ଯୁବତୀଙ୍କୁ ଷ୍ଟେସନ ଛାଡ଼ିବା ବାହାନାରେ ଅଟୋ ଡ୍ରାଇଭରମାନେ କଲେ ଗଣଦୁଷ୍କର୍ମ

Published By : Prameya-News7 Bureau | June 18, 2019 IST

ପାଟଣା ୧୮/୬: ବିହାରର ରାଜଧାନୀ ପାଟଣାର କଦମକୁଆଁ ଅଞ୍ଚଳରେ ମନମୁଖୀ ଆଇନ ବ୍ୟବସ୍ଥା ଯୋଗୁଁ ଗଣଦୁଷ୍କର୍ମ ଘଟଣା ସାମନାକୁ ଆସିଛି।
ଗତକାଲି ବିଳମ୍ବିତ ରାତିରେ ଅଟୋ ଚାଳକମାନେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ଅଟୋ ଚାଳକମାନେ ଯୁବତୀଙ୍କୁ ଷ୍ଟେସନ ଛାଡ଼ିବା ବାହାନାରେ ତାଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ସେହି ସମୟରେ ଯୁବତୀ ଚିତ୍କାର କରିବାରୁ ଜଣେ ଅଭିଯୁକ୍ତ ଧରା ପଡ଼ିଥିଲା। ଏହି ଘଟଣାର ସୂଚନା ରେଳ ପୋଲିସ୍ ଅର୍ଥାତ୍ ଜିଆରପି ପୋଲିସ୍ କଦମକୁଆଁ ଥାନାକୁ ଦେଇଥିଲେ କିନ୍ତୁ କଦମକୁଆଁ ପୋଲିସ୍ ଏବିଷୟରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା।
କଦମକୁଆଁ ଥାନା ପୋଲିସଙ୍କ କହିବାନୁସାରେ ଏହି ଅଞ୍ଚଳରେ ଏପରି କୈାଣସି ଘଟଣା ଘଟିଛି ବୋଲି ତାଙ୍କୁ ଜଣାନାହିଁ। ପାଟଣାରେ ହୋଇଥିବା ଏହି ଗଣଦୁଷ୍କର୍ମ ଘଟଣା ଯୋଗୁଁ ପୁଣି ଥରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.