Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ପାଟନାରେ କୋଲକାତାର ଇଭେଣ୍ଟ ଆଙ୍କର୍ ସହ ଗଣଦୁଷ୍କର୍ମ: ମୁହଁ ଖୋଲିଲେ ଜୀବନରୁ ମାରି ଦେବାକୁ ଧମକ

19/09/2021 at 10:25 AM

ପାଟନା ୧୯/୦୯ :  ପୁଣି ଲଜ୍ଜା । ଦୁଷ୍କର୍ମର ଘଟଣା ଥମିବାର ନାଁ ଧରୁନି । ପୁଣି ଏଭଳି ଜଣେ ମହିଳାଙ୍କ ସହିତ ଗଣ ଦୁଷ୍କର୍ମ ହୋଇଥିବାର ଘଟଣା ସାମ୍ନାକୁ ଆସିଛି ।ତେବେ ବିହାରର ପାଟଣାରେ କୋଲକାତାର ଇଭେଣ୍ଟ ଆଙ୍କର ସହିତ ଗଣ-ଦୁଷ୍କର୍ମ ହୋଇଥିବା ନେଇ ଜଣାପଡିଛି। ଏହି ଗଣଦୁଷ୍କର୍ମ ପାଟନାର ଏକ ହୋଟେଲ ରୁମ୍ ରେ ହୋଇଥିବାର ସୂଚନା ମିଳିଛି । ଜୁଲାଇ ୨ ତାରିଖରେ ଜଣେ ଇଭେଣ୍ଟ ଆଙ୍କର୍ ଙ୍କ ସହିତ ଏହି ଘଟଣା ଘଟିଥିବା ବେଳେ ଯଦି ସେ କାହାକୁ ଏ ସମ୍ପର୍କରେ କୁହନ୍ତି ତେବେ ତାଙ୍କୁ ଜୀବନରୁ ମାରିଦେବା ନେଇ ଧମକ ଦେଇଛନ୍ତି ।

ତେବେ ସୂଚନା ଅନୁସାରେ, ମୁଜାଫରପୁରର ହର୍ଷ ରଞ୍ଜନ ଓ ତାର ସାଙ୍ଗ ବିକ୍ରାନ୍ତ କେଜ୍ରିୱାଲ୍ କୋଲକାତାର ଜଣେ ଇଭେଣ୍ଟ ଆଙ୍କର୍ ସହିତ ହୋଟେଲର ୫୧୨ ରୁମ୍‌ରେ ଗଣଦୁଷ୍କର୍ମ କରିଥିଲେ । ଏହାପରେ ଜୁଲାଇ ୩ ତାରିଖରେ ହୋଟେଲ ଛାଡ଼ିବା ସମୟରେ ପୀଡ଼ିତାଙ୍କୁ ଗର୍ଭନିରୋଧକ ଔଷଧ ଖାଇବାକୁ ଦେଇଥିଲେ। ଏହା ସହିତ ଏହି ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବା ନେଇ ଧମକ ଦେଇଥିଲେ ।

ଜୁଲାଇ ୩ ତାରିଖରେ ପାଟନା ଜଙ୍କସନ୍‌ରୁ ଟ୍ରେନ୍ ଯୋଗେ ପୀଡ଼ିତା ହାୱଡାରେ ପହଞ୍ଚିଥିଲେ । ଜୁଲାଇ ୪ ତାରିଖରେ ଯାଦବପୁର ଥାନାରେ ଦୁଇ ଅଭିଯୁକ୍ତ ବିରୋଧରେ ଅଭିଯୋଗ କରିଥିଲେ । ଘଟଣାକୁ କେନ୍ଦ୍ର କରି ମାମଲା ରୁଜୁ କରି କୋଲକାତା ପୋଲିସ୍ ଏହି କେସ୍ ପାଟନାର ଗାନ୍ଧି ମୈଦାନ୍ ଥାନାକୁ ପଠାଇଛି। କିନ୍ତୁ ଅଭିଯୁକ୍ତ ଦୁଇଜଣ ଏପର୍ଯ୍ୟନ୍ତ ଫେରାର୍ ଅଛନ୍ତି । ଉଭୟଙ୍କ ମୋବାଇଲ୍ ବି ବନ୍ଦ ଅଛି । ଏପର୍ଯ୍ୟନ୍ତ ଅଭିଯୁକ୍ତ ଧରାପଡ଼ିନାହାନ୍ତି । ଏହା ସହ ତାଙ୍କ ନାମର ମାମଲା ରେକର୍ଡ ମଧ୍ୟ କରାଯାଇଛି ।

   Related Posts