ଧର୍ମଘଟରେ ଏମ୍ସର ୪୦୦ ନର୍ସିଙ୍ଗ୍ କର୍ମଚାରୀ, ଚିକିତ୍ସା ବ୍ୟବସ୍ଥା ଠପ୍

Published By : Prameya-News7 Bureau | July 23, 2020 IST

ପାଟଣା ୨୩/୦୭ : କରୋନା ଭାଇରସ ସହ ସଂଗ୍ରାମ କରୁଥିବା ପାଟଣା ଏମ୍ସ ବର୍ତ୍ତମାନ ସମସ୍ୟା ଘେରରେ | ପାଟଣା ଏମ୍ସର ନର୍ସିଙ୍ଗ ଷ୍ଟାଫ ଗୁରୁବାର ଦିନ ଧର୍ମଘଟ କରିଛନ୍ତି | ପାଖାପାଖି ୪୦୦ ନର୍ସିଙ୍ଗ ଷ୍ଟାଫ ଧର୍ମଘଟରେ ଅଛନ୍ତି | ବେତନ ବୃଦ୍ଧି ସହ ସ୍ଥାୟୀ କର୍ମଚାରୀଙ୍କ ଭଳି ସମସ୍ତ ସୁବିଧା ଦାବିରେ ୪୦୦ କର୍ମଚାରୀ ଧର୍ମଘଟକୁ ଓହ୍ଲାଇଛନ୍ତି | ସମସ୍ତ ଧର୍ମଘଟ କର୍ମଚାରୀ ଏମ୍ସ ଫାଟକ ବାହାରେ ଛିଡା ହୋଇଛନ୍ତି ଫଳରେ ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା ଠପ୍ ହୋଇପଡିଛି | ଧର୍ମଘଟ କରିଥିବା ସମସ୍ତ ଠିକା କର୍ମଚାରୀ ଗତ କିଛି ବର୍ଷ ହେଲା କାର୍ଯ୍ୟରତ | ଯେବେଠାରୁ ଏମ୍ସ କାର୍ଯ୍ୟକାରୀ ହୋଇଛି ସେଵେଠାରୁ ଏହି ଠିକା କର୍ମଚାରୀ ହସ୍ପିଟାଲରେ କାର୍ଯ୍ୟରତ | ଧର୍ମଘଟ କରିଥିବା କର୍ମଚାରୀ ଦାବି କରିଛନ୍ତି ଯେ କରୋନା କାଳରେ ଅନୁବନ୍ଧିତ ନର୍ସିଙ୍ଗ ଅଫିସର ରୋଗରେ ଆକ୍ରାନ୍ତ ହେଲେ କିମ୍ବା ଭବିଷ୍ୟତରେ ତାଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ଅସୁବିଧା ହୁଏ ତାହେଲେ ତାଙ୍କୁ ମଧ୍ୟ ସ୍ଥାୟୀ କର୍ମଚାରୀ ଭଳି ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ କରାଯାଉ |

କେନ୍ଦ୍ର ସରକାରଙ୍କ ସମାନ କାର୍ଯ୍ୟକୁ ସମାନ ବେତନ ନିୟମ ଏବଂ ନୀତିକୁ ଦୃଷ୍ଟିରେ ରଖି ସେମାନଙ୍କ ଦରମା ବୃଦ୍ଧି କରିବାକୁ କର୍ମଚାରୀ ଦାବି କରିଛନ୍ତି | ଏହାସହ ସ୍ଥାୟୀ କର୍ମଚାରୀଙ୍କ ଭଳି ସେମାଙ୍କୁ ମଧ୍ୟ ଛୁଟି ଦିଆଯାଉ ଏବଂ ଏମ୍ସ ଅଧୀନରେ ରଖାଯାଉ ବୋଲି ଦାବି କରିଛନ୍ତି | ସୂଚନାଯୋଗ୍ୟ ଯେ ପାଟଣା ଏମ୍ସକୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲ କରାଯାଇଛି | ଏହିଭଳି ପରିସ୍ଥିତିରେ ଅନୁବନ୍ଧରେ କାର୍ଯ୍ୟରତ କର୍ମୀଙ୍କ ଧର୍ମଘଟ ଚିନ୍ତା ବଢ଼ାଇଛି | କର୍ମଚାରୀଙ୍କ ଧର୍ମଘଟକୁ ଦୃଷ୍ଟିରେ ରଖି ହସ୍ପିଟାଲ ପରିସରରେ ପୋଲିସକର୍ମୀ ନିୟୋଜିତ କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.