ଶହୀଦ ପତି ସୁନୀଲ କୁମାରଙ୍କୁ ପତ୍ନୀଙ୍କ ଶେଷ ସଲାମ : ଗାଁରେ ଶୋକାକୁଳ ପରିବେଶ, ଚୀନ ଜିନିଷ ବହିଷ୍କାର କରିବାକୁ ଲୋକଙ୍କୁ ଅପିଲ କଲେ ଶହୀଦଙ୍କ ଝିଅ

Published By : Prameya-News7 Bureau | June 18, 2020 IST

ପାଟଣା ୧୮/୦୬ : ଭାରତ ଚୀନ ସୀମାରେ ହିଂସାତ୍ମକ ଘଟଣାରେ ଶହୀଦ ହୋଇଥିବା ଭାରତୀୟ ସେନା ସୁନୀଲ କୁମାରଙ୍କ ଅନ୍ତିମ ଯାତ୍ରା ବିହାର ଵିହଟା ସ୍ଥିତ ତାଙ୍କ ପୈତୃକ ଆବାସରୁ ବାହାରିଥିଲା | ଶହୀଦଙ୍କ ଦର୍ଶନ ପାଇଁ ସ୍ଥାନୀୟ ଅଂଚଳରେ ଜନସମାଗମ ଦେଖିବାକୁ ମିଳିଥିଲା | ଗାଁଲୋକେ ତ୍ରିରଙ୍ଗା ପତାକା ଧରି ବୀରପୁତ୍ର ସୁନୀଲ କୁମାର ଅମର ରହେ ନାରା ଲଗାଇଥିଲେ | ଏହାସହ ଚୀନ ମୁର୍ଦାବାଦ ନାରା ମଧ୍ୟ ଲଗାଇଥିଲେ | ଯେତେବେଳେ ଶହୀଦ ସୁନୀଲ କୁମାରଙ୍କ ପାର୍ଥିବ ଶରୀର ପତ୍ନୀଙ୍କ ସାମ୍ନାରୁ ନିଆଯାଇଥିଲା ଶହୀଦଙ୍କ ପତ୍ନୀ ଶେଷଥର ପାଇଁ ନିଜ ଶହୀଦ ସ୍ୱାମୀଙ୍କୁ ସଲ୍ୟୁଟ କରିଥିଲେ | ଏହି ହୃଦୟ ବିଦାରକ ଦୃଶ୍ୟ ଦେଖି ସମସ୍ତଙ୍କ ଅଖିରୁ ଲୁହ ଝରି ଆସିଥିଲା |  

{"id":287929,"sizeSlug":"large"}

ସୂଚନାଯୋଗ୍ୟ ଯେ, ଶହୀଦ ସୁନୀଲ କୁମାରଙ୍କ ଅନ୍ତିମ ଯାତ୍ରା ବାହାରିବା ସମୟରେ ତାଙ୍କ ପତ୍ନୀ କହିଥିଲେ ଯେ, ଯେଉଁ ଚୀନ ଦେଶର ବୀରପୁତ୍ରଙ୍କୁ ଶହୀଦ କରିଛି ତାଠାରୁ ପ୍ରତିଶୋଧ ନେବା ଉଚିତ | ଶହୀଦଙ୍କ ଝିଅ ଲୋକଙ୍କୁ ଅପିଲ କରି କହିଛନ୍ତି ଯେ ଚୀନ ଜିନିଷକୁ ବହିଷ୍କାର କରାଯିବ ଉଚିତ ଏବଂ ପିତାଙ୍କ ମୃତ୍ୟୁର ପ୍ରତିଶୋଧ ନେବା ଉଚିତ |

{"id":287930,"sizeSlug":"large"}

ଦେଶର ସୁରକ୍ଷା ପାଇଁ ଲଦାଖରେ ଚୀନ ସେନା ସହ ଯୁଦ୍ଧ କରି ସୁନୀଲ କୁମାର ଶହୀଦ ହୋଇଛନ୍ତି | ତାଙ୍କ ପାର୍ଥିବ ଶରୀର ବୁଧବାର ଦିନ ସନ୍ଧ୍ୟା ୬ଟା ରେ ପାଟଣା ବିମାନବନ୍ଦରରେ ପହଞ୍ଚିଥିଲା | ଷ୍ଟେଟ ହ୍ୟାଙ୍ଗରରେ ଵିହଟା ସିକରିୟା ପଞ୍ଚାୟତ ତାରନଗର ଗାଁ ବାସିନ୍ଦା ୩୮ ବର୍ଷ ବୟସ୍କ ଶହୀଦ ସୁନୀଲ କୁମାରଙ୍କ ପାର୍ଥିବ ଶରୀର ଅଣାଯାଇଥିଲା |

{"id":287931,"sizeSlug":"large"}

ତାଙ୍କ ମୃତଦେହ ନେବା ପାଇଁ ତାଙ୍କ ବଡ ପୁଅ ଆୟୁଷ ରାଜ, ବଡ ଭାଇ ଅବସରପ୍ରାପ୍ତ ସେନା ଅନିଲ କୁମାର, ପଡୋଶୀ ବି.କେ.ତିୱାରୀ ଏବଂ ଗାଁର ଅନେକ ଲୋକ ପହଞ୍ଚିଥିଲେ | ଷ୍ଟେଟ ହ୍ୟାଙ୍ଗରରେ ପାର୍ଥିବ ଶରୀରକୁ ରଖାଯାଇଥିଲା ଯେଉଁଠାରେ ସବୁଠାରୁ ପ୍ରଥମେ ବଡ ପୁଅ ଆୟୁଷ ପିତାଙ୍କ ପାର୍ଥିବ ଶରୀରରେ ପୁଷ୍ପ ଅର୍ପଣ କରିଥିଲେ ଏବଂ ପରେ ସୁନୀଲ କୁମାରଙ୍କ ବଡ ଭାଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ |

{"id":287932,"width":569,"height":394,"sizeSlug":"large"}

ବିହାରର ଏହି ବୀରପୁତ୍ରଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା | ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି, ବିହାର ସରକାରର ମନ୍ତ୍ରୀ ନନ୍ଦ କିଶୋର ଯାଦବ, ଶ୍ରବଣ କୁମାର, ବିଧାନ ସଭାରେ ବିରୋଧୀ ନେତା ତେଜସ୍ୱି ତଦବ, ସ୍ଥାନୀୟ ସାଂସଦ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମକୃପାଲ ଯାଦବ, ବିଜେପି ରାଜ୍ୟ ଅଧ୍ୟକ୍ଷ ଡ.ସଞ୍ଜୟ ଜୟସବାଲ, ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ଜଗଦାନନ୍ଦ ସିଂହ, କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ମଦନମୋହନ ଝାଙ୍କ ସମେତ ଗାଁର ଅନେକ ଲୋକ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ |

{"id":287933,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.