Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୫୨ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୫୧୧ ଡିସଚାର୍ଜ
  • ||
  • ବିଧାୟିକାଙ୍କ ଘର ଆଗରେ ବୋମାମାଡ଼, ଦୁଇ ସମର୍ଥକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତକୁ ମିଳିଲା ଆଉ ଏକ ପଦକ, ୫୭ କେଜି କୁସ୍ତିରେ ରବି ଦାହିୟା ଜିତିଲେ ରୌପ୍ୟ ପଦକ
  • ||
  • ଜଗତସିଂହପୁର : ଶୁକ୍ରବାର ଖୋଲିବ ଝଙ୍କଡ ସ୍ଥିତ ମା’ ଶାରଳାଙ୍କ ମନ୍ଦିର, ଖୋଲିବ ଗୋରେଖନାଥଙ୍କ ପୀଠ
  • ||
  • କଟକ : ସ୍କୁଟି ମିଳିଥିଲା ମଧୁସୂଦନ ସେତୁରୁ, ମୃତଦେହ ମିଳିଲା ଯୋବ୍ରା ଆନିକଟରୁ : ମଙ୍ଗଳବାରଠୁ ଥିଲେ ନିଖୋଜ
  • ||
  • ବଡବିଲ : ରାସ୍ତା କଡକୁ ଓଲଟି ହୁତୁହୁତୁ ହୋଇ ଜଳିଗଲା ହାଇୱା
  • ||
  • ଭୁବନେଶ୍ବର : ରାଜ୍ୟ ମାନବାଧିକାର ଆୟୋଗରେ ଅଗ୍ନିକାଣ୍ଡ, ଏସି ସଟ୍ ସର୍କିଟ୍‌ରୁ ନିଆଁ ଲାଗିଥିବା ସୂଚନା
  • ||
  • ରାଉରକେଲା : ବଡଧରଣର ଜିଏସ୍‌ଟି ଠକେଇ, ବନ୍ଧାହେଲା ୮୦ କୋଟି ଟଙ୍କା ଠକିନେଇଥିବା ଠକ
  • ||
  • ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||
  • କଟକ : ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||

ମୁମ୍ବାଇ ପୋଲିସ ପରାମର୍ଶରେ ରିୟା ବଦଳାଉଛନ୍ତି ଠିକଣା ! ପାଟନା ପୋଲିସ ହାତରେ ସୁରାକ, ମିଳିଛି ରିୟାଙ୍କ ଲୋକେସନ

4/08/2020 at 2:29 PM

ମୁମ୍ବାଇ ୪।୮: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପାଖାପାଖି ଦେଢ ମାସ ହୋଇଗଲାଣି । ସୁଶାନ୍ତଙ୍କ ବାପା କେ.କେ. ସିଂ ବିହାର ପୋଲିସକୁ ଏହି ମାମଲାର ତଦନ୍ତ କରିବାକୁ ଦାୟିତ୍ବ ଦେଇଛନ୍ତି । ସେ ରିୟା ଚକ୍ରବର୍ତ୍ତୀ, ତାଙ୍କ ମା ସନ୍ଧ୍ୟା ଚକ୍ରବର୍ତ୍ତୀ, ବାପା ଇନ୍ଦ୍ରଜିତ୍ ଚକ୍ରବର୍ତ୍ତୀ ଏବଂ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କ ସହ ୬ ଜଣଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି । ତାଙ୍କ ଅଭିଯୋଗ ପରେ ବିହାର ପୋଲିସର ଏକ ଟିମ୍ ସପ୍ତାହଧରି ଏହି କେସ୍ ର ଯାଞ୍ଚ କରୁଛି ।

