ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ, ଗଛରେ ପିଟି ହୋଇ ଘରକୁ ଧକ୍କା ଦେଲା

Published By : Prameya-News7 Bureau | May 10, 2021 IST

ପାଟଣା ୧୦/୦୫: ଦୁର୍ଘଟଣାର ଶିକାର ହେଲା ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ।  କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ ବଡ଼ବିଲ ବ୍ୟାଙ୍କ ଅଫ ଇଣ୍ଡିଆ ନିକଟରେ ଦୁର୍ଘଟଣା ଘଟିଛି ।

ରବିବାର ବିଳମ୍ବତି ରାତିରେ ଢେଙ୍କିକୋଟ ପଟୁ କରଞ୍ଜିଆ ଆଡ଼କୁ ଯାଇଥିବା ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ପ୍ରଥମେ ରାସ୍ତାକଡ଼ରେ ଥିବା ଗଛକୁ ଧକ୍କାଦେବା ପରେ ରାସ୍ତା କଡରେ ଥିବା ଏକ ଘରକୁ ଧକ୍କା ଦେଇଥିଲା । ତେବେ ଘର ଭିତରେ ଶୋଇଥିବା ଲୋକେ ଅଳ୍ପକେ ବର୍ତ୍ତିଯାଇଛଥିଲେ।

ଦୁର୍ଘଟଣା ପରେ ଗାଡିର ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ପହଞ୍ଚିଥିଲେ । ଏହାସହ ପିକଅପ୍ ଭ୍ୟାନ୍ ଭିତରୁ ଅତି ଦୟନୀୟ ଅବସ୍ଥାରେ ଚାଲାଣ ହେଉଥିବା  ୬ଗୋରୁଙ୍କୁ ଉଦ୍ଧାର କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.