ବାହାଘର ପୂର୍ବଦିନ ଆଇଜିଙ୍କ ଝିଅ ଆତ୍ମହତ୍ୟା ଘଟଣା : ବାହାଘରେ ସଜାହେବା ପାଇଁ ଆସିଥିବା ଫୁଲରେ ସଜାହେଲା କୋକେଇ

Published By : Prameya-News7 Bureau | December 10, 2018 IST

ପାଟଣା ୧୦/୧୨ : ଯେଉଁ ଫୁଲରେ ସଜା ହୋଇଥାନ୍ତା ବିବାହ ମଣ୍ଡପ ସେହି ଫୁଲରେ ସଜାହେଲା କୋକେଇ | ଆଜି ଥିଲା ବାହାଗହ କିନ୍ତୁ କାଲି ହରିଦେଲେ ଜୀବନ | ପାଟଣାର ଅବସରପ୍ରାପ୍ତ ଆଇଜିଙ୍କ ଝିଅ ସ୍ନିଗ୍ଧା ଗତକାଲି ୧୪ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ | ଆଜି ଥିଲା ସ୍ନିଗ୍ଧାଙ୍କ ବାହାଘର | ଗତକାଲି ପୋଲିସ ସ୍ନିଗ୍ଧାଙ୍କ ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା | ଆଜି ତାଙ୍କର ଅନ୍ତିମ ସଂସ୍କାର ହୋଇଛି | ଯେଉଁ ଫୁଲ ତାଙ୍କ ବାହାଘର ମଣ୍ଡପ ସଜାହେବା ପାଇଁ ଆସିଥିଲା ସେହି ଫୁଲରେ ତାଙ୍କ କୋକେଇ ସଜାହେଲା | ସେହି ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା | ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା |


ସୂଚନାଯୋଗ୍ୟ ଯେ, ଗତ ଶନିବାର ଦିନ ସ୍ନିଗ୍ଧାଙ୍କ ତିଲକ ଏବଂ ମେହନ୍ଦି କାର୍ଯ୍ୟକ୍ରମ ଥିଲା | ସେ ତିଲକ କାର୍ଯ୍ୟକ୍ରମରେ ଖୁସି ଥିଲେ | ମେହନ୍ଦି କାର୍ଯ୍ୟକ୍ରମରେ ସେ ନିଜ ଦୁଇ ହାତରେ ମେହନ୍ଦି ଲଗେଇ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ସହ ଡ୍ୟାନ୍ସ ମଧ୍ୟ କରିଥିଲେ | ସେ ବହୁତ ଖୁସି ଥିବା ଜଣାପଡୁଥିଲେ |

{"id":62506}


ସ୍ନିଗ୍ଧା ସିଲିଗୁଡିରେ ଏମବିବିଏସ ପାସ କରି କୋଲକାତାରେ ଏମଏସ ପଢୁଥିଲେ | ସୂତ୍ର ମୁତାବକ, ସିଲିଗୁଡିର ଜଣେ ଆଇଆଇଟି ଯୁବକଙ୍କ ସହ ତାଙ୍କର ବନ୍ଧୁତ୍ୱ ହୋଇଯାଇଥିଲା | ଉଭୟଙ୍କ ସମ୍ପର୍କ ଧୀରେ ଧୀରେ ଘନିଷ୍ଠ ହୋଇଯାଇଥିଲା | ଉଭୟ ପରସ୍ପରକୁ ପସନ୍ଦ କରୁଥିଲେ ଏବଂ ବିବାହ କରିବାକୁ ଚାହୁଁଥିଲେ | କିନ୍ତୁ ଯୁବକ ଅନ୍ୟ ଜାତିର ହୋଇଥିବାରୁ ସ୍ନିଗ୍ଧାଙ୍କ ପରିବାର ଉଭୟଙ୍କ ବିବାହ ପାଇଁ ରାଜି ହୋଇନଥିଲେ | ସ୍ନିଗ୍ଧାଙ୍କ ପରିବାର ତାଙ୍କ ବାହାଘର କିଷନଗଞ୍ଜର ଡ଼ିଏମ ମହେନ୍ଦ୍ର କୁମାରଙ୍କ ସହ ସ୍ଥିର କରିଥିଲେ |

