ଚୋରି କରି ଫେରାର ହୋଇଯାଇଥିଲେ, ଆଉଥରେ ଯୋଜନା କରୁଥିବା ବେଳେ ମାଡ଼ିବସିଲା ପୋଲିସ୍‌, ତାପରେ...

Published By : Prameya-News7 Bureau | July 27, 2021 IST

ପାଟଣା, ୨୭/୦୭: କେନ୍ଦୁଝର ଜିଲ୍ଲା ପାଟଣା ଥାନା ପୋଲିସ ଚୋରି ଅଭିଯୋଗରେ ୩ ଯୁବକଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ମାନେ ହେଲେ ମୁଖ୍ୟ ଅଭିଯୁକ୍ତ କାମେଶ୍ୱରପୁର ସାହିର ଅମନ ନାଏକ(୧୯)ଙ୍କ ସହ ଏହିଥାନା ଦୁର୍ଗାଦେଇପୁର ଗ୍ରାମର ଚନ୍ଦ୍ର ଶେଖର ବରଡ଼ିଆ  ଓରଫ ଭେଲୁ(୨୮)  ଏବଂ ସଁରାପଶି ଗ୍ରାମର ରାଜେଶ ନାଏକ(୩୦) ।

ଅଭିଯୋଗ ଅନୁଯାୟୀ ଏହି ୩ ଯୁବକଙ୍କ ସମେତ ୭ ଜଣ ମିଳିତ ଭାବରେ ଗତ ନଭେମ୍ବର ୧୪ ତାରିଖ ୨୦୨୦ ମସିହା ରାତିରେ ବାଉଁଶଡିହା ଗ୍ରାମର ରମେଶ ଚନ୍ଦ୍ର ମହାନ୍ତଙ୍କ ଘରେ ପଶି ବତକ ସାଇକେଲ ଓ କୁକୁଡ଼ା ଚୋରି କରୁଥିଲେ । ଏହି ସମୟରେ ସେମାନେ ଧରା ପଡ଼ିଯାଇଥିଲେ । ପରେ ଗିରଫ ଭୟରେ କୌଶଳ କ୍ରମେ ଫେରାର ହୋଇଯାଇଥିଲେ ।

ସୋମବାର ସନ୍ଧ୍ୟାରେ ଏହି ୩ ଜଣ ଯୁବକ ବସି କୌଣସି ଏକ ଆଲୋଚନା କରୁଥିବା ସମୟରେ ଏସଆଇ ରଣଜିତ ପଟ୍ଟନାୟକ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଚୋରୀ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ୪ ଜଣ ଏ ପର୍ଯ୍ୟନ୍ତ ଫେରାର ଥିବା ବେଳେ ଏନେଇ ପାଟଣା ଥାନାରେ ୧୮୧/୨୦ରେ ଏକ ମାମଲା ରୁଜୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.