ଷ୍ଟ୍ରେଚରରେ ବୁହା ହୋଇ ମେଡିକାଲ ଗଲେ ବୃଦ୍ଧ, ଚିକିତ୍ସାରେ ବିଳମ୍ବ ପାଇଁ ମୃତ୍ୟୁ ଅଭିଯୋଗ

Published By : Prameya-News7 Bureau | January 19, 2022 IST

ପାଟଣା ୧୯।୦୧: ସ୍ବାସ୍ଥ୍ୟସେବାର ପୁଣି ବିକଳ ଚିତ୍ର । କେନ୍ଦୁଝର ଜିଲ୍ଲାରେ ଜିଲ୍ଲାର ଅବହେଳିତ ବ୍ଲକ ସାହାରପଡା ବ୍ଲକର ସିଲିପଦା ପଞ୍ଚାୟତ ସିଲିପଦା ଗାଁକୁ ଭଲ ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ । ଯାହାଫଳରେ ଷ୍ଟ୍ରେଚରରେ ବୁହା ହୋଇଥିଲେ ରୋଗୀ। କିନ୍ତୁ ମେଡିକାଲରେ ବିଳମ୍ବ ପହଞ୍ଚିବାରୁ ଯୋଗୁ ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।

ଖବର ଅନୁଯାୟୀ, ମଙ୍ଗଳବାର ରାତିରେ ସାହିର ବୈରାଗୀ ପାତ୍ର ପେଟ ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ଏହାପରେ ୧୦୮ ଆମ୍ବୁଲାନ୍ସକୁ କଲ କରିଥିଲେ । ୧୦୮ ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ରାସ୍ତା ଖରାପ ଯୋଗୁ ସାହି ଭିତରକୁ ଯାଇ ପାରିନଥିଲା । ବାପାଙ୍କ ଯନ୍ତ୍ରଣା ଦେଖି ଭିନ୍ନକ୍ଷମ ପୁଅ ସୁନିଲ ଚିତ୍କାର କରିବାରୁ ସାହିର କିଛି ଯୁବକ ଓ ଆମ୍ବୁଲାନ୍ସ କର୍ମଚାରୀ ବୈରାଗୀଙ୍କୁ ଷ୍ଟ୍ରେଚର ସାହାଯ୍ୟରେ ୫୦୦ ମିଟର ବୋହି ଆଣି ୧୦୮ରେ ମେଡିକାଲକୁ ପଠାଇଥିଲେ । କିନ୍ତୁ ମେଡିକାଲରେ ବୃଦ୍ଧ ବୈରାଗୀଙ୍କର ମୃତ୍ୟୁ ହୋଇଥିଲା। ଭଲ ରାସ୍ତା ନଥିବାରୁ ସାହି ବାସୀ ଦୀର୍ଘଦିନ ଧରି ରାସ୍ତା ନିର୍ମାଣ କରିବାକୁ ଦାବି କରି ଆସୁଥିଲେ । କିନ୍ତୁ ଏହାର କୌଣସି ସୁଫଳ ହୋଇନଥିଲା ।  ରାସ୍ତା ତିଆରି ହୋଇନଥିବାରୁ ଵୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.