Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଜଙ୍ଗଲରେ ଲାଗିଛି ନିଆଁ, ଜଳୁଛି ଶହ ଶହ କାଜୁ ଓ ଆକାଶିଆ ଗଛ

28/04/2021 at 8:41 AM

ପାଟଣା ୨୮।୦୪: ଜଙ୍ଗଲରେ ଲାଗିଛି ନିଆଁ । ଜଳୁଛି ଶହ ଶହ କାଜୁ ଓ ଆକାଶିଆ ଗଛ। କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ପୁଟୁଗାଁ ଗ୍ରାମ୍ୟ ଜଙ୍ଗଲରେ ଲାଗିଛି ନିଆଁ । ଘଟଣାସ୍ଥଳରେ ବନ କର୍ମଚାରୀ ପହଞ୍ଚିନଥିବା ନେଇ ଅସନ୍ତୋଷ ଦେଖାଦେଇଛି ।

ଖବର ଅନୁଯାୟୀ, ପୁଟୁଗାଁ ଗ୍ରାମ୍ୟ ଜଙ୍ଗଲରେ ମଙ୍ଗଳବାର ବିଳମ୍ବିତ ରାତିରେ ନିଆଁ ଲାଗି ଶହଶହ କାଜୁ ଓ ଆକାଶିଆ ଗଛ ଜଳିପୋଡି ନଷ୍ଟ ହୋଇଯାଇଛି ।ନିଆଁର ପ୍ରକୋପ ଏତେ ଜୋର ଥିଲା ଯେ ସଙ୍ଗେସଙ୍ଗେ ସାରା ଜଙ୍ଗଲକୁ ନିଆଁ ବ୍ୟାପିଯାଇଥିଲା । ଫଳର ଶହଶହ ଗଛ ଜଳି ଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । କିନ୍ତୁ ବନ ବିଭାଗକୁ ଗ୍ରାମବାସୀ ଖବର ଦେଇଥିଲେ ବି, ଘଟଣା ସ୍ଥଳରେ ବନ କର୍ମଚାରୀ ପହଞ୍ଚି ନଥିବାରୁ ଅସନ୍ତୋଷ ଦେଖାଦେଇଛି । କେହି ଦୁର୍ବୁତ୍ତ ଜଙ୍ଗଲରେ ନିଆଁ ଲଗାଇଦେଇଥିବା ଅନୁମାନ କରାଯାଉଛି । ତେଣୁ ଘଟଣାର ତଦନ୍ତ କରି ଦୁର୍ବୁତ୍ତଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

   Related Posts