ଜେଲରେ ନାହିଁ ପାଣି ଓ କମୋଡ୍ : ଆମରଣ ଅନଶନରେ ବସିଲେ ପପୁ ଯାଦବ

Published By : Prameya-News7 Bureau | May 12, 2021 IST

ବିହାର ୧୨/୫: ବିହାର ଭେରପୁର ଜେଲରେ ଆମରଣ ବସିଛନ୍ତି ଜନ ଅଧିକାରୀ ପାର୍ଟି ପରାମର୍ଶ ଦାତା ତଥା ପୂର୍ବତନ ସାଂସଦ ପପୁ ଯାଦବ । ମଙ୍ଗଳବାର ବିଳମ୍ବିତ ରାତିରେ ପାଟନାରୁ ମାଧପୁରାକୁ ପଠାଯିବା ପରେ ପପୁ ଯାଦବଙ୍କୁ ସୁପାଲରୁ ଭେରପୁର ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଆଜି ସେ ନଖାଇ ନପିଇ ଅନଶନ କରୁଛନ୍ତି । ଜେଲରେ ତାଙ୍କୁ ସୁବିଧା ସୁଯୋଗ ମିଳୁନଥିବାରୁ ସେ ଏହି ପଦକ୍ଷେପ ନେଇଛନ୍ତି ।

ସେ କହିଛନ୍ତି କିଛି ଦିନ ତଳେ ଅପରେସନ୍ ହୋଇଥିଲା । ମୋର ଅନେକ ସୁବିଧା ସୁୟୋଗ ଦରକାର ବୋଲି ଜେଲକୁ ଯିବା ପୂର୍ବରୁ ପପୁ ଏ ବିଷୟରେ ଉଲ୍ଲେଖ କରିଥିଲେ । ପପୁ ଟ୍ୱିଟ୍ କରି ସୂଚନା ଲେଖିଛନ୍ତି ଯେ ମୁଁ ଭେରପୁର ଜେଲରେ ଭୋକ ଉପାସରେ ଅଛି । ନା ପାଣି ଅଛି, ନାଁ ଗୋଧୋଇବାକୁ ଘର ଅଛି । ତେବେ ମୁଁ ତଳେ ମଧ୍ୟ ବସିପାରିବି ନାହିଁ, ଏପରିକି ଜେଲରେ କମୋଡ୍ ବି । ଏସବୁ ସ୍ଥିତିରେ ମୁଁ କେମିତି ଚଳିବି । ମୋର ନିହାତି ଏସବୁର ଆବଶ୍ୟକତା ଅଛି ।

wp:html /wp:html

ସୂଚନା ଯୋଗ୍ୟ ଯେ, ମଙ୍ଗଳବାର ପପୁ ଯାଦବଙ୍କୁ ଗିରଫ କରିବା ପରେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି । ଗତକାଲି ଗିରଫ ପରେ ତାଙ୍କ ସମର୍ଥକଙ୍କ ତୀବ୍ର ବିରୋଧ କରିଥିଲେ । ଫଳରେ ବିଳମ୍ୱିତ ରାତିରେ ତାଙ୍କୁ କଡା ସୁରକ୍ଷା ବଳୟ ମଧ୍ୟରେ ମାଧପୁରା କୋର୍ଟକୁ ଅଣାଯାଇଥିଲା । ପପୁ ଯାଦବଙ୍କ ହାଜର ପାଇଁ ମାଧପୁରା ସିଭିଲ କୋର୍ଟ ରାତି ୧୧ଟା ସମୟରେ ଖୋଲା ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.