ଇଂଜିନିୟର ନୁହେଁ ତ ଧନକୁବେର : ୨ ହଜାର ଟଙ୍କିଆ ନୋଟ ବିଡାରେ ଗଦି କରି ଶୋଉଥିଲେ ଇଂଜିନିୟର, ଲାଞ୍ଚ ନେବାବେଳେ ଧରା ପଡିଲେ

Published By : Prameya-News7 Bureau | June 09, 2019 IST

ପାଟଣା ୯/୬ : ବିହାର ରାଜଧାନୀ ପାଟଣାରେ ଜଣେ ଲାଞ୍ଚୁଆ ଇଂଜିନିୟରଙ୍କ ବାସଭବନରେ ଚଢ଼ାଉ କରିଥିଲା ଦୁର୍ନିତୀ ନିରୀକ୍ଷଣ ବିଭାଗ ଟିମ । ଇଂଜିନିୟରଙ୍କ ତୁଳନା ଯଦି ଧନକୁବେର ସହ କରାଯାଏ ତାହେଲେ ମଧ୍ୟ କିଛି ଭୁଲ ହେବନାହିଁ । କାରଣ ଇଂଜିନିୟରଙ୍କ ଘରେ ଟଙ୍କା ବସ୍ତାରେ ରଖାଯାଏ । ସରକାରୀ ଇଂଜିନିୟରଙ୍କ ଘରୁ ବସ୍ତା ବସ୍ତା ଟଙ୍କା ଜବତ ହୋଇଛି । ଲାଞ୍ଚ ଟଙ୍କା ତାଙ୍କ ଘରେ ଏତେ ମାତ୍ରାରେ ଅଛି ଯେ ସେ ଟଙ୍କାର ଗଦି ତିଆରି କରି ତା ଉପରେ ଶୋଉଥିଲେ ।

{"id":121307}

ଦୁର୍ନୀତି ନିରୀକ୍ଷଣ ବିଭାଗ ଇଂଜିନିୟରଙ୍କ ଦୁର୍ନୀତି ଖବରପାଇ ତାଙ୍କ ବାସଭବନରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଟିମ ଯାହା ଦେଖିଲା ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ୨୦୦୦ ଟଙ୍କିଆ ନୋଟ ବିଡାରେ ତିଆରି ହୋଇଥିଲା ତାଙ୍କ ପଲଙ୍କ ଗଦି । ସେହି ଗଦି ଉପରେ ଶୋଉଥିଲେ ଲାଞ୍ଚୁଆ ଇଂଜିନିୟର । ଉକ୍ତ ସରକାରୀ ଇଂଜିନିୟର ଜଣକ ହେଲେ ସୁରେଶ ପ୍ରସାଦ ସିଂହ । ସେ ସଡକ ନିର୍ମାଣ ବିଭାଗରେ ଇଂଜିନିୟର ଭାବେ କାର୍ଯ୍ୟରତ ।

{"id":121309}

ଦୁର୍ନୀତି ନିରୀକ୍ଷଣ ବିଭାଗ ଇଂଜିନିୟରଙ୍କୁ ଲାଞ୍ଚ ନେବାବେଳେ ହାତେହାତେ ଗିରଫ କରିଥିଲେ । ଜଣେ ଠିକାଦାରଙ୍କ ଠାରୁ ୧୪ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା । ଵିହଟା ଠାରୁ ବିକ୍ରମ ଅଂଚଳର ରାସ୍ତା କାମ ପାଇଁ ଉଭୟ ଇଂଜିନିୟର ଓ ଠିକାଦାରଙ୍କ ମଧ୍ୟରେ ଏଗ୍ରିମେଣ୍ଟ ହୋଇଥିଲା । ଏଗ୍ରିମେଣ୍ଟ ହିସାବରେ ଡିଲ୍ ୨୮ ଲକ୍ଷରେ ଫାଇନାଲ ହୋଇଥିଲା । ପ୍ରଥମ କିସ୍ତି ୧୪ ଲକ୍ଷ ନେବାବେଳେ ସେ ଘଟଣାସ୍ଥଳରେ ଧରା ପଡ଼ିଥିଲେ । ନିରୀକ୍ଷଣ ବିଭାଗ ସୁରେଶ ସିଂହଙ୍କ ଘରୁ ଏତେ ଟଙ୍କା ଜବତ କରିଥିଲା ଯେ ତାକୁ ରଖିବା ପାଇଁ ଜାଗା ମିଳିନଥିଲା । ଏପଟେ ଶନିବାର ରବିବାର ବ୍ୟାଙ୍କ ମଧ୍ୟ ବନ୍ଦ ରହିଛି । ନିରୀକ୍ଷଣ ବିଭାଗ ଅଧିକାରୀ ଟଙ୍କା ଜମା କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଠାରୁ ବିଶେଷ ଅନୁମତି ମାଗିଛନ୍ତି ।

{"id":121310}

ଅଭିଯୁକ୍ତ ସୁରେଶ ସିଂହ ଏବଂ ତାଙ୍କ କ୍ୟାସିୟରକୁ ପଟେଲ ନଗରରୁ ଗିରଫ କରାଯାଇଛି । ଏବେ ପର୍ଯ୍ୟନ୍ତ ପାଖାପାଖି ୨ କୋଟି ୩୬ ଲକ୍ଷ ଟଙ୍କା ଜବତ ହୋଇସାରିଛି । ଚଢ଼ାଉ ପ୍ରକ୍ରିୟା ଜାରି ରହିଛି । ଟଙ୍କା ଗଣିବା ପାଇଁ ଅଧିକାରୀ ବ୍ୟାଙ୍କରୁ ଟଙ୍କା ଗଣିବା ମେସିନ ମଗାଇବାକୁ ପଡିଥିଲା  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.