କରୋନା ରୋଗୀଙ୍କୁ ୬ ଲକ୍ଷ ବିଲ ଧରାଇଦେଲା ହସ୍ପିଟାଲ: ଅରିଜିନାଲ ବିଲ୍ ମାଗିବାରୁ ମିଳିଥିଲା ମାନସିକ ଯନ୍ତ୍ରଣା

Published By : Prameya-News7 Bureau | August 19, 2020 IST

ପାଟନା ୧୯/୦୮ : ବିହାରରେ କରୋନା ଚିକିତ୍ସା ନାଁରେ ଘରୋଇ ହସ୍ପିଟାଲ ମନମୁଖୀ କାର୍ଯ୍ୟ କରୁଛନ୍ତି | ସରକାରଙ୍କ ତରଫରୁ ଘରୋଇ ହସ୍ପିଟାଲରେ କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ରାଶି ଧାର୍ଯ୍ୟ କରାଯାଇନଥିବାରୁ ହସ୍ପିଟାଲ କରୋନା ରୋଗୀଙ୍କ ଠାରୁ ମନ ଇଚ୍ଛା ଟଙ୍କା ଲୁଟୁଛି | ପାଟନାରୁ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି | କଙ୍କଡବାଗ ସ୍ଥିତ ଜେଡିଏମ ହସ୍ପିଟାଲରେ ମନଇଚ୍ଛା କରୋନା ରୋଗୀଙ୍କ ଠାରୁ ଟଙ୍କା ଅସୁଲ କରିବା ମାମଲା ସାମ୍ନାକୁ ଆସିଛି | ଜୋର ଜବରଦସ୍ତ ରୋଗୀଙ୍କ ଠାରୁ ଟଙ୍କା ଅସୁଲ କରିବା ଓ ରୋଗୀଙ୍କ ପରିଜନଙ୍କୁ ପ୍ରତାଡ଼ିତ କରିବା ମାମଲାରେ ଲିଖିତ ଅଭିଯୋଗ ମିଳିବା ପରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି |

ଜିଲ୍ଲା ଅଧିକାରୀ କୁମାର ରବି ଏହି ମାମଲାକୁ ଗମ୍ଭୀରତାର ସହ ନେଇ ଅନୁମଣ୍ଡଳ ପଦାଧିକାରୀ ତନୟ ସୁଲତାନିଆଙ୍କୁ ଟିମ ଗଠନ କରି ଯାଞ୍ଚ କରିବାକୁ ଆଦେଶ ଦେଇଥିଲେ | ହସ୍ପିଟାଲ ପ୍ରଶାସନ ଲିଖିତ ବିଲ ଦେଇ ରୋଗୀଙ୍କ ପରିଜନଙ୍କୁ ୬ ଲକ୍ଷ ୩୪ ହଜାର ୨୦୦ ଟଙ୍କା ଦେବାକୁ କହିଥିଲେ | ଯେତେବେଳେ ରୋଗୀଙ୍କ ପରିଜନ ହସ୍ପିଟାଲର ମୋହର ଥିବା ବିଲ ମାଗିଲେ ଏବଂ ସମସ୍ତ ଖର୍ଚ୍ଚର ପୁରା ତଥ୍ୟ ମାଗିଥିଲେ ସେତେବେଳେ ହସ୍ପିଟାଲ ପ୍ରଶାସନ ଦ୍ୱାରା ରୋଗୀଙ୍କୁ ଜୋର ଜବରଦସ୍ତ ହସ୍ପିଟାଲରେ ବନ୍ଦ କରିଦିଆଯାଇଥିଲା ଏବଂ ରୋଗୀ ଓ ତାଙ୍କ ପରିଜନଙ୍କୁ ମାନସିକ ପ୍ରତାରଣା ଦିଆଯାଇଥିଲା | ଯାଞ୍ଚ ବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା |

{"id":316876,"sizeSlug":"large"}

ଏହାପରେ ଜିଲ୍ଲା ଅଧିକାରୀ କୋଭିଡ-୧୯ ଗମ୍ଭୀରତାକୁ ଦେଖି ସମ୍ବନ୍ଧିତ ହସ୍ପିଟାଲ ବିରୋଧରେ ଆଇପିସି ଅନୁଯାୟୀ ମହାମାରୀ ଅଧିନିୟମରେ ମାମଲା ରୁଜ୍ଜୁ କରିବାକୁ ଆଦେଶ ଦେଇଛନ୍ତି | କଲେକ୍ଟରଙ୍କ ନିର୍ଦ୍ଦେଶରେ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଜିଲ୍ଲା କାର୍ଯ୍ୟକାରିତା ୟୁନିଟ୍ ଲିଖିତ ଅଭିଯୋଗ ପରେ କଙ୍କଡବାଗ ଥାନାରେ ଜେଡିଏମ ହସ୍ପିଟାଲର ମ୍ୟାନେଜୟଂ ଡ଼ାଇରେକ୍ଟର, ଡାକ୍ତର, ଲ୍ୟାବ ଟେକନିସିଆନ ସମେତ ୫ଜଣଙ୍କ ବିରୋଧରେ ଭାରତୀୟ ଦଣ୍ଡ ବିଧାନ ଧାରା ୩୪୧, ୩୪୨, ୪୦୬, ୪୨୦, ୧୨୦ ବି, ୩୪ ଓ ମହାମାରୀ ଆକ୍ଟ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି |  

ଏହି ଘଟଣା ପରେ ଜିଲ୍ଲା ଅଧିକାରୀ ସମସ୍ତ ଘରୋଇ ହସ୍ପିଟାଲରେ ଉଚିତ ଫିସ ଧାର୍ଯ୍ୟ କରିବା, ହସ୍ପିଟାଲ ମୋହର ଥିବା ବିଲ ଦେବାକୁ ଏବଂ ହସ୍ପିଟାଲ ବିଲର ସବିଶେଷ ତଥ୍ୟ ଦେବାକୁ ନିର୍ଦେଶ ଦେଇଛନ୍ତି | ପିପିଇ କିଟ, ଆଇସିୟୁ, ଭେଣ୍ଟିଲେଟର, ଡାଇଗ୍ନୋସ୍ଟିକ ଟେଷ୍ଟ, ରୁମ ଚାର୍ଜ, ବେଡ଼ ଚାର୍ଜ ଆଦିର ଉଚିତ ମୂଲ୍ୟ ଧାର୍ଯ୍ୟ କରିବାକୁ ନିର୍ଦେଶ ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.