{"id":62507}


ସ୍ନିଗ୍ଧାଙ୍କ ବାପା ସୁଧାଂଶୁ କୁମାର ଅବସର ଗ୍ରହଣ କରିବା ପୂର୍ବରୁ ସାହାବାଦରେ ଆଇଜି ଥିଲେ | ତାଙ୍କର ବଡ ଜ୍ୱାଇଁ ଧର୍ମେନ୍ଦ୍ର କୁମାର ଆଇଏଏସ ଅଫିସର ଅଛନ୍ତି | ତା'ପୂର୍ବରୁ ସେ ମୁଜାଫରଫୁରରେ ଡ଼ିଏମ ଥିଲେ |
ସୂଚନାଯୋଗ୍ୟ ଯେ, ଗତ ୪/୫ ଦିନ ହେଲା ସ୍ନିଗ୍ଧା ମର୍ନିଙ୍ଗ ୱାକ ଏବଂ ଜିମ କରିବା ବାହାନାରେ ଗାଡି ନେଇ ଡ୍ରାଇଭରଙ୍କ ସହ ଘରୁ ବାହାରିଯାଉଥିଲେ | କିନ୍ତୁ ଡ୍ରାଇଭରଙ୍କ କହିବାନୁଯାୟୀ, ସ୍ନିଗ୍ଧା ମର୍ନିଙ୍ଗ ୱାକ କରୁନଥିଲେ କି ଜିମ ମଧ୍ୟ ଯାଉନଥିଲେ | ସେ ବିଭିନ୍ନ ଅଂଚଳ ବୁଲି ବୁଲି ଉଚ୍ଚ ଉଚ୍ଚ ବିଲଡିଂ ଦେଖୁଥିଲେ | ଏହାପରେ ବିଲଡିଂ ଭିତରକୁ ଯାଉଥିଲେ ଏବଂ କିଛି ସମୟ ପରେ ଫେରି ଆସୁଥିଲେ |


ସ୍ନିଗ୍ଧାଙ୍କ ମୋବାଇଲରୁ ତାଙ୍କର କଲ ଡିଟେଲ ବାହାର କରିଛି ପୋଲିସ | ଆତ୍ମହତ୍ୟା ପୂର୍ବରୁ ସେ ଡ୍ରାଇଭରଙ୍କ ସହ କଥା ହୋଇଥିବା ଜଣାପଡିଛି | ଡ୍ରାଇଭରଙ୍କୁ ଡାକିବା ପାଇଁ ସେ ଫୋନ କରିଥିଲେ | ଡ୍ରାଇଭର ଆସିବା ପରେ ସେ ଗାଡି ଧରି ଡ୍ରାଇଭରଙ୍କ ସହ ସକାଳୁ ଘରୁ ବାହାରି ଯାଇଥିଲେ |

{"id":62509}


ସୂଚନାଯୋଗ୍ୟ ଯେ, ସ୍ନିଗ୍ଧା ୪ଦିନ ପୂର୍ବରୁ ବଜାରରୁ ଏକ ସ୍ତୁଲ କିଣିଥିଲେ | ତେବେ ଘରଲୋକ ପଚାରିବାରୁ ସେ କହିଥିଲେ ଯେ, ଗାଧେଇଲାବେଳେ ତାଙ୍କୁ ସ୍ତୁଲ ଦରକାର ପଡୁଛି | ସେ ସ୍ତୁଲରେ ବସି ଗାଧେଇବେ | ତେବେ ସ୍ନିଗ୍ଧାଙ୍କ ମନରେ ଏସବୁ ଚାଲିଥିବା କେହି ଆଶଙ୍କା ମଧ୍ୟ କରିନଥିଲେ | ପୋଲିସ ତଦନ୍ତ ଜାରି ରଖିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.