bollywoodtadka

ବିୟାଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ଖବର ମିଳିଲା ଯେ, ରିୟା ଘର ଛାଡି କେଉଁଆଡେ ଚାଲିଯାଇଛନ୍ତି । ଗତ କିଛି ଦିନ ହେବ ସେ ତାଙ୍କ ଘରେ ନାହାନ୍ତି । କୁହାଯାଉଛି ଯେ, ସେ ତିନି ଥର ନିଜ ଠିକଣା ବଦଳାଇ ସାରିଛନ୍ତି । ଖବର ଅନୁସାରେ ମୁମ୍ବାଇ ପୋଲିସ ରିୟାଙ୍କ ଠିକଣା ବଦଳାଇବାରେ ସାହାଯ୍ୟ କରୁଛି । ପାଟନା ପୋଲିସକୁ ଯେମିତି ରିୟାଙ୍କ ସମ୍ବନ୍ଧରେ ଖବର ନମିଳୁ ସେଥିଲାଗି ତାଙ୍କୁ ସେଫ୍ ଜୋନ୍ ରେ ରଖାଯାଇଛି । ଅନ୍ୟପଟେ ପାଟନା ପୋଲିସର ଏସଆଇଟି ମଧ୍ୟ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଲଗାତର ଭାବେ ନଜର ରଖିଛି । ପୋଲିସ ସୂତ୍ର ଅନୁସାରେ ଏବେ ରିୟା ଚକ୍ରବର୍ତ୍ତୀ କେଉଁଠାରେ ଅଛନ୍ତି ତାହା ଏସଆଇଟି ଜାଣିସାରିଛି । ଖୁବ୍ ଶୀଘ୍ର ରିୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ।

dainik bhaskar

ସୂତ୍ର ଅନୁସାରେ ରାଜନୈତିକ ମହଲରେ ରିୟା ଚକ୍ରବର୍ତ୍ତୀଙ୍କ ଭଲ ସଂପର୍କ ରହିଛି । ମହାରାଷ୍ଟ୍ରର ଜଣେ ଜଣାଶୁଣା ନେତାଙ୍କ ସହ ମଧ୍ୟ ରିୟାଙ୍କର ଭଲ ସଂପର୍କ ରହିଛି । କୁହାଯାଉଛି ଯେ ଏହି ରାଜନୈତିକ ସଂପର୍କ ଥିବା ଯୋଗୁଁ ରିୟାଙ୍କୁ ବଞ୍ଚାଇବା ପାଇଁ ପୁରା ମୁମ୍ବାଇ ପୋଲିସ ଲାଗିପଡିଛି ।

bollywoodtadka

ଅନ୍ୟପଟେ ରିୟାଙ୍କ ଓକିଲ କହିଛନ୍ତି ଯେ, ରିୟା ଫେରାର ନାହାନ୍ତି କି ତାଙ୍କୁ ଏପର୍ଯ୍ୟନ୍ତ କିଛି ସମନ ମିଳିଛି । ସେ କହିଛନ୍ତି ରିୟାଙ୍କ ବୟାନ ମୁମ୍ବାଇ ପୋଲିସ ଆଗରୁ ରେକର୍ଡ କରିସାରିଛି । ଏହା ବ୍ୟତୀତ ସେ କହିଛନ୍ତି ବିହାର ପୋଲିସର ଯାଞ୍ଚ ଅଧିକାର ନାହିଁ । ମାମଲାରୁ ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରିାବ ପାଇଁ ରିୟା ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି  ଯେ, ରିୟାଙ୍କୁ ଯେତେବେଳେ ଏବଂ ଯେଉଁଭଳି କୁହାଯାଇଛି ସେ ପୋଲିସକୁ ସେହିଭଳି ସହଯୋଗ କରିଛନ୍ତି ।

bollywoodtadka

ମାମଲା ଦାୟର ହେବା ପରେ ଶୁକ୍ରବାର ଅର୍ଥାତ୍ ୩୧ ଜୁଲାଇରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏକ ଭିଡିଏ ଜାରି କରିଥିଲେ । ଏହି ଭିଡିଓରେ ସେ ତାଙ୍କ ଉପରେ ଲଗାଯାଇଥିବା ଅଭିଯୋଗକୁ ଖଣ୍ଡନ କରି କହିଥିଲେ ଯେ ଭଗବାନ ଏବଂ ଭାରତୀୟ ନ୍ୟାୟ ବ୍ୟବସ୍ଥା ଉପରେ ତାଙ୍କର ବିଶ୍ବାସ ରହିଛି । ଏହି ଭିଡିଓରେ ରିୟା କହିଥିଲେ ମୋତେ ଭଗବାନ ଏବଂ ଭାରତୀୟ ନ୍ୟାୟ ବ୍ୟବସ୍ଥା ଉପରେ ସଂପୂର୍ଣ୍ଣ ଭରସା ରହିଛି । ମୋତେ ବିଶ୍ବାସ ଅଛି ଯେ, ମୋତେ ନ୍ୟାୟ ମିଳିବ । ସତ୍ୟମେବ ଜୟତେ । ସତ ନିଶ୍ଚୟ ପଦାକୁ ଆସିବ ।

   Related Posts