ପାଟଣା IIC ସଂଧ୍ୟାରାଣୀ ସସ୍‌ପେଣ୍ଡ : ଥାନାରେ ଯୁବକଙ୍କୁ ଗଡେଇ ତଡେଇ ମାରିଥିଲେ, ତଦନ୍ତ ପରେ DGPଙ୍କ ଆକ୍ସନ

Published By : Prameya-News7 Bureau | May 23, 2020 IST

ଭୁବନେଶ୍ୱର ୨୩।୦୫: ମହଙ୍ଗା ପଡିଲା ଥାନା ଭିତରେ ଥାର୍ଡ ଡିଗ୍ରୀ । କେନ୍ଦୁଧଝର ପାଟଣା ଥାନା ଆଇଆଇସିଙ୍କୁ ସସ୍‌ପେଣ୍ଡ ହୋଇଛନ୍ତି । ପାଟଣା ଥାନା ଆଇଆଇସି ସଂଧ୍ୟାରାଣୀ ଜେନାଙ୍କୁ ସସ୍‌ପେଣ୍ଡ କରିଛନ୍ତି ଓଡିଶା ପୋଲିସ ଡିଜି ଅଭୟ । ସଂଧ୍ୟାରାଣୀଙ୍କୁ ସସ୍‌ପେଣ୍ଡ ନେଇ ଡିଜିପିଙ୍କ ଟ୍ୱିଟର ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି ।

wp:html /wp:html

ସୂଚନାଯୋଗ୍ୟ ଯେ, ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା ଲକଡାଉନ୍ ସମୟରେ ସାଧାରଣ ଲୋକଙ୍କୁ ପିଟିବା ଅଭିଯୋଗ ହେଉଥିଲା । କିନ୍ତୁ କୌଣସି କାରଣରୁ ଥାନାକୁ ଡାକି ପାଟଣା ଥାନା ଅଧିକାରିଣୀ ଜଣେ ଯୁବକକୁ ବାଡ଼ିରେ ପ୍ରହାର ସାଙ୍ଗକୁ ଗୋଇଠା ମାଡ଼ ମାରୁଥିଲେ। ତାହାର ଭିଡିଓ ଏବେ ସୋସିଆଲ ମିିଡିଆରେ ଭାଇରାଲ ହେବାରେ ଲାଗିଥିଲା । ଏମିତି ରାଗ ଥିଲା ଯେ, ବାଡିରେ ପିଟିପିଟି ସନ୍ତୁଷ୍ଟ ହେଲେ ନାହିଁ ଯେ, ପୁଣି ଗୋଇଠା ମାରିବାକୁ ମଧ୍ୟ ପଛାଇଲେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.