ଚାଲିଥିଲା ବେଆଇନ ବାଲି ଚାଲାଣ, ଧରିଲେ ତହସିଲଦାର, ୩ ଟ୍ରାକ୍ଟର ଜବତ

Published By : Prameya-News7 Bureau | September 29, 2020 IST

ପାଟଣା, ୨୯।୦୯:  କେନ୍ଦୁଝର ଜିଲ୍ଲା ପାଟଣା ତହସିଲର ବିଭିନ୍ନ ଗ୍ରାମରୁ ବାଲି ଚୋରା ଚାଲାଣ ବୃଦ୍ଧି ପାଉଛି । ତେବେ ବାଲି ଚୋରା ଚାଲାଣ ବେଳେ ତିନୋଟି ଟ୍ରାକ୍ଟରକୁ ଧରିଛନ୍ତି ତହସିଲଦାର ।

ନୂଆପଡା ଓ ରୁଢ଼ିଆପଡା ଗ୍ରାମରୁ ମଙ୍ଗଳବାର ପାଟଣା ତହସିଲଦାର ୩ଟି ଟ୍ରାକ୍ଟର ଜବତ କରିଛନ୍ତି। ଏହି ଅଞ୍ଚଳରେ ପ୍ରତେକ ଦିନ ଟ୍ରିପ୍ ଟ୍ରିପ୍ ବାଲି ଚୋରା ଚାଲାଣ ହେଉଥିବାରୁ ଗ୍ରାମବାସୀ ମଙ୍ଗଳବାର ଗାଡି ଗୁଡିକୁ ଅଟକ ରଖିଥିଲେ । ଏହାପରେ ସେମାନେ ତହସିଲଦାରଙ୍କୁ ଫୋନ ଯୋଗେ ଜଣାଇଥିଲେ। ଖବର ପାଇ ପାଟଣା ତହସିଲ କତ୍ତୃପକ୍ଷ ଚଢ଼ାଉ କରି ୩ଟି ଟ୍ରାକ୍ଟର ଜବତ କରି ତହସିଲ କାର୍ଯ୍ୟାଳୟକୁ ଆଣିଛନ୍ତି। ଏହି ଚଢ଼ାଉରେ ପାଟଣା ତହସିଲଦାର ଶିବ ପ୍ରସାଦ ମୁର୍ମୁଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.