Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ପ୍ରେମରେ ପ୍ରତାରଣା ପରେ ହୋଇଗଲେ ‘ବେୱଫା ଚାଏବାଲା’: ସିଙ୍ଗଲଙ୍କ ପାଇଁ ଅଛି ଅଫର, ପ୍ରେମୀ ଯୁଗଳଙ୍କୁ ଦେବାକୁ ପଡେ ଅଧିକ

23/02/2021 at 3:42 PM

ପାଟନା ୨୩/୦୨ : ବିହାରରେ ଲଭ ଗୁରୁ ପ୍ରଫେସର ମଟୁକନାଥଙ୍କୁ ନେଇ ପୁଣି ଚର୍ଚ୍ଚା ହେଉଛି। ପ୍ରେମରେ ପ୍ରତାରଣା ପାଇଥିବା ଜଣେ ଚା’ଵାଲା ବର୍ତ୍ତମାନ ପାଟନାବାସୀଙ୍କ ମନ ଜିଣିଛନ୍ତି। ପାଟନାର ଏକ ଚା’ ଦୋକାନରେ ପ୍ରେମରେ ପ୍ରତାରଣା ମିଳିଥିବା ଲୋକଙ୍କୁ ଏକ ସ୍ପେଶାଲ ଅଫର୍ ମିଳିଥାଏ। ଅପରପକ୍ଷରେ ପ୍ରେମୀ ଯୁଗଳଙ୍କୁ ଚା’ ପାଇଁ ଧାର୍ଯ୍ୟ ଠାରୁ ଅଧିକ ଟଙ୍କା ଦେବାକୁ ପଡିଥାଏ।

ବିହାର ରାଜଧାନୀ ପାଟନାରେ ଏମିତି ଏକ ଚା’ ଦୋକାନ ଅଛି ଯେଉଁଠାରେ ଏହି ସ୍ପେଶାଲ ଚା’ ଅଫର ଚାଲିଛି। ମଜାଦାର କଥା ହେଲା ଚା’ ଦୋକାନ ନାଁ ବେୱଫା ଚାଏବାଲା। ଭାଲେଣ୍ଟାଇନ ସପ୍ତାହରୁ ଦୁଇ ସାଙ୍ଗ ମିଶି ଏହି ଚା’ ଦୋକାନ ଚା’ ଦୋକାନ ଚଲାଉଛନ୍ତି। ଏହି ନିଆରା ଚା’ ଦୋକାନରେ ସବୁବେଳେ ଲୋକଙ୍କ ଭିଡ ଲାଗି ରହିଥାଏ।

ଏହି ଚା’ ଦୋକାନରେ ସିଙ୍ଗଲ ଲୋକଙ୍କ ପାଇଁ ଚା’ ୧୦ ଟଙ୍କାରେ ମିଳୁଥିବା ବେଳେ ପ୍ରେମୀ ଯୁଗଳଙ୍କୁ ୧୫ ଟଙ୍କା ଦେବାକୁ ପଡିଥାଏ। ସନ୍ଦୀପ ଓ ଅଙ୍କିତ ନାମକ ଦୁଇ ବନ୍ଧୁ ମିଶି ଏହି ଦୋକାନ ଖୋଲିଛନ୍ତି। ଚା’ ଦୋକାନରେ ଏମାନଙ୍କର ଭଲ ଆମଦାନୀ ମଧ୍ୟ ହେଉଛି ବୋଲି ସେମାନେ କହିଛନ୍ତି।

ଦୁଇ ସାଙ୍ଗ ପ୍ରେମରେ ପ୍ରତାରଣା ପାଇଥିବାରୁ ଦୋକାନର ନାଁ ବେୱଫା ଚାଏବାଲା ଏଇଥିପାଇଁ ରଖାଯାଇଛି। ସନ୍ଦୀପ ଓ ଅଙ୍କିତ କହିଛନ୍ତି ସେମାନେ ଭାଲେଣ୍ଟାଇନ ସପ୍ତାହରେ ଏହି ଦୋକାନ ଖୋଲିଛନ୍ତି। ଦେଖୁ ଦେଖୁ ତାଙ୍କ ଦୋକାନରେ ଗ୍ରାହକଙ୍କ ଭିଡ ବଢ଼ିବାରେ ଲାଗିଛି। ଏହି ଦୋକାନକୁ କେବଳ ସିଙ୍ଗଲ ବା ପ୍ରତାରଣା ପାଇଥିବା ଲୋକେ ହିଁ ଚା’ ପିଇବାକୁ ଆସନ୍ତିନି ବରଂ ଦୂର ଦୂରରୁ ପ୍ରେମୀ ଯୁଗଳ ବି ଚା’ ପିଇବାକୁ ଆସିଥାନ୍ତି।

ସନ୍ଦୀପ-ଅଙ୍କିତଙ୍କ ଦୋକାନରେ ଦୈନିକ ପାଖାପାଖି ୪ ହଜାର ଟଙ୍କା ବିକ୍ରି ହେଉଛି। ଏଥିରୁ ସେମାନେ ୧୫୦୦ ଟଙ୍କା ସଞ୍ଚୟ ବି କରୁଛନ୍ତି। ରାସ୍ତା କଡରେ ଠେଲାରେ ହୋଇଥିବା ଏହି ଚା’ ଦୋକାନ ସମସ୍ତଙ୍କୁ ଆକର୍ଷିତ କରୁଛି।

   Related Posts