Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ପାଟନା ଗାନ୍ଧୀ ମଇଦାନରେ ମୋଦିଙ୍କ ରାଲିରେ ବିସ୍ଫୋରଣ ମାମଲାରେ ବଡ ନିଷ୍ପତ୍ତି: ୯ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

27/10/2021 at 2:38 PM

ପାଟନା ୨୭/୧୦ : ବର୍ତ୍ତମାନର ବଡ ଖବର ବିହାର ରାଜଧାନୀ ପାଟନାରୁ ଆସିଛି। ପାଟନା ଗାନ୍ଧୀ ମଇଦାନ ବିସ୍ଫୋରଣ ମାମଲାରେ ଏନଆଇଏ କୋର୍ଟ ଶୁଣାଣି କରିଛନ୍ତି। ପାଟନାର ଏହି ବହୁ ଚର୍ଚ୍ଚିତ ମାମଲାରେ କୋର୍ଟ ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ ମୁକ୍ତ କରି ୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ୯ ଦୋଷୀ ହେଲେ ଇମତିୟାଜ ଅନସାରୀ, ହାଇଦର ଅଲି, ନବାଜ ଅନସାରୀ, ମୁଜମୁଲ୍ଲାହ ଉମର ସିଦ୍ଦିକି, ଅଜହର କୁରେସି, ଅହମଦ ହୁସେନ, ଫିରୋଜ ଅସଲମା, ଇଫ୍ତେଖାର ଆଲମ। କୋର୍ଟ ଜଣେ ଅଭିଯୁକ୍ତ ଫକଋଦ୍ଦିନକୁ ମୁକ୍ତ କରିଦେଇଛନ୍ତି। ମାମଲାରେ ନଭେମ୍ବର ୧ ତାରିଖରେ ସଜ୍ଜା ଶୁଣାଯିବ।

ସୂଚନାଯୋଗ୍ୟ ଯେ, ୨୦୧୩ ଅକ୍ଟୋବର ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି ସମୟରେ ଗାନ୍ଧୀ ମଇଦାନରେ ବୋମା ବିସ୍ଫୋରଣ ହୋଇଥିଲା। ବିଜେପିର ହୁଙ୍କାର ରାଲି ସମୟରେ ସିରିଏଲ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ସମୟରେ ମୋଦିଙ୍କ ସମେତ ତମାମ ନେତା ଗାନ୍ଧୀ ମଇଦାନରେ ଉପସ୍ଥିତ ଥିଲେ। ଗାନ୍ଧୀ ମଇଦାନ ପୂର୍ବରୁ ପାଟନା ଜଙ୍କ୍ସନରେ ମଧ୍ୟ ଗୋଟିଏ ବିସ୍ଫୋରଣ ହୋଇଥିଲା। ପାଟନାରେ ହୋଇଥିବା ଏହି ସିରିଏଲ ବ୍ଲାଷ୍ଟରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ୦ ପ୍ରାୟ ୮୪ ଜଣ ଆହତ ହୋଇଥିଲେ।

ଗାନ୍ଧୀ ମଇଦାନ ବିସ୍ଫୋରଣ ମାମଲାର ଯାଞ୍ଚ ଏନଆଇଏ ଆସନ୍ତା ଦିନ ଆରମ୍ଭ କରିଦେଇଥିଲା। ବର୍ଷେ ଭିତରେ ୨୦୧୪ ଅଗଷ୍ଟ ୨୧ ତାରିଖରେ ମୋଟ ୧୧ ଅଭିଯୁକ୍ତଙ୍କ ବିରୋଧରେ ଆରୋପ ପତ୍ର ଦାଖଲ କରିଥିଲେ। ଏହାପରେ ଏନଆଇଏ ଟିମ ୧୧ ଜଣଙ୍କୁ ଗିରଫ କରିଥିଲା। ବିସ୍ଫୋରଣର ମାଷ୍ଟରମାଇଣ୍ଡ ଥିଲେ ହାଇଦର ଅଲି ଓ ମୋଜିବୁଲ୍ଲାହ। ପଚରାଉଚୁରା ବେଳେ ସେମାନେ ଦୋଷ ସ୍ୱୀକାର କରିଥିଲେ।

   Related Posts