସ୍ତ ଥିଲେ ଏବଂ ତାଙ୍କର ଚିକିତ୍ସା ଚାଲିଥିଲା | କୋଲକାତାର ଜଣେ ମନସ୍ତତ୍ତ୍ବବିତ ତାଙ୍କର ଚିକିତ୍ସା କରୁଥିଲେ | ଏହାଛଡା ପାଟଣାର ଜଣେ ଫିଜିଓଥେରାପିସ୍ଟି ମଧ୍ୟ ତାଙ୍କର ଚିକିତ୍ସା କରୁଥିଲେ | 

ସ୍ନିଗ୍ଧାଙ୍କ ଡ୍ରାଇଭର କୃଷ୍ଣ ଯାଦବ ସମଷ୍ଟିପୁର ଜିଲ୍ଲାର ପୋଲିସ ଗାଡି ଡ୍ରାଇଭର ଭାବେ କାମ କରୁଥିଲେ | ସେ ୯ ବର୍ଷ ହେଲା ସ୍ନିଗ୍ଧାଙ୍କ ଘରେ କାମ କରୁଥିବା କହିଥିଲା | ରବିବାର ସକାଳୁ ସେ ନିଜର ଜଣେ ବନ୍ଧୁଙ୍କ ସହ ମର୍ଣ୍ଣିଂ ୱାକ କରିବା ପାଇଁ ବାହାରିବାବେଳେ ସ୍ନିଗ୍ଧାଙ୍କ ଫୋନ ଆସିଥିଲା | ସେ ସଙ୍ଗେସଙ୍ଗେ ସ୍ନିଗ୍ଧାଙ୍କ ଘରେ ପହଂଚିଥିଲେ | ଗାଡିରେ ବସି ନିଜ ବଡ ଭଉଣୀଙ୍କ ଘର ଆଡକୁ ଯିବା ପାଇଁ ସ୍ନିଗ୍ଧା କହିଥିଲେ | ସ୍ନିଗ୍ଧା ଏଜି କଲୋନୀ ସ୍ଥିତ ମରିନା ଆପାର୍ଟମେଣ୍ଟରେ ଓହ୍ଲାଇ ଗାର୍ଡ ସହ ଉପରକୁ ଗଲେ ଏବଂ ଫେରି ଆସିଥିଲେ | ଏହାପରେ ସେ ଉଦୟଗିରି ଯିବା ପାଇଁ କହିଥିଲେ |

ସ୍ନିଗ୍ଧା ଦୁଇ ଦିନ ପୂର୍ବରୁ ମଧ୍ୟ ଉଦୟଗିରି ଆପାର୍ଟମେଣ୍ଟ ଯାଇଥିଲେ ବିବାହ ନିମନ୍ତ୍ରଣ ପତ୍ର ଦେବା ପାଇଁ | ଡ୍ରାଇଭର ପୋଲିସକୁ କହିଥିଲା ଯେ, ସ୍ନିଗ୍ଧା କିଛି ଦିନ ହେଲା ନିଜ ବିବାହ ନିମନ୍ତ୍ରଣ ପତ୍ର ନିଜେ ବାଣ୍ଟିବାକୁ ଯାଇଥିଲେ | 

ସିସିଟିଭିରେ ପୋଲିସ ଦେଖିଥିଲା ଯେ, ରବିବାର ସକାଳ ୭.୩୫ ବେଳେ ସ୍ନିଗ୍ଧା ଆପାର୍ଟମେଣ୍ଟର ଲିଫ୍ଟ ପାଖେ ଛିଡା ହୋଇଥିଲେ | ତାଙ୍କ ହାତରେ ଗୋଟିଏ ପ୍ଲାଷ୍ଟିକ ସ୍ଟୁଲ ଥିଲା | ସେ ପ୍ରଥମେ ଯେଉଁ ଲିଫ୍ଟ ଭିତରେ ପଶିଲେ ସେହି ଲିଫ୍ଟ ନଚାଲିବାରୁ ସେ ବାହାରି ଯାଇ ଅନ୍ୟ ଏକ ଲିଫ୍ଟରେ ପଶିଥିଲେ | ଲିଫ୍ଟ ଭିତରେ ଲାଗିଥିବା କ୍ୟାମେରାରେ ସ୍ନିଗ୍ଧା କିଛି ସମୟ ଦେଖା ଦେଇଥିଲେ | ଟ’ପରେ ଲିଫ୍ଟ ଭିତରେ ଥିବା କ୍ୟାମେରା ବନ୍ଦ ହୋଇଯାଇଥିଲା |

   Related Posts