Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀର ସ୍ଵପ୍ନ ଧୂଳିସାତ: ଟେଷ୍ଟ କ୍ରିକେଟ୍‌କୁ ମିଳିଲା ନୂଆ ବାଦଶାହା, ଭାରତକୁ ୮ ଓ୍ଵିକେଟ୍‌ରେ ହରାଇ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଜିତିଲା ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱରରେ ଆଜି ୩୭୫ ପଜିଟିଭ୍‌ ଚିହ୍ନଟ
  • ||
  • ବନ୍ଦିତା ପରିଡ଼ା ହେଲେ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ୟୁକେ ହାଇକୋର୍ଟରୁ ନିରବ ମୋଦୀଙ୍କୁ ଝଟକା, ପ୍ରତ୍ୟର୍ପଣ ବିରୋଧରେ ଦାଖଲ ଆବେଦନ ଖାରଜ, ଏବେ ଭାରତ ଆସିବାକୁ ପଡିବ !
  • ||
  • ଭୁବନେଶ୍ବର : ଗୋରୁ ଚୋରା ଚାଲାଣ ବେଳେ ଜବତ ହେଲା ପିକଅପ୍ ଭ୍ୟାନ୍, ୫ ଗୋରୁ ଉଦ୍ଧାର, ଦଲାଲ ଫେରାର
  • ||
  • ଭୁବନେଶ୍ବର : ରାଜଧାନୀରେ ମାତିଲେ ଲୁଟେରା : ତାଲା ଭାଙ୍ଗି ଦୋକାନରେ ବୁଲାଇଲେ କଳାକନା, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୁବନେଶ୍ବର : ଅନଲକ୍ ପ୍ରକ୍ରିୟା ଆରମ୍ଭ ପରେ ଲୋକେ ମାନୁନାହାନ୍ତି କୋଭିଡ୍ ନିୟମ, ସୃଷ୍ଟି ହୋଇପାରେ ବିପଦ – ଡିଏମଇଟି
  • ||
  • ଭୁବନେଶ୍ବର : ଚଳିତ ବର୍ଷ ୩୦% ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ – ଗଣଶିକ୍ଷା ମନ୍ତ୍ରୀ
  • ||
  • କାମାକ୍ଷାନଗର : ଜଙ୍ଗଲକୁ ଯାଇଥିବା ବେଳେ ପଡିଗଲେ ଭାଲୁ ହାବୁଡରେ, ଆକ୍ରମଣରେ ୨ ଗୁରୁତର
  • ||
  • ଦେଶରେ ତଳମୁହାଁ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦ ହଜାରରୁ ଅଧିକ ପଜିଟିଭ୍,୧୩୫୮ ମୃତ
  • ||

ଛଠ୍ ପୂର୍ବରୁ ପାଟନା ଗାନ୍ଧୀ ସେତୁରେ ଭୀଷଣ ଜାମ୍: ରାତି ୨ଟାରୁ ଫସି ରହିଛି ହଜାର ହଜାର ଗାଡି

17/11/2020 at 3:20 PM

ପାଟନା ୧୭/୧୧ : ଛଠ୍ ପୂଜା ବିହାରର ମହାପର୍ବ। ମହାପର୍ବର ଠିକ୍ ପୂର୍ବରୁ ଉତ୍ତର ବିହାର ଅଞ୍ଚଳରେ ରାସ୍ତା ଜାମ ସମସ୍ୟା ଦେଖିବାକୁ ମିଳିଛି। ଛଠ୍ ମହାପର୍ବ ଆରମ୍ଭ ହେବା ଠିକ ଦିନେ ପୂର୍ବରୁ ପାଟନା ଗାନ୍ଧୀ ସେତୁରେ ଭୀଷଣ ଜାମ୍ ହୋଇଥିଲା। ଉତ୍ତର ବିହାର ଓ ଦକ୍ଷିଣ ବିହାରକୁ ସଂଯୋଜିତ କରେ ମହାତ୍ମା ଗାନ୍ଧୀ ସେତୁ। ଗାନ୍ଧୀ ସେତୁର ପୂର୍ବତ୍ତର ଲେନରେ ମରାମତି କାର୍ଯ୍ୟ ଚାଲୁଥିବାରୁ ଜିଲ୍ଲା ପ୍ରଶାସନ ପୂର୍ବତ୍ତର ରାସ୍ତା ବନ୍ଦ କରିଦେଇଛି। ସେଥିପାଇଁ ମଙ୍ଗଳବାର ଦିନ ମଧ୍ୟ ମହାତ୍ମା ଗାନ୍ଧୀ ସେତୁରେ ଭୀଷଣ ଜାମ୍ ହୋଇଥିବା ଦେଖିବାକୁ ମିଳିଛି। ହଜାର ହଜାର ସଂଖ୍ୟକ ଗାଡି ଜାମରେ ଫସି ରହିଛି। ଫଳରେ ଯାତ୍ରୀଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।

ଗାନ୍ଧୀ ସେତୁ ଉପରେ ରାତି ୨ଟାରୁ ଜାମ ଲାଗିରହିଛି। ଏହି ଜାମର ପ୍ରଭାବ NH30 ରେ ମଧ୍ୟ ଦେଖିବାକୁ ମିଳିଛି। ଜିରୋ ମାଇଲରୁ ଦିଦାରଗଞ୍ଜ ଯାଏଁ ଭୀଷଣ ଜାମ ହୋଇଛି। NH30 ଜାମ ଯୋଗୁଁ ପାଟନା-ଗୟା ମାର୍ଗ ମଧ୍ୟ ଜାମ ହୋଇଛି। ହଜାର ହଜାର ସଂଖ୍ୟାରେ ଗାଡି ଲାଇନରେ ଛିଡା ହୋଇରହିଛି। ଅନେକ ଟ୍ରକ୍ ଡ୍ରାଇଭର ଗାଡିରେ ବସି ହିଁ ଖାଉଛନ୍ତି। NH30 ରେ ନିୟୋଜିତ ଥିବା ଟ୍ରାଫିକ୍ ପୋଲିସ୍ ରାସ୍ତା ସଫା କରିବାକୁ ଉଦ୍ୟମ କରୁଛନ୍ତି।  

ପାଟନା ଜିଲ୍ଳାଧିକାରୀ କୁମାର ରବି କହିଛନ୍ତି ଯେ ମହାତ୍ମା ଗାନ୍ଧୀ ସେତୁର ପୂର୍ବତ୍ତର ଲେନରେ ମରାମତି କାର୍ଯ୍ୟ ଯୋଗୁଁ ରାସ୍ତା ବନ୍ଦ ରହିଛି। ଫଳରେ ଗାଡିମଟର ଯିବା ଆସିବା ଉପରେ ରୋକ ଲଗାଯାଇଛି। ଜିଲ୍ଲା ଅଧିକାରୀ କହିଛନ୍ତି ଯେ ନବନିର୍ମିତ ପଶ୍ଚିମ ଲେନର ଉଭୟ ପାର୍ଶ୍ୱରୁ ଗାଡିମଟର ଯିବାଆସିବା କରୁଛି। ଆଗାମୀ ଦୁଇ ଦିନ ମଧ୍ୟରେ ସ୍ଥିତି ସାମାନ୍ୟ କରିଦିଆଯିବ ବୋଲି ପ୍ରଶାସନ କହିଛି।

   Related Posts