ତେଲେଙ୍ଗାନାରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ : ଗାଁକୁ ଆସିପାରିଲାନି ମୃତଦେହ, ସହକର୍ମୀଙ୍କ ସହାୟତାରେ ସ୍ତ୍ରୀ କଲେ ସତ୍କାର

Published By : Prameya-News7 Bureau | May 22, 2020 IST

ପାଟଣା ୨୨।୫:  କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ୍ ମାଛଗଡ ପଞ୍ଚାୟତ ଦୁଧନାଳୀ ଗ୍ରାମର ମାର୍କଣ୍ଡ ମୁଣ୍ଡାଙ୍କ ପୁଅ ଗୌରାଙ୍ଗ ମୁଣ୍ଡାଙ୍କର ତେଲେଙ୍ଗାନାରେ ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ଲକ୍ ଡାଉନ୍ ଯୋଗୁଁ ଶବ ଗାଁକୁ ଆସି ନ ପାରିବାରୁ ସେଠାରେ ସହକର୍ମୀ ଓ ତାଙ୍କ ସ୍ତ୍ରୀ ଶବଦାହ କରିଛନ୍ତି ।

{"id":274054,"sizeSlug":"large"}

ସୂଚନାଯୋଗ୍ୟ ଯେ, ଦୁଧନାଳୀ ଗ୍ରାମର ୭ ଜଣ ଯୁବକଙ୍କ ସହିତ ଗୌରାଙ୍ଗ ଏବଂ ତାଙ୍କ ସ୍ତ୍ରୀ ତେଲେଙ୍ଗାନାର ରାଙ୍ଗାରେଡି ଥାନା ଆପ୍ରପାଲିରେ ଜଣେ ଠିକାଦାରଙ୍କ ନିକଟରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। କରୋନା ମହାମାରୀ ପାଇଁ ଲକ୍ ଡାଉନ୍ ଯୋଗୁଁ ସେଠାରେ ଫସି ରହିଥିଲେ । ଓଡିଶା ଆସିବାକୁ ରେଜିଷ୍ଟ୍ରେସନ ମଧ୍ୟ କରିଥିଲେ କିନ୍ତୁ ସେଠାକାର ପ୍ରଶାସନ ଏମାନଙ୍କୁ ଆସିବାରେ ଅନୁମତି ଦେବାକୁ ବିଳମ୍ବ କରିଥିଲେ ।

{"id":274055,"sizeSlug":"large"}

ଗୌରାଙ୍ଗଙ୍କର ଛାତିରେ ହଠାତ୍ ଯନ୍ତ୍ରଣା ହେବାରୁ ସହକର୍ମୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତେଲେଙ୍ଗାନାର କାମିନେନି ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଛି । ଲକ୍ ଡାଉନ୍ ପାଇଁ ଶବ ଆଣି ନପାରିବାରୁ ସହକର୍ମୀଙ୍କ ସହିତ ସ୍ତ୍ରୀ ତେଲେଙ୍ଗାନାରେ ଶବ ସତ୍କାର କରିଛନ୍ତି । ମୃତ୍ୟୁ ଖବର ପାଇବା ପରେ ଦୁଧନାଳୀ ଗ୍ରାମରେ ଶୋକାକୁଳ ପରବେଶ ସୃଷ୍ଟି ହୋଇଛି ।

{"id":274056,"sizeSlug":"large"}

ମାଛଗଡ ସରପଞ୍ଚ ଈଶ୍ବର ନାଏକ, ସମିତି ସଭ୍ୟ ରଞ୍ଜନ ସାହୁ, ମୃତ ଯୁବକଙ୍କ ପରିବାରରେ ପହଞ୍ଚି ସମବେଦନା ଜଣାଇବା ସହିତ ତେଲେଙ୍ଗାନାରେ ଫସି ରହିଥିବା ଅନ୍ୟ ଶ୍ରମିକମାନେ ଓଡିଶା ସରକାର ଓ କେନ୍ଦୁଝର ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.